ଭଙ୍ଗା କୁଡ଼ିଆରେ ଜୀବନ କାଟୁଛନ୍ତି ସାବାଣା କହଁର

ଭଙ୍ଗା-କୁଡ଼ିଆରେ-ଜୀବନ-କାଟୁଛନ୍ତି-ସାବାଣା-କହଁର

Mar 31, 2025 - 13:09
Apr 1, 2025 - 19:21
 0  249
ଭଙ୍ଗା କୁଡ଼ିଆରେ ଜୀବନ କାଟୁଛନ୍ତି ସାବାଣା କହଁର

ଫିରିଙ୍ଗିଆ,୩୧l୩: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ୍ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ରାଇଗୁଡ଼ା ଗ୍ରାମର ସାବାଣା କହଁର ବୟସ ୬୧ ବିତିଯାଇଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ ହୋଇଛନ୍ତି।ସାବାଣା ଙ୍କ ଘର ଓ ଚାଲିଚଳନ ଦେଖିଲେ ସ୍ପଷ୍ଟ ହେଉଛି। ପ୍ରଶାସନ ଅବହେଳା ଯୋଗୁଁ ସରକାର ଙ୍କ ଯୋଜନା କେଉଁଠି ନା କେଉଁଠି ବାଟ ବଣା ହେଉଛି।ଦିର୍ଘ ବର୍ଷ ହେବ ଝାଟିମାଟି ଘରେ ବିପଦ ସଙ୍କୁଳ ଅବସ୍ଥାରେ ଦୁର୍ଦ୍ଧିନରେ ଜିବନ ବିତାଉଛନ୍ତି ସାବାଣା କହଁର ପରିବାର । ଅର୍ଥ ଅଭାବରୁ ଘର ସଜାଡ଼ି ନପାରି ଝାଟିମାଟି ତଳେ ବିପଦ ସଙ୍କୁଳ ଅବସ୍ଥାରେ କାଳାତିପାତ କରୁଛନ୍ତି। ସରକାର ଙ୍କ ପକ୍ଷରୁ ତାଙ୍କୁ ଆଜି ପର୍ଯ୍ୟନ୍ତ ପକ୍କା ଘର ଖଣ୍ଡିଏ ମିଳିନଥିବା ଅସହାୟ ସାବାଣା କହଁର କହିଛନ୍ତି।ପକ୍କା ଘର ଖଣ୍ଡିଏ ପାଇବା ପାଇଁ ଦିର୍ଘ ବର୍ଷ ହେବ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ କୈାଣସି ସୁଫଳ ମିଳିନାହିଁ।ସାବାଣା ଜଣେ ମୂଳ ମଜୁରିଆ ହୋଇଥିବା ବେଳେ ସବୁ ଦିନ ମୂଳ ମଜୁରି ମିଳୁନାହିଁ। ଯାହା କିଛି ମୂଳ ମଜୁରି ମିଳେ ସେଥିରେ ନିଜେ ଚଲୁଥିବା ବେଳେ ପକ୍କା ଘର ଖଣ୍ଡିଏ କରିବା ପାଇଁ ତାଙ୍କ ପକ୍ଷେ ସାତ ସପନ ପାଲଟିଛି। ତେଣୁ ସରକାର ଙ୍କୁ ନିବେଦନ କରିଛନ୍ତି ତାଙ୍କୁ ଅନ୍ତଦୋୟ ଯୋଜନା ରେ ସାମିଲ କରି ମାସିକ ୩୫ କିଲୋ ଚାଉଳ ଦେବା ସହିତ ଆବାସ ଘର ଖଣ୍ଡିଏ ଯୋଗେଇ ଦେବାକୁ ଗ୍ରାମ ର ବ୍ରଜମୋହନ କହଁର, ଦୟାନିଧି କହଁର ବିଶ୍ଵନାଥ ଦିଗାଲ, ମୋହନ ଦିଗାଲ, ସୁଶାନ୍ତ ଦିଗାଲ, ଅନିରୁଦ୍ଧ ରଣା ପ୍ରମୁଖ ଦାବି କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR