ଜିଲ୍ଲାର ଅଧିକାଂଶ ମଣ୍ଡିରେ ଧାନ ରଖିବାପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ ହୋଇନାହିଁ

Dec 03, 2025 - 15:20
0 8
ଜିଲ୍ଲାର ଅଧିକାଂଶ ମଣ୍ଡିରେ ଧାନ ରଖିବାପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ ହୋଇନାହିଁ

ଭବାନୀପାଟଣା ତା.୩/୧୨  ( ଷ୍ଟାର ନିୟୁଜ ଓଡିଶା): କଳାହାଣ୍ଡି ଜିଲ୍ଲାରେ ମଣ୍ଡି ବିଳମ୍ବ ସହିତ ଲଗାତାର ଦୁଇଦିନ କୋହଳା ପାଗ ଯୋଗୁଁ ଚିନ୍ତାରେ ଚାଷୀ । ଗତ ୨୯ ତାରିଖରେ ମଣ୍ଡି ଆରମ୍ଭ ହୋଇଥିବା ବେଳେ ଧାନ କିଣା ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନାହିଁ। କୋହଲା ପାଗ ଯୋଗୁଁ ବର୍ଷା ଆଶଙ୍କା ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଜିଲ୍ଲାରେ ଗତ ୨୯ ତାରିଖରୁ ନାମକୁ ମାତ୍ର ମଣ୍ଡି ଆରମ୍ଭ ହୋଇଛି। ସାମ୍ଭାବ ବାତ୍ୟାର ପ୍ରଭାବ ଯୋଗୁଁ ଲଗାତାର ଦୁଇଦିନ ଧରି କୋହଲା ପାଗ ଜାରିରହିଛି, ଧାନ ଅମଳ କରି ମଣ୍ଡିରେ ବିକ୍ରି ସମୟରେ କୋହଲା ପାଗ ଯୋଗୁ କିଭଳି ଧାନକୁ ସୁରକ୍ଷିତ ରଖିବେ ସେଥିପାଇଁ ଚିନ୍ତାରେ ଚାଷୀ । ଜିଲ୍ଲାର ବିବିନ୍ନ ଗ୍ରାମରେ ୧୭୦୦ ରୁ ୧୮୦୦ ଟଙ୍କାରେ ଦଲାଲମାନେ ଧାନ କିଣୁଥିବା ମଧ୍ୟ ଅଭିଯୋଗ ହେଉଛି । 
ଆରଏମ୍‌ସିରେ କୋଟି କୋଟି ଟଙ୍କା ଅନୁଦାନ ରହୁଥିବା ସତ୍ତ୍ୱେ, ଜିଲ୍ଲାର ଅଧିକାଂଶ ମଣ୍ଡିରେ ଧାନ ରଖିବାପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ ହୋଇନାହିଁ । ବର୍ତ୍ତମାନ ଧାନର ସହାୟକ ମୂଲ୍ୟ ବୃଦ୍ଧି ଓ ବୋନସ ଯୋଗୁଁ ଚାଷୀମାନେ ଅଧିକ ଖରିଫ ଧାନ ଚାଷ କରିଛନ୍ତି। ଗତ ଖରିଫରେ ୬୦ ଲକ୍ଷରୁ ଅଧିକ କ୍ୱିଣ୍ଟାଲ  ଧାନ ସଂଗ୍ରହ ହୋଇଥିବା ବେଳେ ବର୍ତ୍ତମାନ ଆହୁରି
ଅଧିକ ଉତ୍ପାଦନ ହୋଇଥିବା ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ୩୦ ଲକ୍ଷ କ୍ୱିଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଆସିଛି ୩୦୩ଟି ମଣ୍ଡିରେ ୯୦ ଜଣ ମିଲର୍ସ ଧାନ କିଣିବା ପାଇଁ ନିଷ୍ପତ୍ତ ହୋଇଥିବା ବେଳେ, ରାଜ୍ୟସରକାର ଏବଂ ମିଲର୍ସ ସଂଘର ସଫଳ ଆଲୋଚନା ପରେ ଚାଷୀମାନେ ଶୀଘ୍ର ମଣ୍ଡି ସମ୍ୟାନୁସାରେ ଚାଲୁ ହେବ ବୋଲି ଆଶା କରୁଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ  ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User