ବ୍ଳକସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦ୍‌ଘାଟିତ।

Dec 3, 2025 - 16:23
 0  57
ବ୍ଳକସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦ୍‌ଘାଟିତ।

ଫୁଲବାଣୀ,୩।୧୨ (ଷ୍ଟାର ନିୟୁଜ):କନ୍ଧମାଳ ଜିଲା ଫୁଲବାଣୀ ବ୍ଳକ ପ୍ରଶାସନ ପକ୍ଷରୁ ଆଜି ଦିନାର ସିଂ ସ୍ମୃତି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡ଼ିଆରେ ବ୍ଳକସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି ।ଫୁଲବାଣୀ ବିଡ଼ିଓ ସୋମ୍ୟ ରଞ୍ଜନ ପାତ୍ର ଙ୍କ ତତ୍ତାବଧାନରେ ଅନୁଷ୍ଠିତ ଉଦଘାଟନ ସମାରୋହରେ ଫୁଲବାଣୀ ବ୍ଲକ ସାଂସଦ ପ୍ରତିନିଧି ରାଜେନ୍ଦ୍ର ମାଝୀ, ଫୁଲବାଣୀ ବ୍ଲକ ବିଧାୟକ ପ୍ରତିନିଧି ଲଳିତ ଦିଗାଲ,ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ କହଁର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରୀଛାତ୍ରଙ୍କୁ ନିଜ ଦକ୍ଷତାପ୍ରଦର୍ଶନ କରିବା ନିମିତ୍ତ ଉତ୍ସାହିତ କରିଥିଲେ।ଏଥିରେ ଫୁଲବାଣୀ ବ୍ଳକର ବିଭିନ୍ନ ସ୍କୁଲ ଏବଂ କଲେଜର ଶତାଧିକ ଛାତ୍ର ଛାତ୍ରୀ କବାଡି, ଖୋଖୋ, ଭଲିବଲ, କ୍ରିକେଟ, ଚେସ୍‌, ଦୌଡ, ଚିତ୍ରାଙ୍କନ, ବ୍ୟାଡମିଣ୍ଟନ, ଉଚ୍ଚ ଡିଆଁ, ଲମ୍ବା ଡିଆଁ ଭଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଉପସ୍ଥିତ ରହି ନାମ ପଞ୍ଜିକରଣ କରିଥିବା ଜଣାପଡିଛି। ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକ ମାନଙ୍କ ସହିତ ଫୁଲବାଣୀ ବ୍ଳକର ଜିପିଡିଓ ପ୍ରମୋଦ କୁମାର ସାହାଣୀ ଉପସ୍ଥିତ ରହି ସମସ୍ତ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ ।ଏହି ସାଂସଦ ଖେଳ ମହୋତ୍ସବ ଆସନ୍ତା କାଲି ତୁଡ଼ିପାଜୁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁଢ଼ାଦାନୀ ମିନି ଷ୍ଟାଡିଅମରେ ଉଦ୍‌ଯାପିତ ହେବ ବୋଲି ଜିପିଡିଓ ପ୍ରମୋଦ କୁମାର ସାହାଣୀ ସୂଚନା ଦେଇଛନ୍ତି।

What's Your Reaction?

like

dislike

love

funny

angry

sad

wow

SUJAYA EDITOR