ହାଇଟେକ୍ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା ଓ ବାର୍ଷିକ ଉତ୍ସବ (କଳା ଦର୍ଶନ 2025)

Dec 23, 2025 - 08:45
 0  9
ହାଇଟେକ୍ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା ଓ ବାର୍ଷିକ ଉତ୍ସବ (କଳା ଦର୍ଶନ 2025)

କଳାହାଣ୍ଡି ,୨୩l୧୨ (ଷ୍ଟାରନିୟୁଜ ଓଡିଶା ): ଭବାନୀପାଟଣା ସ୍ଥାନୀୟ ଦୁଆରସୁନି ସ୍ଥିତ ହାଇଟେକ୍ ପବ୍ଲିକ ସ୍କୁଲ ରେ ୧୫ତମ ବିଜ୍ଞାନ ମେଳା ଏବଂ ବାର୍ଷିକ ଉତ୍ସବ ଦୁଇ ଦିନ ଧରି ପାଳିତ ହୋଇ ସରିଛି। ପ୍ରଥମ ଦିବସ ରେ ମୁଖ୍ୟ ବକ୍ତା ଭାବରେ ଶ୍ରୀମାନ ହେମ୍ ସାଗର ମହାନନ୍ଦ ଏବଂ ମୁଖ୍ୟ ଅତିଥି ଶ୍ରୀମାନ ଦୁଷ୍ମନ୍ତ ଶେଖର ପାଢ଼ୀ ଓ ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ରବୀନ୍ଦ୍ର ପଟ୍ଟନାୟକ, ବିଜ୍ଞାନ ଓ ଗଣିତ ଶିକ୍ଷକ ଶ୍ରୀ ପ୍ରକାଶ ନିସଂକ୍, ବିଜୟାନନ୍ଦ ହୋତା, ବିରେନ୍ଦ୍ର କୁମାର ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ପ୍ରଦର୍ଶିତ ୩୦୮ ଟି ପ୍ରକଳ୍ପ କୁ ନିରୀକ୍ଷଣ କରିଥିଲେ । ଏଥିରେ ବିଦ୍ୟାଳୟ ର କୁନି କୁନି ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି କଲେଜ୍ ଛାତ୍ର ପର୍ଯ୍ୟନ୍ତ ସମସ୍ତେ ଉତ୍ସାହର ସହିତ ଅଂଶଗ୍ରହଣ କରି ଥିଲେ। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ଅନିଲ ରଞ୍ଜନ ପଣ୍ଡା ବରିଷ୍ଠ ଗଣିତ ଶିକ୍ଷୟତ୍ରୀ ସୁଶ୍ରୀ ବିଜୟଲକ୍ଷ୍ମୀ ସାମନ୍ତରାୟ ଓ ଇନ୍ଦିରା ଦେବୀଙ୍କ ତତ୍ତ୍ଵାବଧାନରେ ବିଜ୍ଞାନ ମେଳା ସମ୍ପାଦନ ହୋଇଥିଲା ପ୍ରତିଯୋଗିତାର ବିଚାରକ ମଣ୍ଡଳୀ ଭାବରେ ବିଦ୍ୟାଳୟର ଶିକ୍ଷୟତ୍ରୀ ପ୍ରୀତି ନନ୍ଦା ସାମନ୍ତରାଏ, ଦୀପ୍ତି ମୟୀ ସାହୁ, ପ୍ରିୟଙ୍କା ପଟ୍ଟନାୟକ, ପ୍ରସୀତା ପ୍ରଧାନ, ସ୍ଵାତୀ ଶତପଥୀ ଏବଂ ଶିକ୍ଷକ ସୁବ୍ରତ କୁମାର ସାହୁ ଏବଂ କୁଞ୍ଜ ବିହାରୀ ସା ଦାୟିତ୍ଵ ନିର୍ବାହ କରି ଥିଲେ। ପ୍ରଥମ ଦିବସ ପରିଶେଷରେ ବରିଷ୍ଠ ବିଜ୍ଞାନ ଶିକ୍ଷକ ତଥା ବିଦୟାଳୟର ଉପ ଅଧ୍ୟକ ଭି ସୁରେନ୍ଦ୍ର ରାଓ ଧନ୍ୟବାଦ୍ ଅର୍ପଣ କରି ଥିଲେ।ଦ୍ଵିତୀୟ ଦିବସରେ ବାର୍ଷିକ ଉତ୍ସବ ଅତି ଆଡ଼ମ୍ବରରେ ପାଳନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ଉପକୁଳପତି ଡ. ନିବେଦିତା ନାଥ, ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡ. ଉମେଶ ଚନ୍ଦ୍ର ଶତପଥୀ, ଅବସର ପ୍ରାପ୍ତ ଇଂରାଜୀ ଶିକ୍ଷକ କାଳୀ ପ୍ରସାଦ ପଟ୍ଟନାୟକ ଏବଂ ଲିଙ୍ଗରାଜ ମିଶ୍ର, ବିଦ୍ୟାଳୟ ର ସଭାପତି ଗିରିଶ ଚନ୍ଦ୍ର ବେହେରା ଓ ଚେଆରମେନ୍ ସତ୍ୟଜିତ କର ଯୋଗଦାନ କରି ଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅଳ୍ପନା ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷକ ରାଘବ ବାଗ ପ୍ରସଙ୍ଗ କଳା ଦର୍ଶନ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ଉଦ୍ ଘୋଷକ ଭାବରେ ଶ୍ରୀମାନ ସୌରଭ ପଣ୍ଡା, ସୁଶ୍ରୀ ସ୍ଵାତୀ ଶତପଥୀ ଏବଂ ବିଦ୍ୟାଳୟର ଛାତ୍ର ଛାତ୍ରୀ ପରିଚାଳନା କରିଥିଲେ।

ଏହି ବାର୍ଷିକ ଉତ୍ସବରେ ବିଭିନ୍ନ ରାଜ୍ୟର କଳା ଓ ସଂସ୍କୃତି କୁ କୁନି କୁନି ଛାତ୍ର ଛାତ୍ରୀ ଅତି ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ମୁଖ୍ୟତଃ କନ୍ନଡ, ତେଲୁଗୁ, ତାମିଲ, ବଙ୍ଗାଳୀ, ରାଜସ୍ଥାନୀ, ଅସମୀୟା, ମରାଠୀ, ଓଡ଼ିଶୀ,ପଞ୍ଜାବୀ, ଉତ୍ତରପ୍ରଦେଶର ନୃତ୍ୟ ଓ ଆଞ୍ଚଳିକ ନୃତ୍ୟ ପରିବେଷଣ କରିଥିଲେ। ସମୁଦାୟ ୫୦୦୦ ରୁ ଉର୍ଦ୍ଧ୍ୱ ଜନ ସମାଗମ ହୋଇଥିଲାକାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ପ୍ରତ୍ୟେକଙ୍କ ପାଇଁ ବିଦ୍ୟାଳୟ ତରଫରୁ ସାତ୍ତ୍ୱିକ ଭୋଜନର ବ୍ୟବସ୍ଥା ବିଦ୍ୟାଳୟର ଶିକ୍ଷକ ସୁଶାନ୍ତ ବାରିକ, ବିଜ୍ଞାନ କର, ଦିଲୀପ ପରିଡ଼ାଙ୍କ ତତ୍ତ୍ଵାବଧାନରେ କରାଯାଇଥିଲା।ସମୁଦାୟ ୪୭ଟି ନୃତ୍ୟ ଓ ଶାରୀରିକ କ୍ରୀଡା କୌଶଳ ପ୍ରଦର୍ଶନ ହୋଇଥିଲା। ମଞ୍ଚଟିକୁ ଅତି ସୁନ୍ଦର ଭାବରେ ବିଦ୍ୟାଳୟର ରସାୟନ ବିଭାଗର ଶିକ୍ଷକ କାହ୍ନl କୁମାର ବିଶି, ପ୍ରଯୁକ୍ତି ବିଦ୍ୟା ଶିକ୍ଷକ ମନମୋହନ ମିଶ୍ର, ଶିକ୍ଷୟତ୍ରୀ ଝାନଶି ମିଶ୍ର, ପ୍ରିୟଙ୍କା ମିଶ୍ର, ୟାଙ୍କସାଜସଜ୍ଜା କାର୍ଯ୍ୟ ସମ୍ପାଦନ କରିଥିଲେ।ପ୍ରିତିନନ୍ଦା ସାମନ୍ତରାୟ ସମସ୍ତ ଛାତ୍ର ଛାତ୍ରୀ, ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ବୃନ୍ଦ ଏବଂ ଅଭିଭାବକ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶିବରାମ ମିଶ୍ର, କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ ପ୍ରଶାନ୍ତ କୁମାର ମିଶ୍ର ସମସ୍ତ କାର୍ଯ୍ୟ ସୁଚାରୁରୂପେ ତଦାରଖ କରିଥିଲେ। ଏଥିରେ ସମସ୍ତ ବରିଷ୍ଠ ସାମ୍ବାଦିକ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

What's Your Reaction?

like

dislike

love

funny

angry

sad

wow

SUJAYA EDITOR