ମକା ଧାନ ଦରବୃଦ୍ଧି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ। ଚାଷୀ ସଂଘ ର ସପ୍ତାହ ବ୍ୟାପୀ ଆନ୍ଦୋଳନ ଚେତାବନୀ।

Dec 22, 2025 - 18:11
0 101
ମକା ଧାନ ଦରବୃଦ୍ଧି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ। ଚାଷୀ ସଂଘ ର ସପ୍ତାହ ବ୍ୟାପୀ ଆନ୍ଦୋଳନ ଚେତାବନୀ।

ଝରିଗାଁ,୨୨l୧୨ (ଷ୍ଟାର ନିୟୁଜ ଓଡିଶା): ମକା ଧାନ ଅଭାବି ବିକ୍ରି ତଥା ସାର ଓ ବିଜୁଳି ଦରବୃଦ୍ଧି ସାଙ୍ଗକୁ ମକା ମଣ୍ଡି ବ୍ୟବସ୍ଥା ସରକାର ନ କରିବା ପ୍ରତିବାଦରେ ଚାଷୀ ମହାସଂଘ ଆଜି ରାଜରାସ୍ତାକୁ ଓହ୍ଲାଇଛି। ଝରିଗାଁ ବ୍ଲକ ଚାଷୀ ସଂଘର ବରିଷ୍ଠ ଚାଷୀ ନେଟ୍ରୁବର୍ଗ ଏବଂ ସର୍ବଦଳୀୟ ନେତୃବୃନ୍ଦଙ୍କ ଆହ୍ଵାନ କ୍ରମେ ବ୍ଲକର ଶତାଧିକ ଚାଷୀ ଆଜି ସକାଳ ୧୦ ଘଣ୍ଟିକା ଠାରୁ ଝରିଗାଁ ତ୍ରିକୋଣ ଛକ ନିକଟରେ ଡବଲ ଇଞ୍ଜିନ ସରକାର ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିଛନ୍ତି। ସରକାରଙ୍କ ଚାଷୀ ମାରଣ ନୀତି କୁ ତୀବ୍ର ନିନ୍ଦା କରିଛନ୍ତି। ଏହି ପରିପ୍ରେକ୍ଷୀରେ ବସ ଷ୍ଟାଣ୍ଡ ଛକରେ ଏକ ପ୍ରତିବାଦ ସଭା ଆୟୋଜନ ହୋଇଛି। ସଭାରେ ବରିଷ୍ଠ ନେତୃବର୍ଗ ସରକାରଙ୍କ ବିରୁଦ୍ଧରେ ଗର୍ଜିଛନ୍ତି। ମକା ଧାନ ରାସ୍ତାରେ ଢ଼ାଳି ପ୍ରତିବାଦ କରିଛନ୍ତି। ଶତାଧିକ ଚାଷୀ ଟ୍ରାକ୍ଟର ରାସ୍ତା ରେ ଆଣି ଛିଡା କରିଛନ୍ତି। ଯାହା ଫଳରେ ଯାତାୟତରେ ଅସୁବିଧା ହେଉଛି। ଅତି ଶୀଘ୍ର ସରକାର ଓ ପ୍ରଶାସନ ଚାଷୀର ନ୍ୟାର୍ଯ୍ୟ ଦାବି ପୂରଣ ନ କଲେ ଆନ୍ଦୋଳନ ବ୍ୟାପକ ହେବା ସହ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିବ ବୋଲି ଚାଷୀ ସଂଘ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନରେ ରାଜ୍ୟ,ଜିଲ୍ଲା ଓ ବ୍ଲକ ସ୍ତରୀୟ ରାଜନେତା ଆନ୍ଦୋଳନ କୁ ସମର୍ଥନ କରିବା ସହ ଏହି ଚାଷୀ ର ହକ ପାଇଁ ଲଢେଇ ଜୋରଦାର ହେବ ବୋଲି ଚାଷୀକୁଳ ଙ୍କୁ ଆହ୍ଵାନ ଦେଇଛନ୍ତି।

 ପୂର୍ବତନ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଡ଼ାବୁ ଗାଁ ବିଧାୟକ ମନୋହର ରନ୍ଧାରି, ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ,ପୂର୍ବତନ ରାଜ୍ୟସଭା ସାଂସଦ ଭଗବାନ ମାଝୀ,ପୂର୍ବତନ ବିଧ୍ୟାୟକ ଭୁଜବଳ ମାଝୀ ଜିଲ୍ଲା ପରିଷଦ ସଭ୍ୟା ତଥା ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷା ଡ଼ ଲିପିକା ମାଝୀ, କଂଗ୍ରେସ ନେତ୍ରୀ ହାରାବତୀ ଗଣ୍ଡ , ଜିଲ୍ଲା ସମିତି ସଂଘ ସଭାପତି ପ୍ରସନ୍ନ ମାଝୀ,ଡ଼ାବୁ ଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ବରିଷ୍ଠ କୃଷକ ନେତା ବୃନ୍ଦାବନ ତ୍ରିପାଠୀ,ଅଖିଳ ଭତରା,ସରପଞ୍ଚ ଯୋଗେଶ୍ୱର ପୂଜାରୀ,ରାଜୁ ସାନ୍ତା ହଳଧର ବଞ୍ଜାରା,ତମ୍ବୁଡ଼ାସ ପନକା,ଉଦୟ ନାୟକ, ଅଶୋକ କୁମାର ମୂର୍ତ୍ତି, ପ୍ରେମା ପାଣ୍ଡେ,ପ୍ରଫୁଲ୍ଲ ପାଣ୍ଡେ, ପ୍ରମୁଖ ବହୁ ନେତୃବୃନ୍ଦ ଏହି ଆନ୍ଦୋଳନ କୁ ସମର୍ଥନ କରି ସାମିଲ ହୋଇଛନ୍ତି। ଅପରାହ୍ନ ୧ ଘଣ୍ଟା ସମୟରେ ଆନ୍ଦୋଳନ ପ୍ରତ୍ୟାହୃତ କରିବାକୁ ସ୍ଥାନୀୟ ତହସିଲଦାର ସୁମନ୍ତ କୁମାର ପାତ୍ର ଓ ଅତିରିକ୍ତ ତହସିଲଦାର ଅହଲ୍ୟା ମୁଦୁଲି ପ୍ରଶାସନ ପକ୍ଷରୁ ଚାଷୀ ସଂଘ କୁ ବୁଝାଇବାକୁ ଆସିଥିବା ବେଳେ ଚାଷୀ ସଂଘ ଏହାକୁ ପ୍ରତ୍ୟାଖାନ କରି ଜିଲ୍ଲାପାଳ ଏବଂ ବିଭାଗୀୟ ମନ୍ତ୍ରୀ ଆଲୋଚନା ପାଇଁ ଆସିବା ଦରକାର ବୋଲି ଚାଷୀ ସଂଘ ଚେତାବନୀ ଦେଇଛନ୍ତି ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User