ଧୋଡ୍ରା ଆର.ଏମ.ସି ପରିସରରେ ଧାନ ମଣ୍ଡିର ଶୁଭ ଉଦ୍ଘାଟନ ।

Dec 21, 2025 - 21:18
 0  112
ଧୋଡ୍ରା  ଆର.ଏମ.ସି ପରିସରରେ ଧାନ ମଣ୍ଡିର ଶୁଭ ଉଦ୍ଘାଟନ ।

ଝରିଗାଁ,୨୧l୧୨ (ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଧୋଡ୍ରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭିମାଗୁଡା ଆର୍.ଏମ.ସି ଗୋଦାମ ଠାରେ ଧାନମଣ୍ଡିର ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି ମଣ୍ଡି ଉଦ୍ଘାଟନ ଅବସରରେ ଝରିଗାଁ ବିଧାୟକ ନରସିଂହ ଭତ୍ରା , ଆର୍.ଏମ.ସି ପ୍ରଶାନ୍ତ ରାୟ , ଧୋଡ୍ରା ମଣ୍ଡଳ ସଭାପତି ଭୁଜବଳ ଗୈାଢ, ଧୋଡ୍ରା ପଞ୍ଚାୟତ ସଭାପତି ସୁବାଷ ପନକା , ଚନ୍ଦାହାଣ୍ଡିର ବରିଷ୍ଟ ବିଜେପି ନେତା ପ୍ରତାପ ବାଘ , ସୁଜନ ଭକ୍ତ , ସନ୍ଦିପ ମିର୍ଧା , ଯତିର୍ମୟୀ ରାୟ , ରାଜେଶ ଗୁପ୍ତା , ସୁତମ ହରିଜନ , ଦୁର୍ଯୋ ପନକାଙ୍କ ସମେତ ଲେମ୍ପ କର୍ମଚାରୀ ଏବଂ ଚାଷୀଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ବୋଳନ କରି ଧାନମଣ୍ଡିର ଉଦଘାଟନ ହୋଇଯାଇଛି । ବିଧାୟକ ନରସିଂହ ଭତ୍ରା କହିଥିଲେ ଯେ ଚାଷୀମାନେ ଯେମିତି କୈାଣସି ପ୍ରକାରର ଅସୁବିଧାର ସମ୍ମୁଖିନ ନ ହେବେ ତାହା ଉପରେ ନଜର ଦେବାକୁ । ଆସନ୍ତା ସୋମବାର ଦିନ ଝରିଗାଁ , ମଙ୍ଗଳବାର ଦିନ ଏକାମ୍ବା , ବୁଧବାର ଦିନ ଚଚା , ଶୁକ୍ରବାର ଦିନ ଚାଟିଗୁଡା , ଶନିବାର ଦିନ ବେଲଗାଁ ଧାନମଣ୍ଡି ଉଦଘାଟନ ହେବାକୁ ଥିବାର ସୂଚନା ରହିଛି । ଏଯାଏ ଧାନମଣ୍ଡିର ଟାର୍ଗେଟ ଆସି ନ ଥିବାବେଳେ ଚଚା ଧାନମଣ୍ଡି ଠାରେ ମାଁ ଲକ୍ଷ୍ମୀ ଗ୍ରୁପ ଏବଂ ଧୋଡ୍ରା ଧାନମଣ୍ଡି ଠାରେ ମାଁ ମୀରାବାଇ ଗ୍ରୁପ ଧାନ କିଣିବା ନେଇ ସୂଚନା ମିଳିଛି । ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାନ କୁଣ୍ଟାଲ ମୂଲ୍ୟ ୨୩୬୯ ଟଙ୍କା ରହିଥିବା ବେଳ ପ୍ରୋତ୍ସାହନ ରାଶି ୭୩୧ ଟଙ୍କା ରହିଛି । କୁଣ୍ଟାଲ ପିଛା ମୋଟ ୩୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR