୩୭୮କିଲୋ ଗଞ୍ଜେଇ ଜବତ, ଡ୍ରାଇଭର ଗିରଫ।
ଫିରିଙ୍ଗିଆ,୨୦l୧୨(ଷ୍ଟାର ନିୟୁଜ) : ଆଜି ପାଟ୍ରୋଲିଂ କରୁଥିବା ସମୟରେ ଏକ ବୋଲେରୋ ଗାଡ଼ିରୁ ୩୭୮କିଲୋ ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗାଡିର ଡ୍ରାଇଭରକୁ ଗିରଫ କରିଛି ଗୋଛାପଡା ପୁଲିସ Iସୂଚନା ଅନୁସାରେ, ଗୋଛାପଡ଼ା ଥାନା ଅଧିକାରୀ ଚିରଞ୍ଜୀବ ବେହେରାଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏସଆଇ ଅନନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଗୋଛାପଡା ଠାରୁ ଫୁଲବାଣୀ ଯାଇଥିବା ମୁଖ୍ୟ ରାସ୍ତାର କାଟ୍ରାମାଲା ଗାଁ ଛକ ନିକଟରେ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିବା ସମୟରେ ଗାଡ଼ିରୁ ଗଞ୍ଜେଇ ଭର୍ତ୍ତି ୧୫ଟି ବସ୍ତା ବାହାରିଥିଲା I ସଙ୍ଗେସଙ୍ଗେ ଉକ୍ତ ଟିମ୍ ଗାଡ଼ିର ଡ୍ରାଇଭରକୁ ଧରି ପଚରାଉଚରା କରିବା ପରେ ଗୋଛାପଡା ଥାନା ସଲାଗୁଡା ପଞ୍ଚାୟତ ଅଞ୍ଚଳରୁ ଫୁଲବାଣୀ ଗଞ୍ଜେଇ ଚାଲାଣ କରୁଥିବା ଡ୍ରାଇଭର ଜଣକ ସ୍ୱୀକାର କରିଥିଲା ।ପରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ମହାନନ୍ଦିଆଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରିବା ସହ ଡ୍ରାଇଭରକୁ ଗିରଫ କରାଯାଇଥିଲା I ତେବେ ଗିରଫ ଡ୍ରାଇଭର ଜଣଙ୍କ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଗୁଦାରୀ ପଞ୍ଚାୟତ ଶ୍ରୀରାମ ନଗରର ପ୍ରମୋଦ ସାହୁ ବୋଲି ଜଣାପଡ଼ିଥିବା ବେଳେ ଏହି ଘଟଣାକୁ ନେଇ ଗୋଛାପଡ଼ା ଥାନାରେ କେଶ ନଂ ୨୫୦/୨୫ରେ ଏକ ମାମଲା ରୁଜୁ କରାଯାଇଛି । ଏହି ଗଞ୍ଜେଇ ଚାଲାଣରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ସେ ଦିଗରେ ମଧ୍ୟ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୂଚନା ଦେଇଥିବା ବେଳେ ଶନିବାର ଗିରଫ ଡ୍ରାଇଭରକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି I
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)