ଝରିଗାଁ ଆଦର୍ଶ ବିଦ୍ୟାଳୟର ଷଷ୍ଠ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

Dec 20, 2025 - 18:19
 0  54
ଝରିଗାଁ ଆଦର୍ଶ ବିଦ୍ୟାଳୟର   ଷଷ୍ଠ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

ଝରିଗାଁ,୨୦l୧୨ (ଷ୍ଟାର ନିୟୁଜ ଓଡିଶା):ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ଆଜି ଷଷ୍ଠତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି |ଉକ୍ତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଝରିଗାଁ ବିଧାୟକ ନରସିଂହ ଭତରା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପେନ୍ଡ୍ରାଣୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ପଙ୍କଜ ଲୋଚନ ମିଶ୍ର ଯୋଗ ଦେଇଥିଲେ |ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଝରିଗାଁ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ,ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ତହସିଲଦାର ସୁମନ୍ତ ପାତ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦଶରଥ ଗଣ୍ଡ ଓ ଭିଏମଡ଼ିସି ର ସଭ୍ୟସଭ୍ୟା ମାନେ ମଞ୍ଚାସିନ ରହିଥିଲେ |ବରେଣ୍ୟ ଅତିଥିମାନେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଧୂପଦାନ କରିବା ପରେ ମଞ୍ଚାସିନ ହୋଇଥିଲେ |ବିଦ୍ୟାଳୟର ପ୍ରିନସିପାଲ ବୁଲୁ ସାହୁ ମଞ୍ଚାସିନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ପରେ ବିଦ୍ୟାଳୟର ଛାତ୍ରୀମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଥିଲେ ।

ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିବା ପରେ ବିଦ୍ୟାଳୟର ପ୍ରିନସିପାଲ ବିଦ୍ୟାଳୟର ବିବରଣୀ ପଠନ କରିବା ସହିତ ବିଦ୍ୟାଳୟର ମୁଖ୍ୟ ସମସ୍ୟା ସବୁକୁ ମଞ୍ଚାସିନ ଅତିଥି ମାନଙ୍କ ସମ୍ମୁଖରେ ଉପସ୍ଥାପନା କରିବା ସହିତ ସମସ୍ୟାର ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ |ମୁଖ୍ୟ ଅତିଥି ଶ୍ରୀ ମାଝୀ ମଞ୍ଚରେ ନିଜ ବକ୍ତବ୍ୟ ରଖିବାକୁ ଯାଇ ଛାତ୍ରଛାତ୍ରୀ ମାନଙ୍କ ଉଦେଶ୍ୟରେ କହିଥିଲେ କି,ଉତ୍ତମ ଶିକ୍ଷା ସାଙ୍ଗକୁ ଚରିତ୍ର ଗଠନର ବହୁତ ଆବଶ୍ୟକତା ରହିଛି ଓ ଆମକୁ କେବଳ ଚାକିରୀକୁ ଲକ୍ଷ୍ୟ ରଖି ପାଠ ପଢିଲେ ହେବ ନାହିଁ |ଆମକୁ ଭଲ ପାଠ ପଢିବା ସହିତ ଭଲ ମଣିଷ ଟିଏ ବି ହେବା ଦରକାର ଓ ଭବିଷ୍ୟତରେ ନିଜ ଦେଶ, ରାଜ୍ୟ, ଜିଲ୍ଲା, ବ୍ଲକ ତଥା ନିଜ ଅଞ୍ଚଳର ଉନ୍ନତି ପାଇଁ କାର୍ଯ୍ୟ କରିବା ଆବଶ୍ୟକ ରହିଛି ବୋଲି କହି ନିଜ ଅବିଭାଷଣ ଶେଷ କରିଥିଲେ |ପରେ ବରେଣ୍ୟ ଅତିଥିମାନଙ୍କ ହସ୍ତରୁ କୃତିତ୍ୱ ଛାତ୍ରଛାତ୍ରୀମାନେ ଟ୍ରଫି ଓ ମାନପତ୍ର ସବୁ ଗ୍ରହଣ କରିଥିଲେ |ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଶେଷରେ ଭିଏମଡିସି ସଦସ୍ୟ ଆସୁତୋଷ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଜଣେଇ ସଭା ସାଙ୍ଗ କରିଥିଲେ |ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବିଭାବକ ମାନଙ୍କ ସହଯୋଗ ଯୋଗୁଁ କାର୍ଯ୍ୟକ୍ରମଟି ବେସ ସୁନ୍ଦର ହୋଇଥିଲା |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR