ସାଂସଦ ଖେଳ ମହୋତ୍ସବ ପାଇଁ ଡାବୁଗାଁ ରେ ମୋଶାଲ୍ ଶୋଭାଯାତ୍ରା।
ଡାବୁଗାଁ,୧୯l୧୨ (ଷ୍ଟାର ନିୟୁଜ ଓଡିଶା): ପ୍ରଧାନମନ୍ତ୍ରୀଙ୍କ ନୂତନ ପ୍ରୟାସ ସାଂସଦ ଖେଳ ଇଣ୍ଡିଆ ଅନ୍ତର୍ଗତ ସାଂସଦ ଖେଳ ମହୋତ୍ସବ ମାଧ୍ୟମରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ର କ୍ରୀଡ଼ାରେ ପ୍ରତିଭା ସମ୍ପନ୍ନ ଯୁବକ ଯୁବତୀ ମାନଙ୍କୁ ଲୋକ ଲୋଚନକୁ ଆଣି ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଲକ୍ଷ୍ୟ ରଖା ଯାଇଥିବା ସ୍ଥଳେ, ଆଜି ଡାବୁଗାଁ ରେ ଏହା ର ଶୁଭାରମ୍ଭ କରା ଯାଇଛି। ମାଁ ଠାକୁରାଣୀ ଙ୍କ ପୂଜା ଅର୍ଚ୍ଚନା ପରେ ମୋଶାଲ଼ ପ୍ରଜ୍ଜଳିତ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରା ଯାଇଥିଲା। ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ, ବରିଷ୍ଠ ଆଇନଜୀବି ଜୟନ୍ତ କୁମାର ପାତ୍ର ଓ ରାଜେନ୍ଦ୍ର ବିଶୋଇ , ବିଜେପି ର ବରିଷ୍ଠ ନେତା ଜେ ରାଜଶେଖର ରାଓ, କଂଗ୍ରେସ ସଭାପତି ଜି ସାଇ ରାଜୁ, ବିଜେଡି ର ବରିଷ୍ଠ ନେତା ଏମ ଆପା ରାଓ, ବିଜେପି ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ଜି କିରଣ ସମେତ ବିଭିନ୍ନ ଅନୁଷ୍ଠାନ ର ଛାତ୍ର ମାନେ ମାଁ ଠାକୁରାଣୀ ମନ୍ଦିର ରୁ ଏକ ଶୋଭାଯାତ୍ରାରେ ଭୈରବ ମହାବିଦ୍ୟାଳୟ ପଡିଆ ପର୍ଯ୍ୟନ୍ତ ଯାଇଥିଲେ। ବି. ଏସ୍.ଏସ୍. ଓ ଯତୀନ ପାଣିଗ୍ରାହୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ଡବ୍ଲୁ. ଇ. ଓ. ଆଦିର୍ଯ୍ୟ ନାରାୟଣ ରଥ ଓ ଡାବୁଗାଁ ବ୍ଲକ ରେ କାର୍ଯ୍ୟରତ କର୍ମଚାରୀ ମାନେ ଆୟୋଜନ ର ତଦାରଖ କରିଥିଲେ।ସୂଚନାଯୋଗ୍ୟ ଯେ ଏହି ଅବସରରେ ଦୁଇଦିନ ବ୍ୟାପୀ ବିଭିନ୍ନ କ୍ରିଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ ।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)