ଆର ସି ଡି ସି ପକ୍ଷରୁ ସାଧାରଣ ବୈଠକ ଅନୁଷ୍ଠିତ ।

Dec 19, 2025 - 10:09
0 81
ଆର ସି ଡି ସି ପକ୍ଷରୁ ସାଧାରଣ ବୈଠକ ଅନୁଷ୍ଠିତ ।

ଝରିଗାଁ,୧୯l୧୨ (ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷ ଠାରେ ଆର ସି ଡି ସି ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି |ଆର ସି ଡି ସି ପ୍ରୋଜେକ୍ଟ କୋରଡ଼ିନେଟର ଦୁଷ୍ମନ୍ତ ଓଝାଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକରେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁ ସୁଦନ ମାଝୀ, ତହସିଲଦାର ସୁମନ୍ତ ପାତ୍ର, ଫୋରେଷ୍ଟ ଗାର୍ଡ ରାଜୁ ମଣ୍ଡଳ, ଏଲ ଆଇ ଅନିଲ କୁମାର ନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ମଞ୍ଚାସିନ ରହିଥିବା ବେଳେ 117ଜଣ ଗାଁ ମୁଖିଆ, ଏସ ଏଚ ଜି ଲିଡର, କୃଷକ ନେତା ଏବଂ ଏଫ ପି ଓ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ |ଆୟୋଜିତ ଉକ୍ତ ବୈଠକରେ ମଞ୍ଚାସିନ ଅଧିକାରୀମାନେ ନିଜ ନିଜ ବିଭାଗ ତରଫରୁ ଜନସାଧାରଣ ତଥା ଚାଷୀ ମାନଙ୍କ ହିତ ତଥା ଉନ୍ନତି ପାଇଁ ପ୍ରଣୀତ ହୋଇଥିବା ବିଭିନ୍ନ ଯୋଜନା ବିଷୟରେ ବୁଝେଇବା ସହିତ କିଭଳି ସରକାରୀ ଯୋଜନା ଗୁଡିକର ଲାଭ ଉଠେଇ ପାରିବେ ସେ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝେଇଥିଲେ |ଅନ୍ୟ ଆର ସି ଡ଼ି ସି ସଦସ୍ୟ ମାନଙ୍କ ମଧ୍ୟରେ ପ୍ରୋଗ୍ରାମ ଅଫିସର ଭାରତୀ, ଶଙ୍କର ମିଶ୍ର, ଗ୍ରାମ ସ୍ତରର ସେବା ପ୍ରଦାନକାରୀ ଦେବି, ଧରମ, ପ୍ରେମ, ହରି, ନମିତା ପ୍ରମୁଖ ଉପସ୍ଥିତ ରହିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User