ଭାଜପା ଫୁଲବାଣୀ ଗ୍ରାମୀଣ ମଣ୍ଡଳ ପକ୍ଷରୁ ନିର୍ବାଚନ ସଂସ୍କାର (ଏସ୍‌ଆଇଆର୍) ସମ୍ବନ୍ଧୀୟ ମଣ୍ଡଳ ସ୍ତରୀୟ କର୍ମଶାଳା।

Dec 19, 2025 - 08:32
0 7
ଭାଜପା ଫୁଲବାଣୀ ଗ୍ରାମୀଣ ମଣ୍ଡଳ ପକ୍ଷରୁ ନିର୍ବାଚନ ସଂସ୍କାର (ଏସ୍‌ଆଇଆର୍) ସମ୍ବନ୍ଧୀୟ ମଣ୍ଡଳ ସ୍ତରୀୟ କର୍ମଶାଳା।

ଫୁଲବାଣୀ,୧୯|୧୨(ଷ୍ଟାର ନିୟୁଜ): ନିର୍ବାଚନ ପ୍ରଣାଳୀର ସୁଦୃଢ଼ତା ଓ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଭାଜପା ଫୁଲବାଣୀ ଗ୍ରାମୀଣ ମଣ୍ଡଳ ପକ୍ଷରୁ ନିର୍ବାଚନ ସଂସ୍କାର (ଏସ୍‌ଆଇଆର‌) ସମ୍ବନ୍ଧୀୟ ଏକ ମଣ୍ଡଳ ସ୍ତରୀୟ କର୍ମଶାଳା ଫୁଲବାଣୀ ବ୍ଲକ ତୁଡ଼ିପାଜୁ ପଞ୍ଚାୟତ ଅନ୍ତର୍ଗତ ସାର୍ତ୍ତାଗୁଡ଼ା ଠାରେ ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ କହଁରଙ୍କ ନେତୃତ୍ୱରେ ମଣ୍ଡଳ ସ୍ତରୀୟ ଏସ୍‌ଆଇଆର ତଥା ନିର୍ବାଚନ ସଂସ୍କାର ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା | ଏହି ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସଞ୍ଜିତ କୁମାର ମଣ୍ଡଳ ଯୋଗଦେଇ ଏସ୍‌ଆଇଆର ତଥା ନିର୍ବାଚନ ସଂସ୍କାର ସମ୍ପର୍କରେ ବିସ୍ତୃତ ଭାବେ ଅଭିଭାଷଣ ରଖିଥିଲେ। ଏହି କର୍ମଶାଳାରେ ନିର୍ବାଚନ ସଂସ୍କାରର ଗୁରୁତ୍ବ, ସ୍ବଚ୍ଛ ଓ ପାରଦର୍ଶୀ ଭୋଟ ପ୍ରକ୍ରିୟା, ମତଦାତା ସୂଚି ସୁଧାର (ଏସ୍‌ଆଇଆର‌) ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ମଣ୍ଡଳ ସଭାପତି ଆଦିତ୍ୟ କହଁର,ସାଧାରଣ ସମ୍ପାଦକ ଲଳିତ ଦିଗାଲ, ଜୟନ୍ତ କହଁର, ମଣ୍ଡଳ ଉପ ସଭାପତି ସୁବ୍ରତ କହଁର, ଫୁଲବାଣୀ ଗ୍ରାମୀଣ ମଣ୍ଡଳ ଏସ ସି ମୋର୍ଚ୍ଚା ସଭାପତି ଭାଗିରାମ ଦିଗାଲ,ବସ ବରିଷ୍ଠ କାର୍ଯ୍ୟକର୍ତ୍ତା ଗୋପୀନାଥ କହଁର, ରମେଶ ପ୍ରଧାନ,ପ୍ରମୋଦ କହଁର, ଜଳନ୍ଧର କହଁର ପ୍ରମୁଖ ଉପସ୍ଥିତ ରହି ଭୋଟରମାନଙ୍କୁ ସଚେତନ ରହିବା, ଭୁଲ ନାମାବଳୀ ସଂଶୋଧନ କରିବା ଓ ନିର୍ବାଚନୀ ପ୍ରକ୍ରିୟାରେ ସକ୍ରିୟ ଭାଗୀଦାର ହେବା ପାଇଁ ଆହ୍ବାନ ଜଣାଇଥିଲେ I ଦଳ ପକ୍ଷରୁ ନିର୍ବାଚନ ଚନ ସଂସ୍କାର ମାଧ୍ୟମରେ ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିବା ସକାଶେ ପରାମର୍ଶ ଦିଆଯାଇଥିଲା।ଏହି କର୍ମଶାଳା ରେ ଶତାଧିକ ଭାଜପା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User