କଳାହାଣ୍ଡି ମଣ୍ଡି ହେମାଲ ୟୁନିୟନର ସାଧାରଣ ସଭା।

Nov 10, 2025 - 21:33
 0  20
କଳାହାଣ୍ଡି ମଣ୍ଡି ହେମାଲ ୟୁନିୟନର ସାଧାରଣ ସଭା।

କଳାହାଣ୍ଡି,୧୦l୧୧ ( ଷ୍ଟାର ନିୟୁଜ ଓଡିଶା ): କୋକସରା ବ୍ଲକ କାଉଡୋଲା ଧାନ ମଣ୍ଡିଠାରେ କଳାହାଣ୍ଡି ଜିଲ୍ଲା ରାଇସ ମିଲ ଏବଂ ମଣ୍ଡି ହେମାଲ ୟୁନିୟନ ର ସାଧାରଣ ସଭା ଅନୁଷ୍ଠିତ ହୋଇଛି। କଳାହାଣ୍ଡି ଜିଲ୍ଲା ମଣ୍ଡି ହେମାଲ ୟୁନିୟନର ସଭାପତି ସୁରେନ୍ଦ୍ର ମୋହନ କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଭାରତୀୟ ମଜଦୁର ସଂଘର ପୂର୍ବତନ ପ୍ରଦେଶ ସଭାପତି ତଥା ମଣ୍ଡି ଓ ରାଇସ ମିଲ ହେମାଲ ସଂଘର ଜିଲ୍ଲା ସଭାପତି ଦେବେନ୍ଦ୍ର ପାଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବି.ଏମ୍.ଏସ୍ ର ସଭାପତି ଲୋଚନ ସାହୁ, ଉପସଭାପତି ପଙ୍କଜ ମଙ୍ଗରାଜ, ରାଧାକାନ୍ତ ବେହେରା, ଭବାନୀ ଶଙ୍କର ରାଉତ, ଡୋଲାମଣି ସାହୁ, ନବୀନ ଛତ୍ରିଆ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଏହି କ୍ରମରେ ଶ୍ରମିକ ମାନଙ୍କ ନିମନ୍ତେ ୨୧ ଟଙ୍କା ୭୦ ପଇସା ବୃଦ୍ଧି କରିଥିବାରୁ ସରକାରଙ୍କୁ ଶ୍ରମିକମାନେ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ପରେ ସଭାରେ ରାଇସ ମିଲ ଏବଂ ମଣ୍ଡି ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଉପରେ ଆଲୋଚନା କରାଯାଇଥିଲା।

ଭବାନୀପାଟଣା ରୁ ବିୟୁରୋ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା।

What's Your Reaction?

like

dislike

love

funny

angry

sad

wow

SUJAYA EDITOR