ହାତୀଗାଁରେ ସେଣ୍ଟ୍ରାଲ ବ୍ୟାଙ୍କ ଶାଖାର ଉଦ୍ଘାଟନ |ଅଞ୍ଚଳରେ ଆନନ୍ଦର ମାହୋଲ ।

Aug 4, 2025 - 20:25
 0  73
ହାତୀଗାଁରେ ସେଣ୍ଟ୍ରାଲ ବ୍ୟାଙ୍କ ଶାଖାର ଉଦ୍ଘାଟନ |ଅଞ୍ଚଳରେ ଆନନ୍ଦର ମାହୋଲ ।

ରାଇଘର,୪l୮ ( ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଦୁର୍ଗମ ଅଞ୍ଚଳ ଭାବେ ବେଶ ପରିଚିତ ହାତୀଗାଁ ଠାରେ ଆଜି ସେଣ୍ଟ୍ରାଲ ବ୍ୟାଙ୍କ ଶାଖାର ଶୁଭ ଉଦ୍ଘାଟନ ହୋଇଥିବା ବେଳେ | ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି |ଏହି ଉଦ୍ଘାଟନି ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର ଯୋଗଦେଇ ଏଥର ଏହି ଅଞ୍ଚଳର ଜନସାଧାରଣ ଉପକୃତ ହେବା ସହିତ ହାତପାହାନ୍ତାରେ ସମସ୍ତ ସୁବିଧା ପାଇପାରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି |ଆଗରୁ ପେନସନ ଟଙ୍କା,ଆବାସ ଘର ଟଙ୍କା ଓ ଅନ୍ୟାନ୍ୟ ବ୍ୟାଙ୍କ କାର୍ଯ୍ୟ ପାଇଁ 20କିଲୋମିଟର ଦୂର ଯିବାକୁ ପଡୁଥିଲା |ଫଳରେ ବିଶେଷ କରି ବୁଢାବୁଢ଼ୀ ଓ ବିକଳାଙ୍ଗ ଲୋକେ ବଡ଼ ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ |ବର୍ତମାନ ଏଠାରେ ବ୍ୟାଙ୍କ ଶାଖାର ଶୁଭାରମ୍ଭ ହେବା ଦ୍ୱାରା ସେ ସମସ୍ୟା ଆଉ ହେବନାହିଁ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି |ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ରାଇଘର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ସେଠି, ହାତୀଗାଁ ସରପଞ୍ଚ ମହେଶ ଗଣ୍ଡ, ସମ୍ବଲପୁର ରିଜନ ର ରିଜନାଲ ମୁଖ୍ୟ ଦିବ୍ୟନ୍ଦୁ କୁମାର, ହାତୀଗାଁ ବ୍ୟାଙ୍କ ଶାଖାର ବ୍ୟାଙ୍କ ମ୍ୟାନେଜର ସୌମ୍ୟ ମିଶ୍ରଙ୍କ ସମେତ ପଂଚାୟତର ଭଦ୍ରବ୍ୟକ୍ତି ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow