ଝରିଗାଁ ଧାନ ମଣ୍ଡିରେ ଉଠୁନି ଧାନ,ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଚାଷୀ।
ଝରିଗାଁ,୨୯l୧୨(ଷ୍ଟାର ନିୟୁଜ ଓଡିଶା):ଗତ କିଛିଦିନ ତଳେ ଚାଷୀଙ୍କ ଧାନ ଓ ମକା ଉଚିତ ମୁଲ୍ୟରେ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉ ବୋଲି ଝରିଗାଁ ବ୍ଲକ ଚାଷୀ ଆନ୍ଦୋଳନ କରିଥିଲେ।ପ୍ରଶାସନ ପକ୍ଷରୁ ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ସ୍ଥଗିତ ହୋଇଥିଲା।କିନ୍ତୁ ଆଜି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ଧାନ ମଣ୍ଡିରେ କଟନୀ ଛଟନୀକୁ ନେଇ ଧାନ କିଣା ହୋଇ ନଥିବା ବେଳେ ଚାଷୀ ଅସନ୍ତୋଷ ପ୍ରକାଶ କରିବା ସହ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି।ସ୍ଥାନୀୟ ଚାଷୀଙ୍କ ଅଭିଯୋଗ ପ୍ରକାରେ ପ୍ରଶାସନ ଚାଷୀଙ୍କ ଧାନ ଉଚିତ ମୂଲ୍ୟରେ ବିକ୍ରି କରିବା ପାଇଁ ଧାନ ମଣ୍ଡି ଖଲିଛନ୍ତି।ତେବେ FAQ ମାନର ଧାନ ଆଲ ଦେଖାଇ ଚାଷୀ ମାନଙ୍କୁ କଟନୀ ଛଟନୀ କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି।ଚାଷୀଙ୍କ ଅଭିଯୋଗ ପ୍ରକାରେ FAQ ମାନର ଧାନ ନିର୍ଦ୍ଧାରଣ ପାଇଁ କୌଣସି ଯନ୍ତ୍ରପାତି ବ୍ୟବହାର ହେଉନାହିଁ।କର୍ମଚାରୀ ମାନେ ବିନା ଯନ୍ତ୍ରପାତି ବ୍ୟବହାର କରି ଧାନର ମାନ ନିର୍ଧାରଣ କରୁଥିବା ଅଭଯୋଗ ହୋଇଛି।ତେଣୁ ପ୍ରଶାସନ ତୁରନ୍ତ FAQ ମାନର ଧାନ ନିର୍ଦ୍ଧାରଣ ପାଇଁ ଝରିଗାଁ ଧାନ ମଣ୍ଡିରେ ଯନ୍ତ୍ରପାତି ଯୋଗାଇଦେବା ପାଇଁ ଦାବି ହୋଇଛି।ଯଦି ପ୍ରଶାସନ ପକ୍ଷରୁ ମଣ୍ଡିରେ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ FAQ ମାନର ଧାନ ଆଲ ଦେଖାଇ କଟନୀ ଛଟନୀ କଲେ ଆସନ୍ତା ଦିନରେ ଚାଷୀ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବେ ବୋଲି ବରିଷ୍ଟ ଚାଷୀ ପ୍ରଫୁଲ୍ଲ ପାଣ୍ଡେ , ମୋହନ ପ୍ରଧାନୀ, ଖଗେଶ୍ବର ନାୟକ, ରବି ନାୟକ, ବଂଶୀଧର ପନକା , ପ୍ରେମା ପାଣ୍ଡେ , ଚୈତନ୍ୟ ଗୌଡ଼, ଦୀନବନ୍ଧୁ ଗୌଡ଼ ପ୍ରମୁଖ ଚେତାବନୀ ଦେଇଛନ୍ତି।ଘଟଣା ନେଇ ଲେମ୍ପସ ନିର୍ଦେଶକ ନରସିଂହ ଗୌଡ଼ ସହ ଯୋଗାଯୋଗ କରିବାରୁ FAQ ମାନର ଧାନ ନିର୍ଦ୍ଧାରଣ ପାଇଁ ଯନ୍ତ୍ରପାତି ଅଛି।କିନ୍ତୁ ଚାଷୀଙ୍କ ଧାନ FAQ ମାନର ନଥିବା ଯୋଗୁଁ କିଣା ଯାଇ ନଥିବା କହିବା ସହ ଜଣେ ଚାଷୀଙ୍କ ଠାରୁ ୭୫ କ୍ୟୁଟଲ ଧାନ କିଣିଥିବା କହିଛନ୍ତି।ଏଠାରେ ପ୍ରକାଶ ଯେ ଝରିଗାଁ ବ୍ଲକରେ ବିଭିନ୍ନ ମଣ୍ଡିରେ ଆଜି ପର୍ଯ୍ୟନ୍ତ ୮୩ ଜଣ ଚାଷୀଙ୍କ ଠାରୁ ୪୧୨୩ କ୍ୟୁଟଲ ଧାନ କିଣା ହୋଇଛି।ସେହିପରି ୧୧ ଜଣ ଚାଷୀଙ୍କ ଧାନ ଟଙ୍କା ପ୍ରଦାନ କରାଯାଇଛି।ବର୍ତ୍ତମାନ ସୁଧା ଝରିଗାଁ ବ୍ଲକ ପାଇଁ ୧୬ ହଜାର ୨ ଶହ କ୍ୟୁଟେଲ ଧାନ କିଣିବା ପାଇଁ ଟାର୍ଗେଟ ଆସିଥିବା ସୂଚନା ମିଳିଛି।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?