ଟିକାବାଲି ବ୍ଲକ୍ ପରିଶରରେ ଅନୁଷ୍ଠିତ ହେଲା “ସ୍ୱଚ୍ଛତା” କାର୍ଯ୍ୟକ୍ରମ।
ଫୁଲବାଣୀ,୨୯l୧୨(ଷ୍ଟାର ନିୟୁଜ):ସ୍ୱଚ୍ଛତା ଓ ପରିମଳ ସ୍ୱାସ୍ଥ୍ୟ ସହିତ ଅଙ୍ଗାଅଙ୍ଗି ଭାବେ ଜଡିତ ଥିବା ବେଳେ ମଣିଶ ସୁସ୍ଥ ରହିବା ପାଇଁ ଏହା ନିତ୍ୟାନ୍ତ ଆବଶ୍ୟକ । ସେଥିନିମନ୍ତେ ସ୍ୱଚ୍ଛତା କୁ ଗୁରୁତ୍ୱ ଦେଇ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଟିକାବାଲି ବ୍ଲକ୍ ର ବିଭିନ୍ନ ଅଂଚଳରେ ସ୍ୱଚ୍ଛତା ନିମନ୍ତେ ସଫେଇ କାର୍ଯ୍ୟକ୍ରମ କରିଆସୁଛନ୍ତିି । ଏହି ପରିପ୍ରେକ୍ଷିରେ ଗୁଞ୍ ଅନୁଷ୍ଠାନ ଙ୍କ ସହାୟତା ରେ ଟିକାବାଲି ବ୍ଲକ୍ ପରିଶରରେ ଥିବା ଅପରିଷ୍କାର ସ୍ଥାନ କୁ ସଫେଇ କରାଯାଇଛି । ଏଠାକୁ ବ୍ଲକ ଅର୍ନ୍ତଗତ ବିଭିନ୍ନ ଗ୍ରାମ ପଂଚାୟତ ରୁ ପ୍ରତିଦିନ ଶତାଧିକ ଳୋକ ଙ୍କର ଆଗମାନ ହେଉଥିବା ବେଳେ ପରିବେଶ ସ୍ୱଚ୍ଛ ରଖିବା ନିତ୍ୟାନ୍ତ ଜରୁରୀ । ସଫେଇ କାର୍ଯ୍ୟକ୍ରମ ଟି ଟିକାବାଲି ବ୍ଲକ୍ ଅଧକ୍ଷ ଦିଲ୍ଲିପ କୁମାର ପ୍ରଧାନ ଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ବେଳେ ସ୍ଥାନୀୟ ସମନ୍ୱିତ ଶିଶୁ ବିକାଶ ଅଧିକାରି ପାନମଣି ହାନ୍ସଦା ଉପସ୍ଥିତ ଥିଲେ । ଏଥିରେ ସ୍ଥାନୀୟ ଅଂଚଳ ର ଅଧିବାସୀ ଙ୍କ ସହିତ ବହୁ ମହିଳା ସାମିଲ ହୋଇଥିବା ବେଳେ ଗୁଞ ତରଫରୁ ଥିବା କିଟ୍ ଗୁଡିକୁ ଟିକାବାଲି ଗୋଷ୍ଠିଉନ୍ନୟନ ଅଧିକାରି ଓ ବ୍ଲକ୍ ଅଧକ୍ଷ ଙ୍କ ଦ୍ୱାରା ସଫେଇ କାର୍ଯ୍ୟରେ ସାମିଲ ଥିବା ସମସ୍ତ ସଭ୍ୟା ମାନଙ୍କୁ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ର ମୂଖ୍ୟ ଉଦେ୍ଦ୍ୟଶ୍ୟ ଥିଲା ସଫେଇ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ କୁ ଶୌନ୍ଦର୍ଯ୍ୟ କରିବା ସହିତ ସୁସ୍ଥ ପରିବେଶ ସୃଷ୍ଟି କରିବା ଏବଂ ଅଳିଆ ଆବର୍ଜନା ଦ୍ୱାରା ସମାଜ ରେ ପଡୁଥିବା କୁ ପ୍ରଭାବ କୁ ରୋକିବା । ସଂଯୋଜକ ସ୍ୱଧର୍ମ ରାଉତ ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ପରିଚାଳନା ରେ ଅନୁଷ୍ଠାନ ତରଫରୁ ଗିରିଶଚନ୍ଦ୍ର ସାମଲ, ଅଞନା ବେହେରା ଓ ମିନମୟ ବେହେରା ସହଯୋଗ କରିଥିବା ବେଳେ ଆଗାମି ଦିନରେ ଜିଲ୍ଲା ର ଅନ୍ୟ ଅଂଚଳରେ ମଧ୍ୟ ଏହିପରି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଜାରିରହିବ ବୋଲି ସଂପାଦକ ହରି ଶଙ୍କର ରାଉତ ସୁଚନା ଦେଇଛନ୍ତି ।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)