ବଡ଼ନୀ ଠାରେ ମା ଠାକୁରାଣୀ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ |

May 30, 2025 - 19:30
0 183
ବଡ଼ନୀ ଠାରେ ମା ଠାକୁରାଣୀ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ |

ଝରିଗାଁ,୩୦l୫ (ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ବଡ଼ନୀ ଗ୍ରାମ ଠାରେ ଆଜିଠାରୁ ମା ଠାକୁରାଣୀ କ୍ରିକେଟ ଟୁର୍ନାମେଣ୍ଟ ର ଶୁଭାରମ୍ଭ ହୋଇଯାଇଛି |ଏହି ଟୁର୍ନାମେଣ୍ଟ ଜୁନ ମାସ 6ତାରିଖରେ ଶେଷ ହେବାକୁ ଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟରେ ଭାଲୁକନାଡି ସହିତ ଚଚରାଗୁଡା ଓ ଦ୍ଵିତୀୟ ପର୍ଯ୍ୟାୟରେ ପାଲିଆ ସହିତ ଚଚା ମଧ୍ୟରେ ଖେଳ ହୋଇଛି |ପ୍ରତିଦିନ ଦୁଇଟି ପର୍ଯ୍ୟାୟରେ ଚାରିଟି ଦଳ ଖେଳିବା ନେଇ ଠାକୁରାଣୀ କ୍ରିକେଟ ଟୁର୍ନାମେଣ୍ଟ କମିଟି ସୂଚନା ଦେଇଛି |ଉକ୍ତ ଟୁର୍ନାମେଣ୍ଟରେ ମୋଟ 16ଗୋଟି ଦଳ ଭାଗ ନେଉଥିବା କମିଟି ପକ୍ଷରୁ ସୂଚନା ମିଳିଛି |ଆଜି ପ୍ରଥମ ଦିବସରେ ବିଜେପିର ଚଚା ମଣ୍ଡଳ ସାଧାରଣ ସମ୍ପାଦକ ପ୍ରତାପ ଦୁରିଆ, ଲକିଚନ୍ଦ୍ର ପୂଜାରୀ, ଡମ୍ବରୁ ଭତରା, ପୂର୍ଣ୍ଣ ସାନ୍ତା ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଛନ୍ତି |ଏହି ଟୁର୍ନାମେଣ୍ଟରେ ବିଜେତା ଦଳକୁ ଟ୍ରଫି ସହିତ ଦଶ ହଜାର ଟଙ୍କା ଓ ଉପ ବିଜେତା ଦଳକୁ ଟ୍ରଫି ସହିତ ଆଠ ହଜାର ଟଙ୍କା ପୁରସ୍କାର ରଖାଯାଇଥିବା କମିଟି ପକ୍ଷରୁ ସୂଚନା ମିଳିଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User