ଉମରକୋଟ ରେ ଜବରଦଖଲ ଉଚ୍ଛେଦ।

May 30, 2025 - 21:33
 0  17
ଉମରକୋଟ ରେ ଜବରଦଖଲ ଉଚ୍ଛେଦ।

ଉମରକୋଟ,୩୦l୫(ଷ୍ଟାରନିୟୁଜ ଓଡିଶା):ଉମରକୋଟ ତହସିଲ ଅନ୍ତର୍ଗତ ସୁନାବେଡା ମୌଜାର ମେନ୍ଦ।ବେଡା ଅଞ୍ଚଳରେ ପ୍ରଶାସନ ତରଫରୁ ଜବରଦଖଲ ଉଛେଦ କରାଯାଇଛି। ଏହି ମୌଜାର ଲୋକଙ୍କୁ ବିଗତ ପାଞ୍ଚ ଥର ତହସିଲ କାର୍ଯ୍ୟାଳୟ ତରଫରୁ ଜବରଦଖଲ ଖାଲି କରିବା ନିମନ୍ତେ ନିର୍ଦ୍ଧେଶ ନାମା ଜାରି ହୋଇଥିବା ବେଳେ ଗତ ୧୨.୦୫.୨୦୨୫ ରେ ଶେଷ ଥର ଜବରଦଖଲ ଖାଲି କରିବା ପାଇଁ ନିର୍ଦ୍ଦେଶ ନାମା ଜାରି କରାଯାଇଥିଲା। ଆଜି ସକାଳୁ ତହସିଲଦାର ଶ୍ରୀ ମାଘବାନ ବାଘ, ଅତିରିକ୍ତ ତହସିଲଦାର ନୀଳାମ୍ବର ପୂଜାରୀ, ରାଜସ୍ୱ ନୀରିକ୍ଷକ ଙ୍କ ସମେତ ପୋଲିସ ପ୍ରଶାସନ ଓ ରାଜସ୍ୱ ବିଭାଗ ର ଅନ୍ୟ କର୍ମଚାରୀ ଙ୍କ ଉପସ୍ଥିତିରେ ଦୁଇ ଗୋଟି ଜେ ସି ବି ମେସିନ ସାହାଯ୍ୟ ରେ ଜବରଦଖଲ ଉଛେଦ କରାଯାଇଛି।ଏହି ମୌଜାର ସମୁଦାୟ ୧୯ ଗୋଟି ଲୋକଙ୍କୁ ଜବରଦଖଲ ଖାଲି ନିମନ୍ତେ ଆଗାମୀ ଦିନରେ ନିର୍ଦ୍ଧେଶ ନାମା ଜାରି ହୋଇଥିବା ବେଳେ ଆଜି ଗୋଟିଏ ଲୋକ ମାନ୍ୟବର ନ୍ୟାୟାଳୟ ରୁ ସ୍ଥଗିତାଦେଶ ଆଣିଥିବା ଯୋଗୁଁ ଗୋଟିଏ ଲୋକର ଛାଡି ଅନ୍ୟ ୧୮ ଗୋଟି ଲୋକଙ୍କ ଜବରଦଖଲ ଉଛେଦ କରାଯାଇଛି। ଜବରଦଖଲ ଉଛେଦ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ଜଣାପଡିନାହିଁ। ଆଗାମୀ ଦିନରେ ଆହୁରି ଦୁଇଗୋଟି ସ୍ଥାନରେ ଜବରଦଖଲ ଉଛେଦ କରାଯିବ ବୋଲି ତହସିଲଦାର ମତ ପ୍ରକାଶ କରିଥିଲେ।

ଉମରକୋଟ ରୁ ମାନିନୀ ଚକ୍ରବର୍ତ୍ତୀ ଷ୍ଟାରନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow