ବେଲଗାଁରେ ଦୁଇ ତୁଲା ସୁନା ଏବଂ ଆଠ ହଜାର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ।

May 30, 2025 - 19:28
0 154
ବେଲଗାଁରେ ଦୁଇ ତୁଲା ସୁନା ଏବଂ ଆଠ ହଜାର ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ।

ଝରିଗାଁ,୩୦l୫(ଷ୍ଟାର ନିୟୁଜ ଓଡିଶା) :ଝରିଗାଁ ବ୍ଲକ ବେଲଗାଁ ଠାରେ କିଛି ଦୁର୍ବୁତ୍ତ ଦୁଇ ତୁଲା ସୁନା ଏବଂ ଆଠ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି।ସୂଚନା ପ୍ରକାରେ ବେଲଗାଁ ଗ୍ରାମର ଚିତ୍ରସେନ ପୂଜରୀ ସବୁଦିନ ଭଳି ନିଜେ ଅମଳ କରିଥିବା ମକା ଜଗିବା ପାଇଁ ଗତକାଲି ରାତ୍ର ପିଣ୍ଡିକୁ ଯାଇ ଶୋଇ ଥିଲେ।ଘରେ ଚିତ୍ରସେନଙ୍କ ସ୍ତ୍ରୀ ପଦ୍ମାବତୀଙ୍କ ସହ ରାଜେଶ ଏବଂ ଭଣଜା ଥାପେ ଶୋଇ ଥିଲେ। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଘରର ସାମ୍ନା ପୋଟ ଥିବା କବାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ।ସମସ୍ତେ କଲା ପୋଷାକ ପିନ୍ଧି ଥିବା ବେଳେ ମୁହଁରେ ମୁଖା ବାନ୍ଧିଥିଲେ।ହଠାତ ଘର ଭତରେ ପ୍ରବେଶ କରିବା ପରେ ପଦ୍ମାବତୀଙ୍କ ବେକରେ ଛୁରୀ ଲଗାଇ ପାଟି କଲେ ଜୀବନରେ ମାରିଦେବୁ ବୋଲି ଧମକ ଦେଇଥିଲେ।ପରେ ପଦ୍ମାବତୀ ବେକରେ ଏବଂ କାନରେ ପିନ୍ଧି ଥିବା ପ୍ରାୟ ଦୁଇ ତୁଲା ସୁନା ନେଇ ଯାଇଥିଲେ।ପରେ ପଦ୍ମାବତୀଙ୍କ ସ୍ବାମୀଙ୍କ ପକେଟରେ ଥିବା ୮ ହଜାର ଟଙ୍କା ସହ ଖଟ ତଳେ ଥିବା କିଛି ଖୁଚୁରା ଟଙ୍କା ନେଇ ଚମ୍ପଟ ମାରିଥିଲେ।ଗାଡି ଶବ୍ଦ ଶୁଣି ପ୍ରାୟ ପାଞ୍ଚରୁ ସାତ ଜଣ ଦୁର୍ବୁତ୍ତ ଚାରି ଚକିଆ ଗାଡ଼ିରେ ଆସିଥିବା ସନ୍ଧେହ କରାଯାଉଛି।ଦୁର୍ବୁତ୍ତ ମାନେ ଯିବାର ଅଧା ଘଣ୍ଟା ପରେ ପଦ୍ମାବତୀ ପାଟି କରିବା ପରେ ସାହି ପୋଡ଼ଶୀ ଆସି ଚିତ୍ରସେନ ଡାକି ନେଇଥିଲେ।ଆଜି ସକାଳୁ ଚିତ୍ରସେନ ଝରିଗାଁ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ଝରିଗାଁ ଥାନା ଅଧିକାରୀ ପ୍ରଦୀପ କୁମାର ଶବର,ଏସଆଇ କେ ଳଷ୍ମୀ ନାରାୟଣ ଦୋରା, ଏଏସଆଇ ପ୍ରଭାତ କୁମାର ବରଡ଼ା, ମୁରଲୀଧର ବିଶୋଇ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 1
Wow Wow 0
Sad Sad 0
Angry Angry 0

Comments (0)

User