ନ୍ୟାୟ ଅପେକ୍ଷାରେ ନିରୀହ ଆଦିବାସୀ । ଦଲାଲ ମାଲେମାଲ ଗରିବ ବେହାଲ ।

May 30, 2025 - 16:33
 0  261
ନ୍ୟାୟ ଅପେକ୍ଷାରେ ନିରୀହ ଆଦିବାସୀ । ଦଲାଲ ମାଲେମାଲ ଗରିବ ବେହାଲ ।

ଝରୀଗାଁ,୩୦l୫(ଷ୍ଟାର ନିୟୁଜ ଓଡିଶା): ଜମି ଦଲାଲ ଓ କିଛି ସ୍ୱାର୍ଥବାଦୀ ସରକାରୀ କର୍ମଚାରୀଙ୍କ ପାଇଁ ଆଜି ଶହ ଶହ ଆଦିବାସୀ ଜମି ଓ ସରକାରୀ ଜମି ବିକ୍ରିକରି ଦଲାଲ ଓ କିଛି ସ୍ୱାର୍ଥ ନିଷ୍ଟ ସରକାରୀ କର୍ମଚାରୀଙ୍କ ଯୋଗୁଁ ହଇରାଣ ହେଉଛନ୍ତି | ସୂଚନା ଯୋଗ୍ୟ ଯେ, କିଛି ଦିନ ତଳେ କୁସୁମୀ ମୌଜାର ନିର୍ଦ୍ଧିଷ୍ଟ ଜମିର ରିଭିଜନ ପ୍ରତି ଅନିୟମିତତା ହୋଇଥିବା ନେଇ ମହଣ୍ଡି ଗ୍ରାମବାସୀ ଅଭିଯୋଗ କରିଥିଲେ । ଗ୍ରାମବାସୀ ଏ ବାବଦରେ ଉପଜିଲ୍ଲାପାଳଙ୍କ ଗସ୍ତ ସମୟରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ବାବଦରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଏହାର ରିପୋର୍ଟ ଦେବା ନିମନ୍ତେ ଝରିଗାଁ ତହସିଲଦାର ରାଜସ୍ୱ ନିରୀକ୍ଷକଙ୍କୁ ଆଦେଶ ଦେଇଥିବା ବେଳେ ଆଜି ଉକ୍ତ ଜମିରେ ଚାଷ କରାଯାଉଥିବା ଦେଖିବାକୁ ମିଳିଥିଲା । ଏହାର ବିରୋଧ କରିବା ପାଇଁ ମହଣ୍ଡି ଗ୍ରାମବାସୀ ଆସି ଟ୍ରାକ୍ଟରକୁ ବନ୍ଦ କରିବା ପାଇଁ କହିବା ବେଳକୁ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା ।ତେବେ ଖବର ପାଇ ଝରିଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଅଟକ ରଖିଥିବା ସୂଚନା ମିଳିଛି। ତେବେ ଉକ୍ତ ଜମିକୁ ମହଣ୍ଡି ଗ୍ରାମର ଏକ ଆଦିବାସୀ ପରିବାର ପୂର୍ବ ପୁରୁଷ ଧରି ଜମିକୁ ନିଜ ଅକ୍ତିଆର ରଖିଥିବା ବେଳେ ୩ ବର୍ଷ ତଳେ ଜମି ରିଭିଜନ ନାଁ ରେ ରାସ୍ତା କଡର ସରକାରୀ ଜମିକୁ ଚଞ୍ଚକତା କରି ଅଣ ଆଦିବାସୀଙ୍କ ନାଁ ରେ ପଟ୍ଟା କରିଥିବା ଅଭିଯୋଗ କରିଛନ୍ତି ଆଦିବାସୀ ପରିବାର ଏବଂ ଗ୍ରାମବାସୀ। ତେବେ ଏ ସମ୍ପର୍କରେ ବାରମ୍ବାର ପ୍ରଶାସନ ଏବଂ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି କହିଛନ୍ତି। ତେବେ ଜଣେ ଆଦିବାସୀ ପରିବାର ନାଁରେ ସରକାରୀ ଜମି ପଟ୍ଟା ହୋଇ ପାରିନଥିବା ବେଳେ କିପରି ଅଣ ଆଦିବାସୀଙ୍କ ନାଁ ରେ ପଟ୍ଟା ହେଲା ବୋଲି ପ୍ରଶ୍ନ ଉଠିଛି।ତେବେ ରିଭିଜନ ନାଁ ରେ ଜମି କଳେଙ୍କାରୀ ରେ ସିଧାସଳଖ ବିଭାଗୀୟ ସରକାରୀ କର୍ମଚାରୀ ଏବଂ କିଛି ଦଲାଲ ସମ୍ପୃକ୍ତ ଥିବା କହିଛନ୍ତି।ଏବେ ଆଦିବାସୀ ପରିବାର ଏବଂ ଗ୍ରାମବାସୀ ନିଜ ପୂର୍ବପୁରୁଷ ଅକ୍ତିଆର କରିଥିବା ଜମିକୁ ଛାଡିବାକୁ ନାରାଜ ଥିବା ବେଳେ ପ୍ରଶାସନ ପାଖରେ ନ୍ୟାୟ ମାଗୁଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow