ଉଚ୍ଚ ରକ୍ତଚାପ କାରଣ ଓ ନିରାକରଣ ନେଇ ସଚେତନତା କାର୍ଯ୍ୟକ୍ରମ।

May 30, 2025 - 13:04
Updated: 1 year ago
0 88
ଉଚ୍ଚ ରକ୍ତଚାପ କାରଣ ଓ ନିରାକରଣ ନେଇ ସଚେତନତା କାର୍ଯ୍ୟକ୍ରମ।

ଝରିଗାଁ,୩୦l୫(ଷ୍ଟାର ନିୟୁଜ ଓଡିଶା ): ଝରିଗାଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଇଛାପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଉଚ୍ଚ ରକ୍ତଚାପ ରୋଗୀ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ସଚେତନତା କାର୍ଯ୍ୟକ୍ରମରେ ଡାକ୍ତର ପ୍ରତ୍ୟୁଷ ତୁଳକ ନାଗ ଉପସ୍ଥିତ ରହି ଉଚ୍ଚ ରକ୍ତଚାପର କାରଣ ଓ ନିରାକରଣ ବିଷୟରେ ସଚେତନ କରିଥିଲେ।ବିଶେଷ କରି ୬୫ ବର୍ଷରୁ ଅଧିକ ବୟସ ଥିବା ବ୍ୟକ୍ତି ଯେଉଁ ମାନଙ୍କ ଉଚ୍ଚ ରକ୍ତଚାପ ଅଛି ଖାଦ୍ୟରେ ଅଧିକ ଲୁଣ ବ୍ୟବହାର କରିବା ଦ୍ୱରା,ଚର୍ବି ଜାତୀୟ ଖାଦ୍ୟ ଅଧିକ ଗ୍ରହଣ କରିବା,ଶାରୀରିକ ପରିଶ୍ରମ ନକରିବା ଓ ନିଶାଦ୍ରବ୍ୟ ସେବନ ଦ୍ୱରା ଉଚ୍ଚ ରକ୍ତଚାପ ହୋଇଥାଏ ବୋଲି କୁହାଯାଇଥିଲା।ସେହିଭଳି ଉଚ୍ଚ ରକ୍ତଚାପ ହେଲେ ମୁଣ୍ଡ ବିନ୍ଧିବା ସହ ବୁଲାଇବା,ଆଖିକୁ ସଠିକ ଦେଖା ନଯିବା,ଛାତିରେ ଯନ୍ତ୍ରଣା ହେବା ଓ ଝାଳ ବୋହିବା ଭଳି ଲକ୍ଷଣ ଦେଖାଯାଏ ବୋଲି ସୂଚନା ଦେଇଥିଲେ।ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ନିକଟସ୍ଥ ଡକ୍ଟରଖାନା ଯାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ନିୟମିତ ଔଷଧ ସେବନ କରିବା ସହିତ ନିୟମିତ ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ଫାର୍ମାସିଷ୍ଟ ରଞ୍ଜନ ପ୍ରଧାନ ପରିଚାଳନା କରିଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଉଚ୍ଚ ରକ୍ତଚାପ ରୋଗୀ ମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ କରାଯାଇଥିଲା।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User