କଳାହାଣ୍ଡି ଉତ୍ତର ବନଖଣ୍ଡ ତରଫରୁ ପକ୍ଷୀ ଶିକାର ରୋକିବା ପାଇଁ ଜନ-ସଚେତନତା ।

ଭବାନୀପାଟଣା,୩୦l୫( ଷ୍ଟାରନିୟୁଜ ଓଡିଶା) : କଳାହାଣ୍ଡି ଉତ୍ତର ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତର ବନଖଣ୍ଡ ଅର୍ନ୍ତଗତ ଭବାନୀପାଟଣା ରେଞ୍ଜ, କେସିଙ୍ଗା ରେଞ୍ଜ ଓ ନର୍ଲା ରେଞ୍ଜରେ ପକ୍ଷୀ ଶିକାର କରିବା, କିଣିବା ଓ ଘରେ ରଖିବା ଏକ ଦଣ୍ଡନୀୟ ଅପରାଧ । ଏହାପାଇଁ ଓଡ଼ିଶା ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ ଏହିସବୁ ରେଞ୍ଜ ମାନଙ୍କରେ ବିଭିନ୍ନ ସ୍ଥାନ ମାନଙ୍କରେ ସୂଚନା ଫଳକ ଲଗାଇ ଜନ-ସଚେତନତା ସୃଷ୍ଟି କରାଯାଇଛି ବୋଲି ଭବାନୀପାଟଣା ରେଞ୍ଜ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା ସରିତା ବଳିଆର ସିଂ ସୂଚନା ପ୍ରଦାନ କରିଛନ୍ତି ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍
What's Your Reaction?






