ଅଦିନିଆ ଲଘୁଚାପ ବର୍ଷାରେ ଗଜା ହେଲା ଧାନ, ସରକାରୀ ସହାୟତା ପାଇଁ ପ୍ରଶାସନକୁ ନିବେଦନ।

May 30, 2025 - 04:21
0 28
ଅଦିନିଆ ଲଘୁଚାପ ବର୍ଷାରେ ଗଜା ହେଲା ଧାନ, ସରକାରୀ ସହାୟତା ପାଇଁ ପ୍ରଶାସନକୁ ନିବେଦନ।

କଳାହାଣ୍ଡି /ଧର୍ମଗଡ଼, ୩୦l୫(ଷ୍ଟାରନିଉଜ ଓଡିଶା ): ଦୁଇ ଦିନ ଧରି ଲାଗି ରହିଥିବା ଲଘୁ ଚାପଜନିତ ବର୍ଷାରେ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ଚାଷ ଜମିରେ ପାଣି ଜମିବାରୁ ଧାନ ଭିଜିଯାଇ ଗଜା ହୋଇଯାଇଛି। ଫଳରେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଯାଇଛି। ଏପରି କଳାହାଣ୍ଡି ଜିଲ୍ଲା,କୋକସରା ବ୍ଲକ, ଖୁଣ୍ଟିଆ ଗ୍ରାମର ଚାଷୀ ବିଷ୍ଣୁ ପ୍ରସାଦ ସୁନାନୀ, ବାରବଖରାରେ ଥିବା ନିଜ ପାଞ୍ଚ ଏକର ଜମିରେ ଋଣ କରଜ କରି ଧାନ ଚାଷ କରିଥିଲେ। ଚାଷ ମଧ୍ଯ ଭଲ ହୋଇଥିଲା। କିନ୍ତୁ ଧାନ ଫସଲ ଅମଳ କରିବା ସମୟରେ ଦାଉ ସାଧିଲା ଲଘୁଚାପ ଜନିତ ବର୍ଷା। ଦୁଇ ଦିନ ଧରି ଲଗାଣ ଲଘୁଚାପ ଜନିତ ବର୍ଷା ହେବାରୁ ଚାଷ ଜମିରେ ପାଣି ଜମିବାରୁ ପାଚିଲା ଧାନ ପାଣିରେ ଭିଜି ଗଜା ହୋଇ ଯାଇଛି। ପାଞ୍ଚ ଏକର ଜମିରେ କରିଥିବା ଚାଷରୁ ପ୍ରାୟ ତିନି ଚାରି ଏକର ଜମିରେ ଥିବା ପାଚିଲା ଧାନ ପାଣିରେ ଭିଜି ଗଜା ହୋଇ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେଲା ପରେ ସେ ଚିନ୍ତାରେ ପଡ଼ି ଯାଇଛନ୍ତି। ପାଞ୍ଚ ପ୍ରାଣୀ କୁଟୁମ୍ବକୁ ନେଇ ତାଙ୍କ ପରିବାର। ଚାଷ ଉପରେ ସେ ସମ୍ପୂର୍ଣ ରୂପେ ନିର୍ଭର କରୁଥିବାରୁ ପରିବାର ପ୍ରତିପୋଷଣ କରିବେ କିପରି ଏବଂ କରିଥିବା ଋଣ କରଜ ଶୁଝିବେ କିପରି ତାହା ତାଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଣୁ ପ୍ରଶାସନ ପକ୍ଷରୁ ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ସେ ପ୍ରଶାସନକୁ ବିନମ୍ର ନିବେଦନ କରିଛନ୍ତି।

ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User