ୟୁଟ୍ୟୁବ ଦେଖାଇଲା ରୋଜଗାରର ରାସ୍ତା,ଛତୁ ଚାଷକରି ସ୍ୱାବଲମ୍ବୀ ସୂର୍ଯ୍ୟ ନାରାୟଣ ମାଝୀ ।

Jan 4, 2026 - 20:47
Jan 4, 2026 - 20:48
 0  67
ୟୁଟ୍ୟୁବ ଦେଖାଇଲା ରୋଜଗାରର ରାସ୍ତା,ଛତୁ ଚାଷକରି ସ୍ୱାବଲମ୍ବୀ ସୂର୍ଯ୍ୟ ନାରାୟଣ ମାଝୀ ।

ଝରିଗାଁ,୪l୧(ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅନ୍ତର୍ଗତ ସାନ ରାମସା ଗ୍ରାମର ଯୁବକ ସୂର୍ଯ୍ୟ ନାରାୟଣ ମାଝୀ ୟୁଟ୍ୟୁବ ଦେଖି ରୋଜଗାରର ପନ୍ଥା ଆପଣେଇଛନ୍ତି।ପ୍ରଥମ ପ୍ରୟାସରେ ସମ୍ପୂର୍ଣ୍ଣ ବିଫଳ ହେବା ପରେ ଦ୍ୱତୀୟ ଥର ପ୍ରୟାସ କରି ସଫଳ ହୋଇଥିବା କହିଛନ୍ତି।ସାନ ରାମସା ଗ୍ରାମର ଯୁବକ ସୂର୍ଯ୍ୟ ନାରାୟଣ ପେସାରେ ଜଣେ ମିସ୍ତ୍ରୀ।ମିସ୍ତ୍ରୀ କାମ କରି ଯାହା ରୋଜଗାର ହୁଏ ସେଥିରେ ପରିବାରର ଚାରି ଜଣ ସଦସ୍ୟକୁ ନେଇ କଷ୍ଟରେ ଚଳୁଥିଲେ।ଗତ ବର୍ଷ ୟୁଟ୍ୟୁବରେ ଡ଼ିଙ୍ଗିରି ଛତୁ ଚାଷ ସମ୍ପର୍କରେ ଦେଖିବା ସହ ଡ଼ିଙ୍ଗିରି ଛତୁ ଚାଷ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।ପ୍ରଥମ ଥର ପାଇଁ 10ଟି ବେଡ଼ ପକାଇ ଉମରକୋଟ ଠାରୁ ଛତୁ ମଞ୍ଜି କିଣି ଆଣି ଛତୁ ଚାଷ ଆରମ୍ଭ କରିଥିଲେ।କିନ୍ତୁ ସଫଳ ହୋଇ ନଥିଲେ।ନୂଆ ପାଳରେ ବେଡ଼ ତିଆରି କରି ଥିବା ଯୋଗୁଁ ଚାଷ ନଷ୍ଟ ହୋଇ ଯାଇଥିଲା।ସେହିପରି କ୍ଷତି ସହିଥିଲେ।ପୁଣିଥରେ ଗତ ଦୁଇ ମାସ ତଳେ ପୁରୁଣା ପାଳରେ ବେଡ଼ ପକାଇ ଛତୁ ଚାଷ କରି ସଫଳ ହୋଇଥିଲେ।ବର୍ତ୍ତମାନ 150ଟି ବେଡ଼ ନିର୍ମାଣ କରି ଛତୁ ଚାଷ କରୁଥିବା କହିଛନ୍ତି।ଛତୁ ମଞ୍ଜି ବୁଣିବାର ଏକ ମାସ ପରେ ଛତୁ ବାହାରୁଥିବା ବେଳେ ପ୍ରଥମେ ଗୋଟିଏ ବେଡ଼ରେ ପ୍ରାୟ ଏକ କିଲୋ ଛତୁ ବାହାରୁଛି।ସାତ ଦିନ ପାଣି ମଡ଼ାଇବା ପରେ ପୁଣି 7ଶହ ଗ୍ରାମ ଓ ପୁଣି ସାତ ଦିନ ପାଣି ମଡ଼ାଇବା ପରେ 5 ଶହ ଗ୍ରାମ ଛତୁ ବାହାରୁଥିବା କହିଛନ୍ତି ସୂର୍ଯ୍ୟ।ସେହିଭଳି ମାସକୁ ପ୍ରାୟ 10 ରୁ 15 ହଜାର ଟଙ୍କା ରୋଜଗାର ହେଉଥିବା କହିଛନ୍ତି।ସକାଳୁ ମିସ୍ତ୍ରୀ କାମ କରିବା ପାଇଁ ଯିବା ପୂର୍ବରୁ ବେଡ଼ ଗୁଡିକରେ ପାଣି ଦେଇ କାମ କରିବା ପାଇଁ ଯାଉଛନ୍ତି।ପରେ ସ୍ତ୍ରୀ ସୁକଦି ମାଝୀ ଓ ଦୁଇ ଝିଅ ଛତୁ ଚାଷର ଯତ୍ନ ନେଉଥିବା କହିଛନ୍ତି।ସେହିପରି ଛତୁ କିଲୋ ଦୁଇ ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ ଥରେ ଛତୁ ବାହାରିଲେ ଏକ ସପ୍ତାହ ମଧ୍ୟରେ ଶେଷ ହେଉଥିବା କହିଛନ୍ତି।ଯଦି ପ୍ରଶାସନ ପକ୍ଷରୁ ଛତୁ ଚାଷ ପାଇଁ ଉନ୍ନତ ଜ୍ଞାନ କୌଶଳ ଓ ରିହାତି ମୁଲ୍ୟରେ ବିହନ ଯୋଗାଇ ଦେଲେ କମ୍ ଖର୍ଚ୍ଚରେ ଚାଷ ହୋଇ ପାରନ୍ତା ବୋଲି ଚାଷୀ ଶ୍ରୀ ମାଝୀ କହିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR