ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ୩ ମନ୍ଦିରର ରତ୍ନମୁଦ ଉତ୍ସବ, ସାମିଲ ହେଲେ ଏମ୍‌ପି-ବିଧାୟକ

May 2, 2025 - 05:49
 0  11
ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ୩ ମନ୍ଦିରର ରତ୍ନମୁଦ ଉତ୍ସବ, ସାମିଲ ହେଲେ ଏମ୍‌ପି-ବିଧାୟକ

କଳାହାଣ୍ଡି /ଥୁଆମୂଳ ରାମପୁର,୨l୫(ଷ୍ଟାରନିଉଜ ଓଡିଶା) :କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାସ୍ଥିତ ମା’ ମାଣିକେଶ୍ବରୀ, ଶ୍ରୀ ଜଗନ୍ନାଥ ଏବଂ ରାମେଶ୍ୱର ମହାଦେବଙ୍କ ନୂତନ ନିର୍ମାଣାଧୀନ ଭବ୍ୟ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ ତାରିଖ ସୋମବାର ଶୁଭାରମ୍ଭ ହୋଇଥିବା ଏହି ନବ ନିର୍ମିତ ତିନୋଟି ମନ୍ଦିର ସହ ଅଷ୍ଟପ୍ରହର ନାମଯଜ୍ଞ ପାଇଁ ସ୍ବତନ୍ତ୍ର ଭାବେ ଅଙ୍କୁର ରୋପଣ ଏବଂ ପରେ ଯଜ୍ଞ ମଣ୍ଡପରେ ସ୍ଥାପନ ପାଇଁ ନଦୀରୁ ଜଳଧାରଣ କରି ଗ୍ରାମର କୁନି କୁନି ଝିଅ ଏବଂ ମହିଳାଙ୍କ ଦ୍ବାରା କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଯାହା ଯଜ୍ଞ ଅନୁଷ୍ଠାନରେ ସ୍ଥାପନା କରାଯାଇଥିଲା l ଏହାପରେ ପଞ୍ଚକର୍ମ, ସୂର୍ଯ୍ୟ ପୂଜା, ବନଯୋଗ ଏବଂ ଯଜ୍ଞାରମ୍ଭ ପାଇଁ ଅଗ୍ନି ପୂଜା କରି ଅଗ୍ନି ସ୍ଥାପନ କରାଯାଇଥିଲା।ମଙ୍ଗଳବାର ବିଧି ଅନୁସାରେ ବନଯାଗ ନୀତି ଅନୁଷ୍ଠିତ ହୋଇଥିଲା। ପରେ ସମସ୍ତ ଦେବାଦେବୀଙ୍କ ଆବାହନ କରି ସୁନା କୁରାଢ଼ି ଦ୍ବାରା ଶିଳ୍ପୀ ଇନ୍ଦ୍ର ଇନ୍ଦ୍ରାଣୀଙ୍କ ସୁନ୍ଦର ମୂର୍ତ୍ତି ତିଆରି ହେଲା ପରେ ଆବାହନ କରି ଜୀବନ୍ୟାସ ଦେଇ ମନ୍ଦିର ଚୂଡ଼ାରେ ଥିବା ରତ୍ନମୁଦ ସ୍ଥାନରେ ସ୍ଥାପନ କରାଯାଇଥିଲା। ମାଣିକେଶ୍ବରୀ ମନ୍ଦିର ଯଜ୍ଞ ଅନୁଷ୍ଠାନ ପାଇଁ ପୁରୀର ପ୍ରସିଦ୍ଧ ଦେବଶର୍ମା ସତ୍ୟ ନାରାୟଣ ତ୍ରିପାଠୀ ମୁଖ୍ୟ ପୁରୋହିତ ଏବଂ ଦେବଶର୍ମା ଚକ୍ରଧର ପଣ୍ଡା ପ୍ରମୁଖ ଯୋଗଦେଇ ପୂଜାର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବେ ତାପସ କୁମାର ରାୟଗୁରୁ ଏବଂ ଧର୍ମପତ୍ନୀ ସତ୍ୟ ନାରାୟଣ ମୁଣ୍ଡଛିନା ଏବଂ ତାଙ୍କ ଧର୍ମପତ୍ନୀ ଯୁଗଳ ଦ୍ବୟ ରହିଥିଲେ। ଜଗନ୍ନାଥ ମନ୍ଦିର ପାଇଁ ମୁଖ୍ୟ ପୁରୋହିତ ଭାବେ ରାୟଗଡ଼ାର ଜଗନ୍ନାଥ ମହାପାତ୍ର ଏବଂ ତାଙ୍କ ସହଯୋଗୀ ଏବଂ ଏଥିରେ କର୍ତ୍ତା ଭାବେ ଶିବଶଙ୍କର ଦଳପତି ଧର୍ମପତ୍ନୀ ଏବଂ ରାମେଶ୍ୱର ମହାଦେବ ମନ୍ଦିର ଯଜ୍ଞରେ ପୂଜାର୍ଚ୍ଚନା ପାଇଁ ଜୟପାଟଣା ଅଞ୍ଚଳର ମୁଖ୍ୟ ପୁରୋହିତ ଶ୍ରୀପତୀ ଠାକୁର, ଜାମିନୀ କାନ୍ତ ମୁଣ୍ଡ, ଦିଲ୍ଲୀପ କୁମାର ପଣ୍ଡା, ଟିକୁ ମୁଣ୍ଡ, ଦିବାକର ମୁଣ୍ଡ, ବଦ୍ରୀପ୍ରସାଦ ପଣ୍ଡା ଥିବାବେଳେ ଆଲୋକ ରଞ୍ଜନ ମୁଣ୍ଡ ଏବଂ ତାଙ୍କ ଧର୍ମପତ୍ନୀ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠାନରେ ଗୌତମ ଖମାରୀ, ସ୍ମିତ ରଞ୍ଜନ ପଣ୍ଡା, ମାଣିକଲାଲ ପାଣିଗ୍ରାହୀ ଏବଂ କର୍ତ୍ତା ଭାବେ ପ୍ରସାନ୍ତ କୁମାର ମୁଣ୍ଡଛିନା ଏବଂ ଧର୍ମ ପତ୍ନୀ କାର୍ଯ୍ୟ କରିଥିଲେ। ରତ୍ନମୁଦ ଉତ୍ସବ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଏବଂ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ସହଯୋଗ ରହିଥିବା ବେଳେ କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ ଏବଂ ତାଙ୍କ ସ୍ବାମୀ ପୂର୍ବତନ ଏମ୍‌ପି ଅର୍କ କେଶରୀ ଦେଓ, ଭବାନୀପାଟଣା ସଦର ଯୁବ ବିଧାୟକ ସାଗର ଚରଣ ଦାସ, ନର୍ଲା ବିଧାୟିକା ମନୋରମା ମହାନ୍ତି, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପୋଡ଼ଯୋଶୀ, ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ବଳଭଦ୍ର ମାଝୀ, ସମାଜସେବୀ ତଥା ଯୁବନେତା ଚଞ୍ଚେର ମାଝୀ, ଯୁବ ନେତା ରମେଶ ମାଝୀ, ଟିକିରି ଉତ୍କଳ କମ୍ପାନୀ ଏଜିଏମ୍‌ ମନୋଜ ଦାସ, ଭାଜପା ଜିଲା ସଭାପତି ଯୁଗଳ କିଶୋର ପୋଡ, ପୂର୍ବତନ ଲୋକ ସଭା ଏମ୍‌ପି ପ୍ରାର୍ଥିନୀ ଦ୍ରୌପଦୀ ମାଝୀ, ମହାରାଜ ପରିବାରରୁ ଭାରତ ଦେଓ , ଆଦିତ୍ୟ ଦେଓ, ସମାଜସେବୀ ଭବାନୀ ଶଙ୍କର ନିଆଲ, ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ଧର୍ମଗଡ଼ ଏନ୍‌ଏସି ଉପାଧ୍ୟକ୍ଷା ମନୀଷା ମୁଣ୍ଡ ମିଶ୍ର, ରବିନ ସିଂହ ଦେଓ, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, ଜୋନ ୧ ଜିଲାପରିଷଦ ଟୁନି ଖୋସ୍‌ଲା ଜୋନ ୨ ଜିଲା ପରିଷଦ ଜୟନ୍ତୀ ମାଝୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ରତ୍ନମୁଦ ଉତ୍ସବର ମୁଖ୍ୟ କମିଟି ସହିତ ବିଭିନ୍ନ ମନ୍ଦିର କମିଟିର ସଦସ୍ୟଙ୍କ ସମେତ ଗ୍ରାମର ବିଭିନ୍ନ ଯୁବ ଅନୁଷ୍ଠାନର ସଦସ୍ୟ ଏବଂ ବୁଦ୍ଧିଜୀବୀ ପରିଚାଳନାରେ ସହଯୋଗ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଥାନା ଅଧିକାରୀ କୈବଲ୍ୟ ସେଠଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

like

dislike

love

funny

angry

sad

wow