ପାଲିଆ ପଂଚାୟତ ପରିସରରେ ବିଶ୍ୱ ଯୋଗ ଦିବସ ପାଳିତ ।

Jun 21, 2025 - 09:54
 0  10
ପାଲିଆ ପଂଚାୟତ ପରିସରରେ ବିଶ୍ୱ ଯୋଗ ଦିବସ ପାଳିତ ।

ଝରିଗାଁ ,୨୧l୬ (ଷ୍ଟାର ନିୟୁଜ ଓଡିଶା ): ଆଜି ସମଗ୍ର ବିଶ୍ୱରେ ବିଶ୍ୱ ଯୋଗ ଦିବସ ପାଳିତ ହେଉ ଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ପାଲିଆ ପଂଚାୟତର ପଂଚାୟତ କାର୍ଯ୍ୟାଳୟ, ସରକାରୀ ଆଶ୍ରମ ବିଦ୍ୟାଳୟ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ମଧ୍ୟ ଏହି ଯୋଗ ଦିବସ ପାଳିତ ହୋଇଥିବା ଦେଖିବାକୁ ମିଳିଛି |ପାଲି ଆ ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବୀନ ଚନ୍ଦ୍ର ହରିଜନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଯୋଗ ଦିବସରେ ରାମସା କ୍ଲଷ୍ଟରର ସିଆରସିସି ସଂଗ୍ରାମ କେଶରୀ ବଡ଼ଜେନା, ପାଲିଆ, ସରପଞ୍ଚ ରାଧା ସାନ୍ତା, ପାଲିଆ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ସି ଏଚ ଓ ଦୀପ୍ତି ରଞ୍ଜନ ସେଠି, ଏସିଡିଓ ଆନନ୍ଦ ଚିନ୍ତାପାତ୍ର, ପୂର୍ବତନ ସରପଞ୍ଚ ପବିତ୍ର ସାନ୍ତା, ସମାଜସେବୀ ମହାଦେବ ମାଝୀ, ସମାଜସେବୀ ରମେଶ ହରିଜନ, ସହ ଶିକ୍ଷକ ବରୁଣ କୁମାର ପନକାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପାଲିଆ ସେକ୍ଟରର ସମସ୍ତ ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଓ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ |ସିଆରସିସି ଶ୍ରୀ ବଡ଼ଜେନା ମଣିଷ ଜୀବନରେ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଯୋଗର ମହତ୍ୱପୂର୍ଣ୍ଣ ଭୂମିକା ଓ ଉପକାରିତା ବିଷୟରେ ବିସ୍ତୃତ ଭାବେ ବୁଝେଇବା ସହିତ ବିଭିନ୍ନ ପ୍ରକାର ଯୋଗ ଓ ପ୍ରାଣାୟାମ ର ଅଭ୍ୟାସ କରେଇବା ସହ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଯୋଗ ଅଭ୍ୟାସ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ |ମଣିଷ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ବାହାର କରି ଯୋଗାଭ୍ୟାସ କଲେ ଦେହ ଓ ମନ ସୁସ୍ଥ ରହିବ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow