ପାଲିଆ ମହିମା ଟୁଙ୍ଗୀରେ ବକଳଧାରୀ ମହିମା ସମାଜର ନୁଆଁଖାଇ ପର୍ବ ପାଳିତ ।

Aug 13, 2025 - 15:09
 0  15
ପାଲିଆ ମହିମା ଟୁଙ୍ଗୀରେ ବକଳଧାରୀ ମହିମା ସମାଜର ନୁଆଁଖାଇ ପର୍ବ ପାଳିତ ।

ଡାବୁଗାଁ,୧୩l୮ (ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ପାଲିଆ ପଂଚାୟତ ସଦର ମହକୁମା ସ୍ଥିତ ମହିମା ଟୁଙ୍ଗୀ ଠାରେ ବ୍ରହ୍ମ ଅବଧୂତ ଜଗବନ୍ଧୁ ବାବା ଓ ବ୍ରହ୍ମ ଅବଧୂତ ସୁଦର୍ଶନ ବାବାଙ୍କ ତତ୍ୱାବଧାନରେ ବେସ ଧୂମଧାମରେ ନୁଆଁଖାଇ ପର୍ବ ପାଳିତ ହୋଇଯାଇଛି |ଏଥିରେ ପାଲିଆ ପଂଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ବ୍ଲକର ବକଳଧାରୀ ମହିମା ସମାଜର ଭକ୍ତମାନେ ସପରିବାର ଯୋଗଦେଇ ନବାନ୍ନ ଭକ୍ଷଣ କରିଥିବା ବେଳେ ଚଚା, ଗବାଗୁଡା, ଝାରବନ୍ଦଗୁଡା, ଗାଈବନ୍ଧା, ସାତଭଇନିଖୋଲ, ତେଲନଦୀ ଆଦି ଗ୍ରାମର ଭକ୍ତବୃନ୍ଦ ବହୁଳ ସଂଖ୍ୟାରେ ଯୋଗଦେଇ ନବାନ୍ନ ଭକ୍ଷଣ କରିଥିବା ଦେଖିବାକୁ ମିଲିଛି| |ଶ୍ରାବଣ ମାସ ଶୁକ୍ଳପକ୍ଷର ସପ୍ତଦଶୀ ତିଥିରେ ମହିମା ଆଶ୍ରମରେ ଅଖଣ୍ଡ ବ୍ରହ୍ମଧୂନି ଓ ଅଖଣ୍ଡ ଦୀପ ପ୍ରଜ୍ବଳନ କରାଯିବା ସହିତ ଭକ୍ତଗଣ ଅହୋରାତ୍ର ଉଜାଗର ରହି ମହିମା ନାମ ସଂକୀର୍ତନ କରିଥିଲେ |ପୁଣି ଅଷ୍ଟଦଶୀ ତିଥିର ଭୋର ସକାଳୁ ମହିମା ଗୋସ୍ୱାମୀଙ୍କୁ ପଞ୍ଚାମୃତ ପଣା ଓ ନବାନ୍ନ ଅର୍ପଣ କରି ସାରିବା ପରେ ଜଗବନ୍ଧୁ ବାବା ଭକ୍ତ ମାନଙ୍କୁ ନବାନ୍ନ ବାଣ୍ଟିଥିଲେ |ଏହି ପର୍ବରେ ଉପସ୍ଥିତ ଅନ୍ୟ ଭକ୍ତ ମାନଙ୍କ ମଧ୍ୟରେ ରାଜାରାମ ଅଧିକାରୀ, ସମଦୁ ଟହଳିଆ, ମାର ଭକ୍ତ (ସଭାପତି )ପିତାମ୍ବର ଭକ୍ତ (ବଡ଼ ଭାଇ )ମହାଦେବ ମାଝୀ, ବାଲଚନ୍ଦ ଭକ୍ତ, ଲଇଖନ ଭକ୍ତ, ମଦନ ଭକ୍ତ, ଦଳପତି ଭକ୍ତ, ଜଗନ୍ନାଥ ଭକ୍ତ ପ୍ରମୁଖ ଉପସ୍ଥିତ ରହି ବାବା ମାନଙ୍କୁ ସାହାଯ୍ୟ କରିଥିଲେ |ଟୁଙ୍ଗୀ ପରିସରରେ ନଳକୂପ ନଥିବାରୁ ଉପସ୍ଥିତ ଭକ୍ତମାନେ ପାଣି ପାଇଁ ସମସ୍ୟା ଭୋଗୀଥିଲେ, ତେଣୁ ମହିମା ଟୁଙ୍ଗୀ ପରିସରରେ ଏକ ନଳକୂପ ଖନନ କରାଯିବା ସହିତ ଟୁଙ୍ଗୀର ଉନ୍ନତି କରଣ ପାଇଁ ପ୍ରଶାସନ ପକ୍ଷରୁ କିଛି ଆର୍ଥିକ ସହାୟତା ପାଇଁ ଦାବୀ କରିଛନ୍ତି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow