ବିଶାଖାପାଟଣା ବସ ରେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଜୟପାଟଣା ଅବକାରୀ ବିଭାଗ ।

Jul 29, 2025 - 18:55
 0  11
ବିଶାଖାପାଟଣା ବସ ରେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଜୟପାଟଣା ଅବକାରୀ ବିଭାଗ ।

ଜୟପାଟଣା : ତା ୨୯/୭(ଷ୍ଟାର ନିୟୁଜ ଓଡିଶା )ଅବଏଧ ମଦ ଓ ନିଷିଦ୍ଧ ଦ୍ରବ୍ୟ ବିରୋଧରେ ଅଭିଯାନ ଚଲାଇଥିବା ଅବକାରୀ ବିଭାଗ ଆଜି ଜୟପାଟଣା ଅଞ୍ଚଳରେ ଏକ ବଡ଼ ଅଭିଯାନ ଚଳାଇଛି। ବିଶାଖାପାଟଣା ଯାଉଥିବା ଏକ ଓଏସଆରଟିସି ବସ୍ ମାଧ୍ଯମରେ ଗଞ୍ଜେଇ ଚାଲାଣ ହେଉଛି ବୋଲି ମିଳିଥିବା ଗୁପ୍ତ ସୂଚନା ଆଧାରରେ ଏହି ଅଭିଯାନ ଚଲାଯାଇଥିଲା। ଖବର ଅନୁସାରେ,
ଭବାନୀପାଟଣା ଲଡୁଗାଁ ନିକଟରୁ ବିଶାଖାପାଟଣା ଯାଉଥୁବା ଓଡିଶା ରାଜ୍ୟ ପରିବହନ ବସ୍ (ନମ୍ବର:OD-08-AR-1952) ରେ ଗଞ୍ଜେଇ ଚାଲାଣ ହେଉଛି ବୋଲି ସୂଚନା ପାଇଥିଲେ ଅବକାରୀ ବିଭାଗର କର୍ମଚାରୀ। ସୂଚନା ମିଳିବା ପରେ ଜୟପାଟଣା ରାଜବାଟି ଛକରେ ଏହି ବସ୍‌କୁ ଅଟକ କରି ତଦନ୍ତ ଆରମ୍ଭ କରାଯାଇଥିଲା। ଯାଞ୍ଚ ସମୟରେ ବସ୍ ଭିତରୁ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଯୁବକ ଚିହ୍ନଟ ହେଲେ। ତାଙ୍କ ମଧ୍ୟରୁ ଜଣେ ଯୁବକକୁ ଅଟକ କରାଯାଇଅଛି, ଯେଉଁଠି ବାହାର ଜିଲ୍ଲାର ବୋଲି ପ୍ରାଥମିକ ତଥ୍ୟରୁ ଜଣାପଡିଛି। ଅନ୍ୟ ଜଣେ ଯୁବକ ଘଟଣା ସ୍ଥଳରୁ ପଳାଇବାରେ ସଫଳ ହୋଇଛି, ଯାହା ପାଇଁ ତାଙ୍କୁ ଧରିବାକୁ ଚେଷ୍ଟା ଚାଲିଛି। ଅନୁମାନ କରାଯାଉଅଛି ଯେ ଧରାପଡ଼ିଥ‌ିବା ଗଞ୍ଜେଇର ପରିମାଣ ହାରାହାରି ୧୦ ରୁ ୧୫ କିଲୋଗ୍ରାମ ହେବ। ଧରାପଡ଼ିଥିବା ଯୁବକଙ୍କୁ ଅବକାରୀ ଆଇନ ଅନୁଯାୟୀ ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ଅଟକ ରଖାଯାଇଛି। ଅବକାରୀ ବିଭାଗ ଏହି ଘଟଣା ସହିତ ଜଡିତ ଅନ୍ୟ କାହାକୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରଖିଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow