ଏକଦିନିଆ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ଦକ୍ଷତା ବୃଦ୍ଧି ତାଲିମ୍ କାର୍ଯ୍ୟକ୍ରମ।

Jul 29, 2025 - 18:42
0 27
ଏକଦିନିଆ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ଦକ୍ଷତା ବୃଦ୍ଧି ତାଲିମ୍ କାର୍ଯ୍ୟକ୍ରମ।

କଳାହାଣ୍ଡି ଜିଲ୍ଲା ୨୯/୭ (ଷ୍ଟାର ନିୟୁଜ ଓଡିଶା )ଗୋଲାମୁଣ୍ଡା ବ୍ଲକ ସଭା ଗୃହ ଠାରେ ଆର୍ ସି ଡ଼ି ସି   ଭୁବନେଶ୍ଵର, ବି ଏମ୍ ଜେଡ଼ ଓ ଚାଇଲ୍ଡ ଫଣ୍ଡ,ଜର୍ମାନଙ୍କ ସହାୟତା ରେ ବ୍ଲକ ସ୍ତରିୟ ଶିଶୁ ସୁରକ୍ଷା କମିଟିର ସଦସ୍ୟ ସଦସ୍ୟା ମାନଙ୍କ ଏକ ଦିନିଆ  ଦକ୍ଷତା ବୃଦ୍ଧି ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶ୍ରୀପ୍ରଦୀପ କୁମାର ପାତ୍ର କାର୍ଯ୍ୟକ୍ରମ ଅଧିକାରୀ ଆର୍ ସି ଡ଼ି ସି ସମସ୍ତଙ୍କୁ ସ୍ବାଗତ ଜଣେଇ ତାଲିମ କରିବାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବିସ୍ତ୍ରୁତ ଭାବରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀବିନ୍ଦୁ ମହାନନ୍ଦ, ଅଧ୍ୟକ୍ଷ ଗୋଲାମୁଣ୍ଡା ବ୍ଲକ, ସମ୍ମାନିତ ଅତିଥି ଭାବେ ଶ୍ରୀ ତ୍ରିପୁରା ମହାନନ୍ଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋଲାମୁଣ୍ଡା, ଶ୍ରୀମତି ରାଜଲକ୍ଷ୍ମୀ ଦାସ କାର୍ଯକ୍ରମ ଅଧିକାରୀ ଅଣ ଅନୁଷ୍ଠାନ ଶିଶୁ ଯତ୍ନ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ତାଲିମଦାତ୍ରୀ ଭାବରେ ସୁଶ୍ରୀ ସ୍ୱର୍ଣଲତା ମହାନ୍ତି ଉପସ୍ଥିତ ରହି ଶିଶୁଙ୍କ ଅଧିକାର,ଶିଶୁ ସୁରକ୍ଷା, ଶିଶୁ ସମସ୍ୟା ଚିହ୍ନଟ ତଥା ବ୍ଲକ ଶିଶୁ ସୁରକ୍ଷା ସମିତିର ସଦସ୍ୟ ସଦସ୍ୟାଙ୍କ  ସୁଦୃଢ଼ୀକରଣ ଓ ଦକ୍ଷତା ବୃଦ୍ଧି, ଭୂମିକା, ଦାୟିତ୍ଵ ଉପରେ ତାଲିମ ପ୍ରଦାନ କରିଥିଲେ। ଏଥିରେ ବ୍ଲକ ଶିଶୁ ସୁରକ୍ଷା ସମିତିର ସଦସ୍ୟ ସଦ୍ୟସ୍ୟା,ଚାଇଲଡ୍ ହେଲପ ଲାଇନ୍ ର କର୍ମକର୍ତ୍ତା, ଅଙ୍ଗନୱାଡ଼ି କର୍ମୀ ଓ ଆଶା ଦିଦି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟିକୁ ପ୍ରକଳ୍ପ ସଂଯୋଜକ ରଥୁରାମ ବାଗ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ସହାୟକ ସଞ୍ଜୟ, ସଞ୍ଜୀବ ସରିତା,ଶିଶୁ ଶିକ୍ଷା ସାଥୀ ବିଦ୍ୟୁତ୍, ଲଛମନି ଓ ସୁଧାଂଶୁ ପ୍ରମୁଖ ସହଯୋଗ କରିଥିଲେ।

 କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User