ଭାରତ ରତ୍ନ ବି. ଅର. ଆମ୍ବେଦକର ଙ୍କ ଜୟନ୍ତୀ: ସମ୍ଭିଧାନ ନିର୍ମାତାଙ୍କୁ ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି l

Apr 14, 2026 - 23:10
 0  12
ଭାରତ ରତ୍ନ ବି. ଅର. ଆମ୍ବେଦକର ଙ୍କ ଜୟନ୍ତୀ: ସମ୍ଭିଧାନ ନିର୍ମାତାଙ୍କୁ ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି l

କେସିଙ୍ଗା. ତା. ୧୪l୦୪( ଷ୍ଟାର ନିୟୁଜ ଓଡିଶା )

ଭାରତର ସମ୍ଭିଧାନ ଗଠନରେ ପ୍ରମୁଖ ଭୂମିକା ନିଭାଇଥିବା ଭାରତ ରତ୍ନ ଡ଼କ୍ଟର ବି. ଅର ଆମ୍ବେଦକର ଙ୍କ ଜୟନ୍ତୀ ଆଜି ସମଗ୍ର ଦେଶରେ ଗମ୍ଭୀରତା ଓ ଉତ୍ସାହ ସହ ପାଳନ କରାଯାଉଛି। ପ୍ରତିବର୍ଷ ଏପ୍ରିଲ ୧୪ ତାରିଖରେ ଏହି ଦିନଟିକୁ ଆମ୍ବେଦକର ଜୟନ୍ତୀ ଭାବେ ପାଳନ କରାଯାଏ।
ଡ଼କ୍ଟର ବି. ଅର ଆମ୍ବେଦକର ଭାରତୀୟ ସମ୍ଭିଧାନର ପ୍ରମୁଖ ଶିଳ୍ପୀ ଭାବେ ପରିଚିତ। ସେ ଏକ ପ୍ରଖ୍ୟାତ ଆଇନଜୀବୀ, ଅର୍ଥନୀତିବିଦ୍ ଓ ସମାଜ ସୁଧାରକ ଥିଲେ। ସମାଜରେ ବିଦ୍ୟମାନ ଅସମାନତା, ଅସ୍ପୃଶ୍ୟତା ଓ ଅନ୍ୟାୟ ବିରୋଧରେ ସେ ଆଜୀବନ ସଂଗ୍ରାମ କରିଥିଲେ।
ସେ ଭାରତର ସମିଧାନ ରଚନା ସମୟରେ ସମସ୍ତ ନାଗରିକଙ୍କ ପାଇଁ ସମାନ ଅଧିକାର, ସ୍ୱାଧୀନତା ଓ ନ୍ୟାୟ ସୁନିଶ୍ଚିତ କରିବାରେ ମୁଖ୍ୟ ଭୂମିକା ନେଇଥିଲେ। ତାଙ୍କ ଦୃଷ୍ଟିକୋଣ ଭାରତକୁ ଏକ ସମତାମୂଳକ ଓ ଲୋକତାନ୍ତ୍ରିକ ରାଷ୍ଟ୍ର ଭାବେ ଗଢ଼ି ତୋଳିଛି।
 
ଏହି ଅବସରରେ କେସିଙ୍ଗା ର  ଆମ୍ବେଦକର ଛକ ଠାରୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପର୍ଯ୍ୟନ୍ତ ଶୋଭାଯାତ୍ରା କରି ତିନି ନମ୍ବର ୱାର୍ଡ ରେ ଥିବା ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି  ସଭା ଓ ସାମାଜିକ ସଚେତନତା କାର୍ୟକ୍ରମ ଆୟୋଜିତ ହୋଇଛି । 
ଡ଼କ୍ଟର ବି. ଅର. ଆମ୍ବେଦକର ଙ୍କ ଜୟନ୍ତୀ କେବଳ ଏକ ସ୍ମୃତି ଦିବସ ନୁହେଁ, ବରଂ ସମାନତା, ଶିକ୍ଷା ଓ ନ୍ୟାୟ ପାଇଁ ସଂଗ୍ରାମର ପ୍ରେରଣା ଦିନ। “ଶିକ୍ଷିତ ହୁଅ, ସଂଗଠିତ ହୁଅ, ସଂଘର୍ଷ କର” ତାଙ୍କର ଏହି ମହାନ ବାଣୀ ଆଜି ମଧ୍ୟ ସମାଜକୁ ଦିଗ ନିର୍ଦ୍ଦେଶ ଦେଉଛି।
ଏହି ପବିତ୍ର ଅବସରରେ ଆମେ ସମସ୍ତେ ଡ଼କ୍ଟର ବି. ଅର. ଆମ୍ବେଦକର ଙ୍କ ଆଦର୍ଶକୁ ଅନୁସରଣ କରି ସମାନତା ଓ ନ୍ୟାୟର ଆଧାରରେ ଏକ ଶକ୍ତିଶାଳୀ ସମାଜ ଗଢ଼ି ତୋଳିବାକୁ ସଙ୍କଳ୍ପ କରିବା ଉଚିତ। ବୋଲି ଆଇନ ଯିବି, ତଥା ସମଜସେବୀ, ବାବାସାହେବ ଆମ୍ବେଦକର  ଫାଉଣ୍ଡେସନ ର ଅଧ୍ୟକ୍ଷ ଟିକେମନ୍ଦୀପ, କେସିଙ୍ଗା ଜୟ ଭୀମ ଅଧ୍ୟକ୍ଷ ନୁରସିଙ୍ଗ, ପୂର୍ବତନ  N.A.C ଅଧ୍ୟକ୍ଷ ସରିତା ସିନ୍ଦୁର ବିଜୟର ଦୀପ, ରାମଚନ୍ଦ୍ର ମାତଖଣ୍ଡିଆ, ରାମଜୀ ମାତଖଣ୍ଡିଆ ଏବଂ ଅନେକ ଆଇନ ଯିବି ଉପସ୍ଥିତ ଥାଇ ସମାଜକୁ ଏକ ବାର୍ତା ଦେଇଥିଲେ l

What's Your Reaction?

like

dislike

love

funny

angry

sad

wow

SUJAYA EDITOR