ରାଜ୍ୟ ମାଧ୍ୟମିକ ଶିକ୍ଷା ଉପ ନିର୍ଦେଶକ ଙ୍କ ବିଦ୍ୟାଳୟ ପରିଦର୍ଶନ I

Sep 11, 2025 - 21:20
 0  229
ରାଜ୍ୟ ମାଧ୍ୟମିକ ଶିକ୍ଷା ଉପ ନିର୍ଦେଶକ ଙ୍କ ବିଦ୍ୟାଳୟ ପରିଦର୍ଶନ I

ଫିରିଙ୍ଗିଆ,୧୧l୦୯(ଷ୍ଟାର ନିୟୁଜ) : ଗୁରୁବାର ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ର ମାଧ୍ୟମିକ ଶିକ୍ଷା ଉପ ନିର୍ଦେଶକ ଡ଼. ସୁଧାଂଶୁ ପାତ୍ର ଫିରିଙ୍ଗିଆ ବ୍ଲକ ଗସ୍ତରେ ଆସି ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ରେ ଥିବା ସରକାରୀ ସୁଧାଂଶୁ ଉଚ୍ଚବିଦ୍ୟାଳୟ ସହ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ବୁଲି ଦେଖିବା ସହ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି I ତେବେ ସକାଳ ଦଶଟା ସମୟରେ ଉପ ନିର୍ଦେଶକ ଶ୍ରୀ ପାତ୍ର ବିଦ୍ୟାଳୟ ରେ ପହଞ୍ଚିବା ପରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ I ପରେ ଶ୍ରୀ ପାତ୍ର ବିଦ୍ୟାଳୟ ର ଭିତ୍ତିଭୂମି ବୁଲିଦେଖିବା ସହ ବିଭିନ୍ନ ଶ୍ରେଣୀ କୋଠରୀ ମାନଙ୍କୁ ଯାଇ ଛାତ୍ର ଛାତ୍ରୀ ମାନଙ୍କ ସହ ପାଠ ପଢା ବିଷୟରେ ଆଲୋଚନା କରିଥିଲେ I ପରେ ବିଦ୍ୟାଳୟ ପରିସରରେ ଥିବା କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ବୁଲି ଦେଖିବା ସହ ଛାତ୍ରୀ ନିବାସ କୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ I ଅନ୍ୟପଟେ ଉପ ନିର୍ଦେଶକ ଶ୍ରୀ ପାତ୍ର ଙ୍କ ଏହି ଗସ୍ତ ସମୟରେ କନ୍ଧମାଳ ଜିଲ୍ଲାରେ ନୂତନ ଭାବରେ ଯୋଗ ଦେଇଥିବା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ ରଞ୍ଜନ ଦାସ, ଫିରିଙ୍ଗିଆ ଗୋଷ୍ଠି ଶିକ୍ଷା ଅଧିକାରୀ ଆଲୋକ କୁମାର ପ୍ରଧାନ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ କୁମାରୀ ପୁନମ ଙ୍କ ସହ ବିଦ୍ୟାଳୟ ର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ, କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ର ହଷ୍ଟେଲ ପରିଚାଳିକା ବାସନ୍ତୀ ଦେଇ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତି ଥିଲେ I ତେବେ ବିଦ୍ୟାଳୟ ପରିଦର୍ଶନ ରେ ଆସି ବିଦ୍ୟାଳୟ ର ପରିବେଶ ଓ ଶୃଙ୍ଖଳା କୁ ଦେଖି ଉପ ନିର୍ଦେଶକ ଶ୍ରୀ ପାତ୍ର ଖୁସି ବ୍ୟକ୍ତ କରିଥିଲେ I 

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

like

dislike

love

funny

angry

sad

wow

SUJAYA EDITOR