ସନଦିଗି ଗ୍ରାମରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ।

Sep 12, 2025 - 08:51
0 109
ସନଦିଗି ଗ୍ରାମରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ।

ଝରିଗାଁ,୧୨l୯(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ପଞ୍ଚାୟତ ଅନ୍ତର୍ଗତ ସନଦିଗି ଗ୍ରାମରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ।ଏହି ଅବସରରେ ଝରିଗାଁ ବ୍ଲକ ଜନ ଜାଗୃତି ମିଶନ ସଭାପତି ପର୍ଶୁ ଭତ୍ରାଙ୍କ ସଭାପତିତ୍ୱ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜନ ଜାଗୃତି ମିଶନ ଉପଦେଷ୍ଟା ଜନାଵ କାଜମ ମାଦାନୀ ଯୋଗ ଦେଇ ସ୍ବାସ୍ଥ୍ୟ,ଶିକ୍ଷା,ପରିବେଶ ଓ ରକ୍ତଦାନ ସମ୍ପର୍କରେ ସଚେତନ କରିଥିଲେ।ସେହିପରି ଆଗାମୀ ଦିନରେ ଝରିଗାଁ ଓ ଉମରକୋଟ ବ୍ଲକରେ ବିଭିନ୍ନ ସ୍ଥାନରେ ହେବାକୁ ଥିବା ରାକ୍ରଦାନ ଶିବିର ଯୁବକ ମାନଙ୍କୁ ସାମିଲ ହୋଇ ବହୁ ମାତ୍ରାରେ ସ୍ବେଚ୍ଛାକୃତ ଭାବେ ରାକ୍ରଦାନ କରିବା ପାଇଁ ଆହ୍ୱାନ ଦେଇଥିଲେ।ସେହିପରି ସ୍ୱାସ୍ଥ୍ୟ ଖରାଫ ହେଲେ ଗୁଣି ଗାରିଡ଼ି ନକରି ତୁରନ୍ତ ନିକଟସ୍ଥ ଡାକ୍ତରଖାନା ଯିବା ପାଇଁ କହିବା ସହ ଛୋଟ ପିଲା ମାନଙ୍କୁ ବିଦ୍ୟାଳୟ ପଠାଇବା ପାଇଁ ଅବିବାହାକ ମାନଙ୍କୁ ସଚେତନ କରିଥିଲେ।ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟ ଗୁପ୍ତ ଜାନୀ, କୁଇ ସମାଜ ନେତା ଦାମ ସାନ୍ତା ଏବଂ ବାସୁ ସାନ୍ତା ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଲୋକ ମାନଙ୍କୁ ସ୍ବାସ୍ଥ୍ୟ,ଶିକ୍ଷା,ପରିବେଶ ଓ ରକ୍ତଦାନ ସମ୍ପର୍କରେ ସଚେତନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ୱାର୍ଡ ସଭ୍ୟ ଚଉନୁ ସାନ୍ତା,ଟଙ୍କ ସାନ୍ତା,ପାତ୍ର ସାନ୍ତା ସହ ସନଦିଗି ଗ୍ରାମର ବହୁ ଲୋକ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User