ହୋଇପାରିଲା ନାହିଁ ଗ୍ରାମସଭା, ଗ୍ରାମସଭାକୁ ଆସିଲେ ନାହିଁ ନିର୍ବାଚିତ ପ୍ରତିନିଧି ଓ ସରକାରୀ କର୍ମଚାରୀ ।

Dec 26, 2025 - 16:12
 0  100
ହୋଇପାରିଲା ନାହିଁ ଗ୍ରାମସଭା, ଗ୍ରାମସଭାକୁ ଆସିଲେ ନାହିଁ ନିର୍ବାଚିତ ପ୍ରତିନିଧି ଓ ସରକାରୀ କର୍ମଚାରୀ ।

ଝରିଗାଁ,୨୬l୧୨ (ଷ୍ଟାର ନିୟୁଜ ଓଡିଶା ):ସ୍ୱତନ୍ତ୍ର ଗ୍ରାମସଭା ବଦଳରେ ପଂଚାୟତରେ ତାଲା, ପଂଚାୟତରେ ନା କାର୍ଯ୍ୟନିର୍ବାହୀ ଅଧିକାରୀ କିମ୍ବା ସରପଞ୍ଚ କି କୌଣସି କର୍ମଚାରୀ କେହି ହେଲେ ଉପସ୍ଥିତ ନଥିବା ବେଳେ ପଂଚାୟତ ଗେଟରେ ପଡିଛି ତାଲା | ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ବେଲଗାଁ ଗ୍ରାମ ପଂଚାୟତ, ଯେଉଁଠି ଆଜି ଗ୍ରାମସଭାରେ ଯୋଗଦେବା ପାଇଁ ସକାଳ ଦଶ ଘଣ୍ଟା ଠାରୁ ଦୂର ଦୂରାନ୍ତରୁ ପଂଚାୟତ ବାସି ଆସି ଉପସ୍ଥିତ ହୋଇଥିବା ବେଳେ, ସମୟ ମଧ୍ୟାହ୍ନ ଦୁଇ ଘଣ୍ଟା ପର୍ଯ୍ୟନ୍ତ କାହାର ବି ଦେଖା ମିଳିନଥିଲା | କେବଳ କାର୍ଯ୍ୟାଳୟ ଆଗରେ ଟେଣ୍ଟ ଟିଏ ମରାଯାଇଥିବା ଦେଖିବାକୁ ମିଳିଥିଲା |ନବରଙ୍ଗପୁର ଜିଲ୍ଲା ଏକ ଅଧ୍ୟୁଷିତ ଆଦିବାସୀ ଅଞ୍ଚଳ ହୋଇଥିବା ବେଳେ ଡିସେମ୍ବର 24 ପେସା ଆଇନକୁ ଆଧାର କରି ଏହି ଦିନରେ ପ୍ରତେକ ଅନୁସୂଚିତ ଅଂଚଳରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହେବାକଥା | କିନ୍ତୁ ଉପାନ୍ତ ଝରୀଗାଁ ଭଳି ଏକ ଆଦିବାସୀ ଅଧୁଷିତ ଅଂଚଳ ରେ ଯେଉଁଠି ଗ୍ରାମସଭା ଲାଳସରେ ଲୋକେ ଆସିଥିଲେ ମଧ୍ୟ ପଂଚାୟତ କାର୍ଯ୍ୟାଳୟରେ ଝୁଲୁଥିଲା ତାଲା |ଝରୀଗାଁ ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ଯୋଗାଯୋଗ କରିଥିଲେ ଲୋକେ, କିନ୍ତୁ କୌଣସି ପ୍ରତିକ୍ରିୟା ମିଳିନଥିଲା | ଏଭଳି ଏକ ପବିତ୍ର ଦିବସରେ ପଂଚାୟତରେ ତାଲା ପକେଇ ରଖିବା ଏହା କେବଳ ପଂଚାୟତ ବାସୀଙ୍କୁ ନୁହେଁ ଏହା ପଂଚାୟତରାଜ ବିଭାଗ ସମେତ ପେସା ଆଇନ ପ୍ରତି ମଧ୍ୟ ଏକ କୁଠାରଘାତ | ଶେଷରେ ମଧ୍ୟାହ୍ନ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷାକରି ଫେରିବାକୁ ବାଧ୍ୟ ହୋଇଛନ୍ତି |ପ୍ରକାଶ ଥାଉକି ଚଳିତ ସ୍ୱତନ୍ତ୍ର ଗ୍ରାମସଭା ଲାଗି ରାଜ୍ୟ ସରକାର ପ୍ରତେକ ଅନୁସୂଚିତ ଅଂଚଳକୁ ଗ୍ରାମସଭା ଲାଗି ଶୁଭେଚ୍ଛା ଜଣେଇଥିବା ଏବଂ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ ଯୋଜନା ସମ୍ପର୍କରେ ଆଲୋଚନାର ପ୍ରସଙ୍ଗ ରହିଥିବା ବେଳେ ଏଭଳି ଏକ ପବିତ୍ର ଦିବସରେ ପଂଚାୟତରେ ତାଲା ପକେଇ ଲୋକଙ୍କ ଭାବନାକୁ ଆଘାତ ଦେଇଥିବାରୁ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି |

ଝରିଗାଁ ରୁ ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR