ଦିଆଳି ପରବ ମାନିବାକୁ ଯିବା ହେଲା କାଳ, ବାଇକ୍ ଦୁର୍ଘଟଣାରେ ୧ ମୃତ ତିନି ଗୁରୁତର |।

Dec 27, 2025 - 10:17
0 287
ଦିଆଳି ପରବ ମାନିବାକୁ ଯିବା ହେଲା କାଳ, ବାଇକ୍ ଦୁର୍ଘଟଣାରେ ୧ ମୃତ ତିନି ଗୁରୁତର |।

ଝରିଗାଁ,୨୭l୧୨(ଷ୍ଟାର ନିୟୁଜ ଓଡିଶା): ବର୍ତମାନ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଦିବାସୀଙ୍କ ଦିଆଳି ପର୍ବ ଧୁମଧାମରେ ଚାଲିଛି । ତେବେ ଦିଆଳି ପର୍ବ ମାନିବାକୁ ଯିବା ସମୟରେ ଦୁର୍ଘଟଣାର ଶୀକାର ହୋଇ ଜଣେ ଯୁବକ ମୃତ୍ୟୁ ବରଣ କରିଛି। ଏଭଳି ଦୁଃଖଦ ଘଟଣା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଏକମ୍ବା ଗ୍ରାମରେ ଘଟିଛି। ମୃତ ଯୁବକ ଜଣକ ଡାବୁଗାଁ ଥାନା ଅନ୍ତର୍ଗତ ଚାରଗାଁ ଗ୍ରାମର ରାଜୁ ମାଝୀ (୧୭) ବୋଲି ଜଣା ପଡିଛି। ସୂଚନା ଅନୁଯାଇ ଆଜି ବିଭିନ୍ନ ସ୍ଥାନରେ ଆଦିବାସୀଙ୍କ ପାରମ୍ପାରିକ ଦିଆଳି ପର୍ବ ପାଳନ କରାଯାଉଛି। ଏହି ଦିଆଳି ପର୍ବ ମାନିବାକୁ ଝରିଗାଁ ବ୍ଲକ ତଥା ଡାବୁଗାଁ ଥାନା ଅନ୍ତର୍ଗତ ଚାରଗାଁ ଗ୍ରାମର ରାଜୁ ମାଝୀ (୧୭) ଓ ଖଗେଶ୍ବର ମାଝୀ ଏକ ବାଇକରେ ନିକଟ ଏକମ୍ବା ଗ୍ରାମକୁ ସନ୍ଧ୍ୟା ସାଢେ଼ ୬ ଘଣ୍ଟ ସମୟରେ ଯାଉଥିବା ବେଳେ ଡାବୁଗାଁ ଥାନା ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମର ବିରେନ ପୂଜାରୀ (୧୭) ଓ ଅକବଲ ପୂଜାରୀ (୧୮) ଏକ ବାଇକରେ ଦିଆଳି ପର୍ବ ମାନିବାକୁ ହଳଦିଗୁଡା ଗ୍ରାମ କୁ ଯାଉଥିଲେ। ତେବେ ସନ୍ଧ୍ୟା ସାଢେ଼ ୬ ଘଣ୍ଟ ସମୟରେ ଏକମ୍ବା ଗ୍ରାମ ନିକଟ ହଳଦୀଗୁଡା ଛକ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାମୁହି ଦୁର୍ଘଟଣା ଘଟିଥିଲା। ଦୁଇଟି ବାଇକ ରେ ବସିଥିବା ୪ ଜଣ ଗୁରୁତର ଆହତ ହୋଇ ରାସ୍ତା କଡ଼ରେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ୪ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ସେଠାରେ ଚାରଗାଁ ର ରାଜୁ ମାଝୀଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ପୂଜାରୀଗୁଡାର ବିରେନ ପୂଜାରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥାରେ ସୁଧାରନ ଆସିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ଡାବୁଗାଁ ପୁଲିସ ଆସି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଦିଆଳି ପର୍ବ ମାନିବାକୁ ଯାଇ ଦୁର୍ଘଟଣାରେ ରାଜୁ ମାଝୀର ମୃତ୍ୟୁ ଖବର ଚାରଗାଁରେ ପ୍ରଚାରିତ ହେବା ପରେ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User