ଅଭାବୀ ବିକ୍ରିର ଶିକାର୍ କଳାହାଣ୍ଡି ଜିଲ୍ଲାର ପିଆଜ ଚାଷୀ

Apr 21, 2025 - 20:41
Apr 21, 2025 - 20:51
 0  63
ଅଭାବୀ ବିକ୍ରିର ଶିକାର୍ କଳାହାଣ୍ଡି ଜିଲ୍ଲାର ପିଆଜ ଚାଷୀ

କଳାହାଣ୍ଡି,୨୧l୪ (ଷ୍ଟାରନିଉଜ ଓଡିଶା): ସଦର ବ୍ଲକ୍ ଅନ୍ତର୍ଗତ ମାଟିଆ, ମାଦିଗୁଡ଼ା, ସେଁ ପୁର୍, ତୁର୍କେଲ୍ ଭଳି ତେଲ ନଦୀ କୁଳ ରେ ଥିବା ଗାଁ ଗୁଡିକ ରେ ପ୍ରଚୁର ମାତ୍ରା ରେ ପିଆଜ ଚାଷ ହୋଇ ଥାଏ ମୂଖ୍ୟତଃ ଉକ୍ତ ଅଞ୍ଚଳ ର ମାଟି "ଦୋରସା "ଓ କଳା ହୋଇ ଥିବାରୁ ଉକ୍ତ ଅଞ୍ଚଳ ର ହଜାର ହଜାର ଏକର୍ ଜମିରେ ପିଆଜ ଚାଷ କରିଥାନ୍ତି ଏହି ଅଞ୍ଚଳ ର ଚାଷୀ, କିନ୍ତୁ ଜିଲ୍ଲାରେ ପିଆଜ ରଖିବା ପାଇଁ ଶୀତଳ ଭଣ୍ଡାର ନ ଥିବାରୁ ପିଆଜ ନଷ୍ଟ ହେବା ଭୟ ରେ ଅଭାବୀ ବିକ୍ରି ର ଶିକାର୍ ହେଉ ଥିବା ଅଭିଯୋଗ କରିଛନ୍ତି। ମୁଣ୍ଡ ଝାଳ ତୁଣ୍ଡରେ ମାରି ପିଆଜ ଅମଳ କରିଥିବା ଚାଷୀ ପିଆଜ କିଲୋ ପ୍ରତି ୧୦ ରୁ ୧୨ ଟଙ୍କା ରେ ବିକୁ ଥିବା ଦେଖିବାକୁ ମିଳିଛି।ଯଦି ଜିଲ୍ଲା ରେ ଶୀତଳ ଭଣ୍ଡାର ଥାଆନ୍ତା କିଛି ଦିନ ପରେ ଏହି ପିଆଜ କୁ ଅଧିକ ରେଟ୍ ରେ ବିକ୍ରି କରି ଅଧିକ ଲାଭବାନ୍ ହୋଇ ପରନ୍ତେ ବୋଲି ସ୍ଥାନୀୟ ଚାଷୀ ମତ ରଖିଛନ୍ତି।ଜିଲ୍ଲା ରେ ସଦର ବ୍ଲକ୍ ସହିତ ଅନ୍ୟ ବ୍ଲକ୍ ଗୁଡିକରେ ମଧ୍ୟ ପିଆଜ ଚାଷ କରୁଥିବା ନଜର କୁ ଆସିଛି।ରାଜ୍ୟ ରେ ୨୪ ବର୍ଷ ବିଜେଡି ସରକାର୍ ଶାସନ କରିଥିଲେ ମଧ୍ୟ ଆଜିଯାଏଁ କଳାହାଣ୍ଡି ଜିଲ୍ଲା ରେ ଗୋଟିଏ ବି ଶୀତଳ ଭଣ୍ଡାର କରିପାରିଲେ ନାହିଁ ସେଥିପାଇଁ କଳାହାଣ୍ଡି ଜିଲ୍ଲାରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ନୂତନ ବିଜେପି ସରକାର୍ ଙ୍କ ଉପରେ ଭରସା କରି ଅପେକ୍ଷା କରିଛନ୍ତି କଳାହାଣ୍ଡି ର ପିଆଜ ଚାଷୀ । ଏହି ଆଶା କେବେ ପୂରଣ ହେବ ତାହାଦେଖିବାକୁ ବାକି ରହିଲା ।

କଳାହାଣ୍ଡି ରୁ ବିୟୁରୋ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR