ଚାରିଦିନ ହେଲା ଟେଣ୍ଡକାଗୁଡା ଗ୍ରାମ ଅନ୍ଧାର ଗ୍ରାମବାସୀଙ୍କୁ କେଣ୍ଡେଲ ଆଲୁଅ ଭରଷା

Apr 21, 2025 - 20:48
 0  53
ଚାରିଦିନ ହେଲା ଟେଣ୍ଡକାଗୁଡା ଗ୍ରାମ ଅନ୍ଧାର ଗ୍ରାମବାସୀଙ୍କୁ କେଣ୍ଡେଲ ଆଲୁଅ ଭରଷା

ଝରିଗାଁ,୨୧l୪(ଷ୍ଟାର ନିୟୁଜ ଓଡ଼ିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବକଡ଼ାବେଡା ପଞ୍ଚାୟତ ଅନ୍ତର୍ଗତ ଟେଣ୍ଡକାଗୁଡା ଗ୍ରାମରେ ଆଜିକୁ ପ୍ରାୟ ଚାରି ଦିନ ହେବ ବିଦ୍ୟୁତ ନଥିବା ବେଳେ ବିଭାଗୀୟ କର୍ମଚାରୀ ଅଣଦେଖା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଗ୍ରାମବାସୀଙ୍କ କହିବା ପ୍ରକାରେ ଗତ ଚାରିଦିନ କାଳବୈଶାକୀ ପ୍ରଭାବରେ ଟେଣ୍ଡକାଗୁଡା ଗ୍ରାମରେ ବର୍ଷା ସହ ପବନ ହୋଇ ଥିଲା।ଫଳରେ ଗଛ ଗୁଡିକ ଭାଙ୍ଗି ପଡିଥିଲା।କିଛି ଗଛର ଡାଳ ଗୁଡିକ ବିଦ୍ୟୁତ ତାର ଉପରେ ପଡି ଯାଇଥିଲା।ଗ୍ରାମବାସୀଙ୍କ ଠାରୁ ଖବର ପାଇ ବିଦ୍ୟୁତ କର୍ମଚାରୀ ଗ୍ରାମବାସୀଙ୍କ ସହଯୋଗରେ ଡାଳ ଗୁଡିକୁ ବିଦ୍ୟୁତ ତାର ସଫା କରିଥିଲେ।ତେବେ ଚାରି ଦିନ ବିତି ଯାଇଥିବା ପରେ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇନାହିଁ।ଫଳରେ ଗ୍ରାମବାସୀ ଅନ୍ଧାରରେ ରହୁଛନ୍ତି।ଝରିଗାଁ ବ୍ଲକରେ ତାତି ଅଧିକ ଥିବା ବେଳେ ଗ୍ରାମର ରୋଗୀ,ଛୋଟ ଛୋଟ ଶିଶୁ ଓ ବୃଦ୍ଧ ବୃଦ୍ଧା ମାନେ ସମସ୍ୟାର ସମ୍ବୁଖିନ ହେଉଛନ୍ତି।ସେହିପରି ପାଠ ପଢୁ ଥିବା ପିଲା ମାନେ ବିଦ୍ୟୁତ ନଥିବା ଯୋଗୁଁ କେଣ୍ଡେଲ ଆଲୁଅ ଲଗାଇ ପାଠ ପଡ଼ୁଥିବା ଗ୍ରାମବାସୀ କହିଛନ୍ତି।ତେଣୁ ବିଦ୍ୟୁତ ବିଭାଗ ତୁରନ୍ତ ସମସ୍ୟାର ସମାଧାନ କରି ଟେଣ୍ଡକାଗୁଡା ଗ୍ରାମକୁ ବିଦ୍ୟୁତ ସଂଯୋଗ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow