ମୌଳିକ ସୁବିଧା ରୁ ବଞ୍ଚିତ ତାଞ୍ଜିମ୍ରିକା ସହ ତିନି ରୁ ଉର୍ଦ୍ଧ ଗାଁ।
ଫିରିଙ୍ଗିଆ,୨୦l୧୦(ଷ୍ଟାର ନିୟୁଜ): ସ୍ୱାଧୀନତା ର ଦୀର୍ଘ ବର୍ଷ ପରେ ବି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ଉପାନ୍ତ ଅଞ୍ଚଳ ର ଅଧିକାଂଶ ଗ୍ରାମବାସୀ ମୌଳିକ ସୁବିଧା ରୁ ବଞ୍ଚିତ ହୋଇ କୌଣସି ସରକାରୀ ସୁବିଧା ନ ପାଇ ଅଭିଶପ୍ତ ଜୀବନ ବିତାଉଛନ୍ତି l କେଉଁଠି କି ରାସ୍ତା ନାହିଁ ତ କେଉଁଠି ପାନୀୟ ଜଳ ହେଉ କି ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ବି ହୋଇ ପାରି ନାହିଁ l ଏଭଳି ସମସ୍ତ ସୁବିଧା ରୁ ବଞ୍ଚିତ ହୋଇ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା ଗାଁ ଫିରିଙ୍ଗିଆ ବ୍ଲକ ପକାରୀ ପଞ୍ଚାୟତ ର ତାଞ୍ଜିମ୍ରିକା ଗାଁ ସହ କ୍ଲିଉ ଏବଂ ବିଜାମାରି ଗ୍ରାମବାସୀ l ଏହି ଗାଁ ଗୁଡିକୁ ଆଜି ପର୍ଯ୍ୟନ୍ତ ସାଧାରଣ ଭାବରେ ରାସ୍ତା ଟିଏ ବି ପହଞ୍ଚି ପାରି ନାହିଁ ଅନ୍ୟାନ୍ୟ ସୁବିଧା ପିଇବା ପାଣି ହେଉ କି ବିଦ୍ୟୁତ ସଂଯୋଗ ବହୁ ଦୂରର କଥା କୌଣସି ସରକାରୀ ସୁବିଧା ପହଞ୍ଚି ପାରି ନାହିଁ l ତାଞ୍ଜିମ୍ରିକା ଗାଁକୁ ଜୀବା ପାଇଁ ରାସ୍ତା ଟିଏ ବି ନଥିବା ବେଳେ ଉପାନ୍ତ ଅଞ୍ଚଳ ରେ କାହିଁ କେଉଁ କାଳରୁ ବସବାସ କରୁଥିଲେ ମଧ୍ୟ ଏବେବି ଚୁଆ କିମ୍ବା କୂଅ ଟିଏ ବି ନଥିବା ବେଳେ ବିଲ ମଝିରେ ଥିବା ଚୁଆ ପାଣି ବର୍ଷ ତମାମ ପିଇବା ହେଉ କି ଅନ୍ୟାନ୍ୟ ସୁବିଧା ପାଇଁ ବ୍ୟବହାର କରୁଛନ୍ତି ଗ୍ରାମବାସୀ ତାହା ପୁଣି ଗାଁ ଠାରୁ ପ୍ରାୟ ଅଧା କିଲୋମିଟର ଦୂରରୁ ବର୍ଷା ଦିନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ରାସ୍ତା ନଥିବାରୁ ଯାତାୟତ ପାଇଁ ବହୁ ଅସୁବିଧା ହେଉଥିବା କହିଛନ୍ତି ଗ୍ରାମବାସୀ ଦେହ ଅସୁସ୍ଥ ହେଲେ ବହୁ କଷ୍ଟରେ ପକାରୀ ପର୍ଯ୍ୟନ୍ତ ପ୍ରାୟ ୧୫ ରୁ ୧୬ କିଲୋମିଟର ଯିବାକୁ ପଡୁଥିବା ବେଳେ ପକାରୀ ରୁ ଗାଡି ରେ ବସି ଗୋଚ୍ଛା ପଡ଼ା ମେଡିକାଲ କିମ୍ବା ବାଳନ୍ଦା ପଡ଼ା ମେଡିକାଲ କୁ ଯିବାକୁ ପଡୁଛି ଯାହାଦ୍ୱାରା ଯାତାୟତ ସମସ୍ୟା ଭୋଗୁଛନ୍ତି ସମୂହ ଗ୍ରାମବାସୀ l ବାରମ୍ବାର ଅଭିଯୋଗ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ତିନି ଗାଁକୁ ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟ ଠାରୁ ବିଧାୟକ ଏମିତି କି ଜିଲ୍ଲାପାଳ ଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ l ବେଲାଡଲି ଗାଁ ନିକଟରେ ଥିବା ମୋବାଇଲ ଟାୱାର କୁ ବିଦ୍ୟୁତ ସଂଯୋଗ ହୋଇଛି କିନ୍ତୁ ଗାଁକୁ ବିଦ୍ୟୁତ ସଂଯୋଗ କରାଯିବ ବୋଲି କହି ଠିକାଦାର ବିଦ୍ୟୁତ ଖୁମ୍ବ ପୋତି ତାର ମଧ୍ୟ ଟାଣିଥିଲେ କିନ୍ତୁ ପୁଣି ଥରେ ନିଜେ ଠିକାଦାର ସବୁ ତାର ଖୋଲି ନେଇଁ ଯାଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ l ମୋବାଇଲ ଟାୱାର କାମ କରୁଛି ଜିଓ ନେଟୱାର୍କ ମଧ୍ୟ କାମ କରୁଛି ଫୋନ ମଧ୍ୟ ଲାଗୁଛି କିନ୍ତୁ ଅନ୍ୟାନ୍ୟ ସମସ୍ତ ସୁବିଧା ଆଜି ପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ ପ୍ରାୟ ଚାଳିଶ ଘର ପାଖାପାଖି ବିଦ୍ୟୁତ ସଂଯୋଗ ପାଇଁ ରହିଥିବା ବେଳେ ସବୁଠାରୁ ତାଞ୍ଜିମ୍ରିକା ଗ୍ରାମବାସୀ ବିଶେଷ ଅସୁବିଧା ଭୋଗୁଥିବା ବେଳେ ବର୍ତମାନ ଡିବିରୀ ଆଲୁଅ ରେ ଛୋଟ ପିଲାମାନେ ପାଠ ପଢ଼ୁଥିବା ବେଳେ ସାତ ରୁ ଆଠ କିଲୋମିଟର ଦୁର ରେ ଥିବା ବେଲାଡଲି ପ୍ରାଥମିକ ବିଦ୍ୟାଳୟ ମଧ୍ୟ ବନ୍ଦ ହୋଇ ଯିବାରୁ ପିଲାଙ୍କ ପାଠ ପଢ଼ାରେ ଡୋରି ବାନ୍ଧି ହୋଇଛି l ସାଧାରଣ ଭାବରେ ଅଙ୍ଗନବାଡି ଟିଏ ନ ଥିବାରୁ ତାଞ୍ଜିମ୍ରିକା ଗାଁ ସହ ତିନି ଗାଁର ଛୋଟ ଛୋଟ ପିଲାମାନେ ଅଙ୍ଗନବାଡି ସେବାରୁ ବଞ୍ଚିତ ହୋଇ ରହିଛନ୍ତି ଅଙ୍ଗନବାଡି ଯିବାକୁ ହେଲେ ସାର୍ତାପାଜୁ ଅଙ୍ଗନବାଡି କେନ୍ଦ୍ରକୁ ପ୍ରାୟ ୬ କିଲୋମିଟର ଦୁର ହେଉଛି ଯାହାଦ୍ୱାରା ଯିବା ଅସମ୍ଭବ ହେଉଥିବା ବେଳେ ସାର୍ତାପାଜୁ ଅଙ୍ଗନବାଡି କର୍ମୀ ମଧ୍ୟ ଶୁଖିଲା ଖାଦ୍ୟ ହେଉ କି ମିଳୁଥିବା ପୁଷ୍ଟିକର ଖାଦ୍ୟ ମଧ୍ୟ ଦେଉନଥିବା ବେଳେ ତିନି ରୁ ଚାରି ମାସରେ ଥରେ ଦେଲେ ଦେଉଛନ୍ତି ନ ହେଲେ ନାଇଁ ବୋଲି ଅଭିଯୋଗ କରିଛନ୍ତି ସମୂହ ଗ୍ରାମବାସୀ l ଫିରିଙ୍ଗିଆ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଆସିବାକୁ ହେଲେ ପ୍ରାୟ ପଚାଶ କିଲୋମିଟର ଦୁରକୁ ଏମାନଙ୍କୁ ଯିବାକୁ ପଡୁଛି ପଞ୍ଚାୟତ କାର୍ଯ୍ୟାଳୟ କୁ ଯିବାକୁ ହେଲେ ୧୫ ରୁ ୧୬ କିଲୋମିଟର ଯିବାକୁ ପଡୁଛି ବିପିଏଲ ଚାଉଳ ହେଉ କି ବାର୍ଦ୍ଧକ୍ୟ ଭତ୍ତା ପାଇଁ ଏମାନେ ଯାତାୟତ ରେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଗାଁରେ ଏକ ମିନି ଅଙ୍ଗନବାଡି କେନ୍ଦ୍ର ଖୋଲିବା ସହ ରାସ୍ତା ନିର୍ମାଣ, ତାଞ୍ଜିମ୍ରିକା ଗାଁରେ ସୋଲାର ରେ ପାଣି ବ୍ୟବସ୍ଥା ସହ ଗାଁର ପ୍ରତ୍ୟେକ ଘର କୁ ବିଦ୍ୟୁତ ସଂଯୋଗ କରିବାକୁ ଦାବୀ କରିଛନ୍ତି ଗ୍ରାମବାସୀ l କେବଳ ଏତିକି ନୁହେଁ କ୍ଲିଉ, ବିଜାମାରି ଏବଂ ବେଲାଡଲି ଗାଁରେ ଘର ଗୁଡିକୁ ବିଦ୍ୟୁତ ସଂଯୋଗ ସହ ତୁରନ୍ତ ବ୍ୟବସ୍ଥା କରି ଯୋଗାଇ ଦେବାକୁ ଦାବୀ କରିଛନ୍ତି ସମୂହ ଅଞ୍ଚଳ ବିଜେପି ର ପକାରୀ ପଞ୍ଚାୟତ ସଭାପତି ବାବୁଲା କହଁର,ର ଵଦା କହଁର, ସାରବା କହଁର, ତୁର କହଁର, ନର କହଁର, ଜନେକ କହଁର, ମଇନା କହଁର, କାଇନା କହଁର ତେନୁରି କହଁର ଙ୍କ ସହ ସମୂହ ଗ୍ରାମବାସୀ l ଅନ୍ୟପଟେ ପୂର୍ବତନ ବିଧାୟକ ଅଙ୍ଗଦ କହଁର ପୂର୍ବରୁ ଏହି ଗାଁକୁ ରାସ୍ତା ସମସ୍ୟା ପାଇଁ ଦିଆ ଯାଇଥିଲା କିନ୍ତୁ ହୋଇ ପାରିନାହିଁ ସମୂହ ଅଞ୍ଚଳ ବାସି ବହୁ ଅସୁବିଧା ଭୋଗୁଛନ୍ତି ପରିସ୍ଥିତି ଦୃଷ୍ଟିରୁ ସରକାର ଗୁରୁତ୍ୱ ଦେଇ ଏହାର ସମାଧାନ କରିବା ପାଇଁ ନିବେଦନ କରିଛନ୍ତି l
What's Your Reaction?