ଫିରିଙ୍ଗିଆ ରେ ଅନୁଷ୍ଠିତ ହେଲା ଜିଲ୍ଲା ପାରମ୍ପରିକ ଲୋକ କଳା ମହୋତ୍ସବ I
ଫିରିଙ୍ଗିଆ,୨୨l୧୦(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଜିଲ୍ଲା ପାରମ୍ପରିକ ଲୋକ କଳା ସଙ୍ଘ ର ବାର୍ଷିକ ଉତ୍ସବ ବା ପାରମ୍ପରିକ ଲୋକ କଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ରାଜ୍ୟ ସରକାର ଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିବା ବେଳେ ସଂଘର ଜିଲ୍ଲା ସଭାପତି ତଥା ବରିଷ୍ଠ ସାହିତ୍ୟିକ ଓ କବି ଅକ୍ଷୟ କୁମାର କର୍ଣ୍ଣ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଫୁଲବାଣୀ ଆଦିବାସୀ ଉନ୍ନୟନ ବିଭାଗ ର ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ମାନଙ୍କ ମଧ୍ୟ୍ୟରେ ଓଡ଼ିଶାର ପ୍ରତିଷ୍ଠିତ ବିଲଡର ତଥା ବରିଷ୍ଠ ସମାଜ ସେବି ଜଗନ୍ନାଥ ଦିଗାଲ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଇନ ଯିବି ଭଗବାନ ମହାନ୍ତି, ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜିତ ମଣ୍ଡଳ, ଫିରିଙ୍ଗିଆ ବ୍ଲକ ବିଧାୟକ ପ୍ରତିନିଧି ପ୍ରଶାନ୍ତ କମ୍ପ, ଓଡିଶା ର ପ୍ରତିଷ୍ଠିତ କଣ୍ଠସିଳ୍ପୀ ଜଳନ୍ଧର ବେହେରା, ଖଜୁରୀପଡା ବ୍ଲକ ର ପୂର୍ବତନ ଅଧକ୍ଷ ତଥା ଆଦିବାସୀ ସଂସ୍କୃତି ଗବେଷକ ବୀରେନ୍ଦ୍ର କହଁର, ବାଲିଗୁଡା ଅଂଚଳର ଜଣାଶୁଣା ସାମ୍ବାଦିକ ତଥା ମଞ୍ଚ ଅଭିନେତା ପ୍ରମୋଦ ଦଣ୍ଡସେନା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମ କୁ କନ୍ଧମାକ ଜିଲ୍ଲାର ଜଣାଶୁଣା ନାଟ୍ୟ ନିର୍ଦେଶକ ତଥା ବରିଷ୍ଠ ସାମ୍ବାଦିକ ମହାଦେବ ସାହୁ ପରିଚାଳନା କରିଥିବା ବେଳେ ସାମ୍ବାଦିକ ସୁବ୍ରତ କୁମାର ମିହାନ୍ତି ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ ନକରିଥିଲେ I କାର୍ଯ୍ୟକ୍ରମ ଆରମ୍ଭ ରେ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା କଳାକାର ମାନଙ୍କୁ ନେଇ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ପରେ କଲ୍ୟାଣ ମଣ୍ଡପ ଠାରେ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏଥିରେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ କଳାକାର ସଙ୍ଘ ର ସଭାପତି ଓ ସମ୍ପାଦକ ମାନଙ୍କ ସହ କଳାକାର ମାନେ ଉପସ୍ଥିତ ଥିଲେ I ଏହି ଅବସରରେ ବିଭିନ୍ନ କଳା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ବାଲିଗୁଡା ର ବିଶିଷ୍ଠ ନାଟ୍ୟକାର ପ୍ରମୋଦ ଦଣ୍ଡ ସେନା, ନାଟ୍ୟ ନିର୍ଦେଶକ ମହାଦେବ ସାହୁ, ସଖି ପଡ଼ାର ଧବଳେଶ୍ଵର ସାହୁ, ମିଣିଆ ର ବରିଷ୍ଠ ଆଦିବାସ ପାରମ୍ପରିକ କଳାକାର ତଥା କଳା ସଂଗଠକ ବିଶ୍ୱମ୍ବର କହଁର, ଖଜୁରୀପଡା ବ୍ଲକ ର ବରିଷ୍ଠ ପାଲା ଗୁରୁ ସରୋଜ ସାହୁ, ମହିଳା ଆଦିବାସୀ କଳାକାର ସ୍ୱପ୍ନରାଣୀ କର୍ଣ୍ଣ ଙ୍କ ସହ ଅନ୍ୟ କିଛି ବରିଷ୍ଠ କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା I କାର୍ଯ୍ୟକ୍ରମ ରେ ସାଙ୍ଗ ର ମହିଳା ସଭାନେତ୍ରୀ ସ୍ୱପ୍ନାରାଣୀ କର୍ଣ୍ଣ ଓ ସମ୍ପତି ଦିଗାଲ ଙ୍କ ସହ ସମସ୍ତ କର୍ମକର୍ତା ଓ କଳାକାର ମାନେ ସହଯୋଗ କରିଥିଲେ I ଅନ୍ୟପଟେ କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବ ରେ କନ୍ଧମଳ ଜିଲ୍ଲା ର କୋଣ ଅନୁକୋଣ ରୁ ଆସିଥିବା ପ୍ରାୟ ୪୭ ଟି ପାରମ୍ପରିକ ନୃତ୍ୟ ଦଳ ମାନଙ୍କ ଦ୍ୱାରା ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯାହାକି କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ସାଜିଥିଲା I
ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )
What's Your Reaction?