ଦାହିମାଲ-ଗୋତମୁଣ୍ଡା ରାସ୍ତା, ସରୁଛି ଅବଧି ଆଗେଇ ପାରୁନି କାମ ।

Oct 22, 2025 - 19:02
 0  73
ଦାହିମାଲ-ଗୋତମୁଣ୍ଡା ରାସ୍ତା, ସରୁଛି ଅବଧି ଆଗେଇ ପାରୁନି କାମ ।

ଝରିଗାଁ,୨୨l୧୦ (ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ମଧ୍ୟରେ ଗମନାଗମନକୁ ଦୃଷ୍ଟିରେ ରଖି ତତ୍କାଳୀନ ରାଜ୍ୟ ସରକାରଙ୍କ ଦ୍ଵାରା ଝରିଗାଁ ବ୍ଲକର ଦହିମାଲ ଠାରୁ କଳାହାଣ୍ଡି ଜିଲ୍ଲା ଗୋତମୁଣ୍ଡା ପର୍ଯ୍ୟନ୍ତ ରାସ୍ତା ସଂଯୋଗ ପାଇଁ ମଞ୍ଜୁର ହୋଇଥିଲା। ରାସ୍ତା ନିର୍ମାଣର ସମସ୍ତ ଦାୟିତ୍ଵ ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ମିଳିଥିଲା । ନିର୍ମାଣଧୀନ ରାସ୍ତା ଦାହିମାଲରୁ କଳାହାଣ୍ଡିର ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଦେଇ 8/10 କିଲୋମିଟର ହେଉଥିବା ବେଳେ ଯାହାର ବ୍ୟୟ ଅଟକଳ 7କୋଟି 51ଲକ୍ଷ 32ହଜାର 821 ଟଙ୍କା ହୋଇଛି । ଏହି ରାସ୍ତା ନିର୍ମାଣ ସମ୍ପାଦନ କରୁଥିବା ଠିକା ସଂସ୍ଥା ପକ୍ଷରୁ ଅହେତୁକ ବିଳମ୍ବ ଓ ମନମୁଖି କାର୍ଯ୍ୟ କରୁଥିବା ସାଧାରଣରେ ମତ ପ୍ରକାଶ ପାଇଛି। 2022 ମସିହାରେ ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ଇତି ମଧ୍ୟରେ 3 ବର୍ଷରୁ ଉର୍ଦ୍ଧ ହୋଇଯାଇଥିଲେ ସୁଦ୍ଧା ରାସ୍ତା ନିର୍ମାଣ କାର୍ଯ୍ୟ ଏଯାଏ ଶେଷ ହୋଇନାହିଁ । ପର୍ଯ୍ୟାୟ କ୍ରମେ ରାସ୍ତାର ପାର୍ଶ୍ଵରେ ସାଇଡୱାଲ କାମ ସାଙ୍ଗକୁ କଲ୍ଭେଟ ଏବଂ ରାସ୍ତାରେ କିଛି ମାତ୍ରାରେ ଚିପିସ ପକାଇ ଦେଇ ଠିକାସଂସ୍ଥା ଚୁପ ବସିଛି । ଏଭଳି ରାସ୍ତା ଅଧପନ୍ତରିଆ ହୋଇଥିବା ଯୋଗୁଁ ଯାତାୟତରେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି। ବିଭାଗୀୟ ପକ୍ଷରୁ ଠିକାସଂସ୍ଥାକୁ ଅନୁକମ୍ପା ଦେଖାଉଥିବାରୁ ଠିକା ସଂସ୍ଥା ମନଇଚ୍ଛା କାମ ଚଲେଇଥିବା ସାଧାରଣରେ ପ୍ରକାଶ ପାଇଛି। ଅନ୍ୟପକ୍ଷେ ରାସ୍ତା ନିର୍ମାଣର ଡେଡ ଲାଇନ୍ ସାରିଯାଇଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ନିର୍ମାଣ ସଂପୂର୍ଣ୍ଣ ହୋଇନାହିଁ । ଏହି ରାସ୍ତାଦେଇ ଦୈନଦିନ ଶହ ଶହ ଗାଡି ମଟର ଯାତାୟାତ କରୁଛି । ଏହି ରାସ୍ତା ନିର୍ମାଣ ହେଲେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ମଧ୍ୟରେ ଅନେକ ସମ୍ପର୍କ ସୃଦୁଢ଼ ହେବ । ଦାହିମାଳ ଓ ଗୋତମୁଣ୍ଡା ରାସ୍ତା ଉପରେ ଦୁଇ ଜିଲ୍ଲାର ଜନସାଧାରଣ ଗମନାଗମନ ପାଇଁ ନିର୍ଭରଶୀଳ। ଏହି ରାସ୍ତା କାହିକିଁ ଆଧରୁ ଅଟକି ଯାଇଛି ସେନେଇଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତା ନିର୍ମାଣ ଯଥାଶୀଘ୍ର ସଂପୂର୍ଣ୍ଣ କରିବାକୁ ଅଞ୍ଚଳବାସୀମାନେ ଦାବି କରିଛନ୍ତି । ଏନେଇ ନବରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ କୃଷ୍ଣାପରୀ ଗୋମାଙ୍ଗଙ୍କ ପ୍ରତିକ୍ରିୟା ମିଳିପରିନାହିଁ ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR