ମହୁମାଛି ଆକ୍ରମଣ ହେଲା କାଳ,ପାଣିରେ ବୁଡି ବୃଦ୍ଧ ମୃତ |

Oct 22, 2025 - 19:04
0 200
ମହୁମାଛି ଆକ୍ରମଣ ହେଲା କାଳ,ପାଣିରେ ବୁଡି ବୃଦ୍ଧ ମୃତ |

ଝରିଗାଁ,୨୨l୧୦(ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁଫୁଗାଁ ପଞ୍ଚାୟତ ଅନ୍ତର୍ଗତ ବାରବାକୁଳି ଗ୍ରାମର ଜଣେ ବୃଦ୍ଧଙ୍କୁ ମହୁମାଛି ଆକ୍ରମଣ ପରେ ଜୀବନ ବଞ୍ଚାଇବାକୁ ଯାଇ ପୋଖରୀରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନା ପ୍ରକାରେ, ବାରବାକୁଳି ଗ୍ରାମର ପଦୁ ସାନ୍ତା(55) କୌଣସି ଏକ କାମରେ ଫୁଫୁଗାଁ ଯାଇଥିଲେ।ସେଠାରେ କାମ ସାରିବା ପରେ ସନ୍ଧ୍ୟା ସମୟରେ ନିଜ ଘରକୁ ଫେରୁଥିଲେ।ଘରକୁ ଫେରିବା ସମୟରେ ବାରବାକୁଳି ଗ୍ରାମ ଠାରୁ ଏକ କିଲୋମିଟର ଦୂରରେ ଥିବା ଜଙ୍ଗଲ ନିକଟରେ ହଠାତ ପଦୁ ସାନ୍ତାଙ୍କୁ ମହୁମାଛି ଆକ୍ରମଣ କରିଥିଲା।ମହୁମାଛି ଆକ୍ରମଣ କରିବା ପରେ ଜୀବନ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ପଦୁ ନିକଟରେ ଥିବା ଏକ ପୋଖରୀ ଭିତରକୁ ପଶି ଯାଇଥିଲେ।ତେବେ ସେହି ପୋଖରୀ ଭିତରୁ ବାହାରକୁ ବାହାରି ନପାରି ପଦୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ଦୀର୍ଘ ସମୟ ପରେ ପଦୁଙ୍କ ନାତି ପ୍ରଦୀପ ସାନ୍ତା ସେହି ରାସ୍ତା ଦେଇ ଯାଉଥିବା ବେଳେ ଅଜାଙ୍କ ମୃତ ଶରୀର ପାଣିରେ ଭାସୁଥିବା ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।ପରେ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ଝରିଗାଁ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପୋଖରୀରୁ ଶବ ବାହାର କରିଥିବା ବେଳେ ଝରିଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।ଘଟଣା ସମ୍ପର୍କରେ ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User