ଚନ୍ଦାହାଣ୍ଡି ର ବିଭିନ୍ନ ଗ୍ରାମରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ।

Oct 23, 2025 - 12:48
0 43
ଚନ୍ଦାହାଣ୍ଡି ର ବିଭିନ୍ନ ଗ୍ରାମରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ।

ଚନ୍ଦାହାଣ୍ଡି,୨୩l୧୦(ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକର ବିଭିନ୍ନ ଗ୍ରାମରେ ଯାଦବ ସମାଜର ଜନସାଧାରଣ ମାନଙ୍କ ଦ୍ବାରା ଭକ୍ତ ବତ୍ସଳ ପ୍ରଭୁ ଶ୍ରୀକୃଷ୍ଣଙ୍କ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଯାଦବ ମହାସଭାର ଜିଲ୍ଲା ଯୁବ ସଭାପତି ନବ କିଶୋର ଗୈାଡ, ଝରିଗାଁ ଓ ଚନ୍ଦାହାଣ୍ଡି ବ୍ଳକର ଯାଦବ ମହାସଭାର କର୍ମକର୍ତ୍ତା ମାନଙ୍କ ସହ ସମସ୍ତ ଗିରି ଗୋବର୍ଦ୍ଧନ ପୂଜା ମଣ୍ଡପ ପରିଦର୍ଶନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କରେ ଯୋଗ ଦେଇଥିଲେ।ଯାଦବ ମହାସଭାର ସମସ୍ତ କର୍ମକର୍ତା ମାନଙ୍କୁ ଜମାଦାରପଡା,ହରଡାପଡା ଓ ଫଲସାପଡା ଗ୍ରାମର ଯାଦବ ଗୋଷ୍ଠୀର ଜନସାଧାରଣ ଭବ୍ୟ ସ୍ବାଗତ କରିଥିଲେ।ଏହି କାର୍ଯ୍ୟକ୍ରମ ଦ୍ବାରା ସମସ୍ତ କର୍ମକର୍ତ୍ତା ଓ ଯାଦବ ଗୋଷ୍ଠୀର ଜନସାଧାରଣ ପରସ୍ପର ମଧ୍ୟରେ ସମ୍ପର୍କ ସୁଦୃଢ ହେଉଥିବା ପରିଲକ୍ଷିତ ହେବା ସହ ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହେଉଛି।ଏହି ନିଆରା କାର୍ଯ୍ୟକ୍ରମ ପାଇଁ ଯୁବ ସଭାପତି ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିବା ସହ ଯାଦବ ଜାତିର ଏକତା,ଅଖଣ୍ଡତା ଓ ଭାଇଚାରା ବଜାୟ ରହିବା ସହ ସମାଜ ତରଫରୁ ନବରଙ୍ଗପୁର ଜିଲ୍ଲାକୁ ଏକ ସୁସ୍ଥ,ସ୍ଵଚ୍ଛ, ନିର୍ମଳ,ଦକ୍ଷ, ଉତ୍ତରଦାୟୀ,ଗଣତାନ୍ତ୍ରିକ, ମୂଲ୍ୟବୋଧ, ବିଶ୍ବାସୀ ଯାଦବ ଶକ୍ତି ପ୍ରତିଷ୍ଠା ପାଇଁ ଦୃଢ ସଂକଳ୍ପ ନେବାକୁ ଅନୁରୋଧ କରିଥିଲେ।ଏହି କାର୍ଯ୍ୟକ୍ରମରେ ଚନ୍ଦାହାଣ୍ଡି ବ୍ଳକ ଯାଦବ ମହାସଭାର ସଭାପତି ଜଗଦୀଶ ଗୈାଡ, ସମ୍ପାଦକ ଶୋଭାସିଂ ପୋଡ଼, ଜିଲ୍ଲା ସହ ସମ୍ପାଦକ କମଳ ଲୋଚନ ବାଘ, ଉପ ସଭାପତି ପୁରୁଷୋତ୍ତମ ବାଘ, କୋଷାଧ୍ୟକ୍ଷ ଘନଶ୍ୟାମ କଟା,କମଳୁ ମନହିରା,ମୋହନ ବାଘ,ଝରିଗାଁ ବ୍ଳକ ଉପ ସଭାପତି ସହଦେବ ଗୈାଡ,ଯୁବ କାର୍ଯ୍ୟକାରୀ ସଭାପତି ଶଙ୍କର ଗୌଡ଼,ଯୁବ ଟିମର ଲିଙ୍ଗରାଜ ଗୈାଡ,ହିରନ ଗୈାଡ,ଜୟରାମ ଜାଲ,ଚନ୍ଦ୍ରମଣି ଗୈାଡ,ହିରାଲାଲ ଗୈାଡ,ଅଜୟ ଗୈାଡ,ମହାଦେବ ଗୈାଡ,କ୍ଷୀରସିନ୍ଧୁ ଗୈାଡ ପ୍ରମୁଖ ଯୋଗଦାନ କରିଥିଲେ।ଏହା ସହିତ ଜମାଦାରପଡା,ହରଡାପଡା ଓ ଫଲସାପଡା ଗ୍ରାମର ସମସ୍ତ ଯାଦବ ଗୋଷ୍ଠୀର ଜନସାଧାରଣ ଉପସ୍ଥିତ ରହିଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User