ଅନୁଷ୍ଠିତ ହେଲା ଫିରିଙ୍ଗିଆ ପଲ୍ଲିଶ୍ରୀ ଯୁବକ ସଂଘ ତରଫରୁ ହେବାକୁ ଥିବା ନାଟକ "କଳିଯୁଗର ଏ ନୁଆଁ କାହାଣୀ " ପାଇଁ ବହିପୂଜା କାର୍ଯ୍ୟକ୍ରମ I

Apr 21, 2025 - 20:55
Apr 21, 2025 - 21:10
 0  140
ଅନୁଷ୍ଠିତ ହେଲା ଫିରିଙ୍ଗିଆ ପଲ୍ଲିଶ୍ରୀ ଯୁବକ ସଂଘ ତରଫରୁ ହେବାକୁ ଥିବା ନାଟକ "କଳିଯୁଗର ଏ ନୁଆଁ କାହାଣୀ " ପାଇଁ ବହିପୂଜା କାର୍ଯ୍ୟକ୍ରମ I

ଫିରିଙ୍ଗିଆ,୨୧/୦୪(ଷ୍ଟାର ନିୟୁଜ): ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ପଲ୍ଲିଶ୍ରୀ ଯୁବକ ସଙ୍ଘ ତରଫରୁ ହେବାକୁ ଥିବା ସାମାଜିକ ନାଟକ "କଳି ଯୁଗର ଏ ନୁଆଁ କାହାଣୀ "ର ବହି ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସଙ୍ଘର ସଭାପତି କଂସଦେବ ସାହୁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବହିପୂଜା କାର୍ଯ୍ୟକ୍ରମ ରେ ସଂଘର ସମ୍ପାଦକ ରାଜେଶ କୁମାର ନାଏକ ଙ୍କ ସହ ସଞ୍ଜୟ କୁମାର ଦିଗାଲ, ପ୍ରଦୀପ କୁମାର ସାହୁ, ଶକ୍ତି ଦିଗାଲ, ଦେବାଶିଷ ସାହୁ, ଆଲୋକ ଦିଗାଲ, ଅମିତ ପଟ୍ଟନାୟକ, ମାଷ୍ଟର ଟୁନା, ପ୍ରଦୀପ କହଁର ଙ୍କ ସହ ସମସ୍ତ କଳାକାର ଉପସ୍ଥିତ ଥିଲେ I ତେବେ ଚଳିତ ବର୍ଷ ମଧ୍ୟ ଅଂଚଳର ଜଣାଶୁଣା ନାଟ୍ୟ ନିର୍ଦେଶକ ତଥା ବରିଷ୍ଠ ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି ଙ୍କୁ ଏହି ନାଟକ ର ନିର୍ଦେଶନା ଦାୟିତ୍ୱ ଦିଆଯାଇଥିବା ବେଳେ ଏହି ନାଟକଟି ଆସନ୍ତା ମଇ ମାସ ଦଶ ତାରିଖ ଦିନ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଶଙ୍କରାଖୋଲା ଠାରେ ହେବାକୁ ଥିବା ପ୍ରସିଦ୍ଧ ଲଠା ପୂଜା ଯାତ୍ରା ରେ ମଞ୍ଚସ୍ଥ ହେବ ବୋଲି ସଂଘ ର ସଭାପତି କଂସଦେବ ସାହୁ ସୂଚନା ଦେଇଛନ୍ତି I 

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ

What's Your Reaction?

like

dislike

love

funny

angry

sad

wow

SUJAYA EDITOR