ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା I

May 01, 2025 - 17:53
0 87
ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା I

ଫିରିଙ୍ଗିଆ,୦୧l୦୫: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରୀ ଭାବରେ କାର୍ଯ୍ୟରତ ଶିବାଜୀ କହଁର ଙ୍କୁ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ତରଫରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି I ନୂତନ ଭାବରେ ଫିରିଙ୍ଗିଆ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଭାବରେ ଯୋଗ ଦେଇଥିବା ଆଲୋକ କୁମାର ପ୍ରଧାନ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟ୍ୟରେ ଗଜପତି ଜିଲ୍ଲା ନୂଆଗଡ ବ୍ଲକ ର ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଲିଙ୍ଗରାଜ କାର୍ଜି ଏବଂ କାର୍ଯ୍ୟାଳୟ ର ବରିଷ୍ଠ କିରାଣୀ ବିମ୍ବାଧର ଦଳବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ I ଅନ୍ୟପଟେ ଏହି କାର୍ଯ୍ୟକ୍ରମ କୁ ସାଧନ କର୍ମୀ ଅଂଶୀମ ନାଏକ ପରିଚାଳନା କରିଥିବା ବେଳେ ଅଜିତ କୁମାର ବେହେରା, ଦୁର୍ଯୋଧନ କହଁର, ଅମୀୟ ମଲ୍ଲିକ ଉପସ୍ଥିତ ରହି ବିଦାୟୀ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ ଶ୍ରୁତି ଚାରଣ କରିଥିବା ବେଳେ ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ସାଧନ କର୍ମୀ ରାଜେଶ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମ ରେ ବ୍ଲକ ଅଧୀନରେ କାର୍ଯ୍ୟରତ ସମସ୍ତ ସାଧନା କର୍ମୀ ଙ୍କ ସହ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ I ସୂଚନା ଥାଉକି ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶିବାଜୀ କହଁର ଦେଢ଼ବର୍ଷ ହେବ ଏହି ଫିରିଙ୍ଗିଆ ବ୍ଲକ ରେ ଯୋଗଦେଇଥିଲେ I ସେ ଜଣେ ମେଳାପୀ ଓ ଅମାୟିକ ବ୍ୟକ୍ତିତ୍ୱ ହୋଇଥିବା ବେଳେ ଏହି ଫିରିଙ୍ଗିଆ ବ୍ଲକ ରେ ଶିକ୍ଷାର ବିକାଶ ସହ ଗୁଣାତ୍ମକ ମାନଙ୍କ ଶିକ୍ଷା ଯୋଗାଇବା ଦିଗରେ ତାଙ୍କର ପ୍ରମୁଖ୍ ଭୂମିକା ରହିଥିଲା I ସେପରି ସମ୍ବର୍ଦ୍ଧନା ଜ୍ଞାପନ କରିବା ସମୟରେ ସଭା ପରିସରରେ ଏକପ୍ରକାର ଭାବବିହ୍ୱଳ ପରିସ୍ଥିତି ସୃଷ୍ଟି ହୋଇଥିଲା I 

ରିପୋର୍ଟ୍: ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User