ଅବସରକାଳୀନ ସମ୍ବର୍ଦ୍ଧନା ସଭା।

May 01, 2025 - 08:09
0 50
ଅବସରକାଳୀନ ସମ୍ବର୍ଦ୍ଧନା ସଭା।

ଭବାନୀପାଟଣା,୩୦l୪ (ଷ୍ଟାରନିଉଜ ଓଡିଶା) :ବିଶ୍ବନାଥପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଲାଞ୍ଜିଗଡ଼ ସିଟି ପ୍ରାଥମିକ ଶିକ୍ଷକ ସଂଘ ଓ ଏକ୍ସକ୍ଯାଡର ଶିକ୍ଷକ ସଂଘ ପକ୍ଷରୁ ଗୋଷ୍ଠୀ ଶିକ୍ଷା କାର୍ଯ୍ଯାଳୟର ବରିଷ୍ଠ ସହାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ସାଙ୍କ ଅବସର କାଳୀନ ସଭା ଆୟୋଜନ କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ରୂପେ ଏହି ବ୍ଳକର ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର, ସମ୍ମାନୀତ ଅତିଥି ରୂପେ ଏ ବି ଓ ସୁଢଳଦେବ ମୁଣ୍ଡ, ଭାରତ ଭୂଷଣ ସାହୁ, ଲକ୍ଷ୍ମୀପ୍ରିୟା ମୁଦୁଲି, ମୁଖ୍ୟ ସହାୟକ ସୁକେଶ ମାଝୀ, ସିଟି ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଲବ ଦୁର୍ଗା ଯୋଗ ଦେଇଥିଲେ। ଏହି ସଭାରେ ବ୍ଳକ ସିଟି ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଅନିଲ୍ କୁମାର ତ୍ରିପାଠୀ, ସେକ୍ରେଟାରୀ ମନୋଜ କୁମାର ମହାକୁଡ଼, କାର୍ଯ୍ୟକାରୀ ସଭାପତି ପ୍ରଭାତ କୁମାର ପାଠୀ, ଉପସଭାପତି ଦିବାକର ବିଭାର, କୋଷାଧ୍ୟକ୍ଷ ରାଘବ ଗହିର, ଏକ୍ସକ୍ଯାଡର ସଂଘର ବ୍ଳକ ସଭାପତି ପଞ୍ଚାନନ ନାଗ, ସେକ୍ରେଟାରୀ ଗିରିଧାରୀ ଗଉଡ଼, ଉପସଭାପତି କ୍ଷୀରସିନ୍ଧୁ ସାହୁ, ଉପସଭାନେତ୍ରୀ ଶ୍ରୀମତୀ ଜ୍ୟୋସ୍ନା କୁମାର ଓ ବ୍ଳକର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଶ୍ରୀ ସା ଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ। ଶେଷରେ ଅତିଥିଙ୍କୁ ଧନ୍ୟବାଦ ଜଣାଇ ଏବଂ ଶ୍ରୀଯୁକ୍ତ ସାଙ୍କ ପରବର୍ତ୍ତୀ ସମୟ ସୁଖ ଶାନ୍ତିରେ କଟିବା ନିମନ୍ତେ ଇଶ୍ଵରଙ୍କୁ ନିବେଦନ ଜଣାଇ ସଭା ସାଙ୍ଗ କରାଯାଇଥିଲା।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User