ଇପିଏଫ ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଘ ର ଧାରଣା ।

May 01, 2025 - 04:41
0 48
ଇପିଏଫ ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଘ ର ଧାରଣା ।

ଭବାନୀପାଟଣା,୩୦l୪(ଷ୍ଟାରନିଉଜ ଓଡିଶା): ବିଭିନ୍ନ ସରକାରୀ ସଂସ୍ଥା ର ଇପିଏଫ ପେନସନ ଭୋଗୀମାନେ ସର୍ବନିମ୍ନ ୫୦୦ ରୁ ୩୫୦୦ ଟଙ୍କା ପାଉଛନ୍ତି । କେନ୍ଦ୍ର ସରକାରଙ୍କ ଅଧିନସ୍ଥ. ଇପିଏଫ କର୍ମଚାରୀ ମାସକୁ ୯୦୦୦ ଟଙ୍କା ସହିତ ମହଙ୍ଗା ଭତ୍ତା ପାଉଛନ୍ତି ଅଥଚ ରାଜ୍ଯ ସରକାର ଙ୍କ ଏହି ବର୍ଗ ର ଅବସରପ୍ରାପ୍ତ କର୍ମଚାରୀ ଙ୍କୁ ମିଳୁନାହିଁ. ତେଣୁ ୫ ଦଫା ଦାବୀ ନେଇ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ଯରେ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି। ମାସିକ ୯ ହଜାର ଟଙ୍କା ସହ ମହଙ୍ଗା ଭତ୍ତା, ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଅନୁଯାୟୀ ବର୍ଦ୍ଧିତ ପେନସନ ଦେବା, ସରକାରୀ ବୀମା ଯୋଜନାରେ ମାଗଣା ସ୍ୱାସ୍ଥ୍ୟ ସେବା, ବରିଷ୍ଠ ନାଗରିକ ଙ୍କୁ ସୁରକ୍ଷା ଯୋଗାଇଦେବା। ଗତ ୨୦୧୮ ମସିହାରୁ ଦାବୀ କରାଯାଇ ଆସୁଥିଲେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହି. ଦେଶର ୫୦ ଲକ୍ଷ ଇପିଏଫ ପେନସନ ଭୋଗୀ ଙ୍କ ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଠାରେ ଦାବୀ ରଖିଛନ୍ତି। ସଭାପତି ଚକ୍ରଧର ପଣ୍ଡା, ଉପଦେଷ୍ଟା ବୈଦ୍ୟନାଥ ଦାଶ ସମ୍ପାଦକ ଘନଶ୍ୟାମ ମେହେର, କୋଷାଧ୍ୟକ୍ଷ ଅଶୋକ କୁମାର ଦାସ ଙ୍କ ସହ କଳାହାଣ୍ଡି ଜିଲା ର ଇପିଏଫ ପେନସନ କର୍ମଚାରୀ ଉପସ୍ଥିତ ଥିଲେ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User