୬ମାସ ହେଲା ସୋଲାର ଟାଙ୍କି ଅଚଳ ହୋଇ ବନ୍ଦ ପଡି ରହିଛି।ମଧ୍ୟାହ୍ନ ଭୋଜନ ଓ ବଗିଚା ରେ ଜଳ ସିଞ୍ଚନ ପାଇଁ ଘୋର ସମସ୍ୟା

Apr 21, 2025 - 21:14
 0  20
୬ମାସ ହେଲା ସୋଲାର ଟାଙ୍କି ଅଚଳ ହୋଇ ବନ୍ଦ ପଡି ରହିଛି।ମଧ୍ୟାହ୍ନ ଭୋଜନ ଓ ବଗିଚା ରେ ଜଳ ସିଞ୍ଚନ ପାଇଁ ଘୋର ସମସ୍ୟା

କେସିଙ୍ଗା,୨୧l୪ (ଷ୍ଟାର ନିୟୁଜ ଓଡିଶା):କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅଧୀନସ୍ଥ କିକିଆ ଗ୍ରାମ ସ୍ଥିତ ବାପୁଜୀ ସରକାରୀ ଉପ୍ରା ବିଦ୍ୟାଳୟ ଗତ୨୫.୪.୦୪ମସିହାରେ ସ୍ଥାପିତ ହୋଇଛି ।ଏହି ବିଦ୍ୟାଳୟ ରେ ପାନୀୟଜଳ ର ଘୋର ସମସ୍ୟା ରହିଛି।ଗତ ୨୦୧୭.୧୮ ମସିହାରେ କିକିଆ ଗ୍ରାମ ପଞ୍ଚାୟତ ପକ୍ଷରୁ ୩ଲକ୍ଷ ବ୍ୟୟ ଅଟକଳରେ ସୋଲାର ପାଣି ଟାଙ୍କି ସ୍ଥାପନ କରାଯାଇଥିଲା। କିନ୍ତୁ ଆଜକୁ ୬ମାସ ହେଲାଣି ସୋଲାର ଟାଙ୍କି ଅଚଳ ହୋଇ ବନ୍ଧ ପଡି ରହିଛି।ଯାହାଫଳରେ ଉକ୍ତ ସ୍କୁଲରେ ଅଧ୍ୟୟନ କରୁଥିବା ୬,୭,ଓ ୮ମ ଶ୍ରେଣୀ ପିଲାଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କରିବା ପାଇଁ ପାନୀୟଜଳ ନ ଥିବାରୁ ନିକସ୍ଥ ହାଇ ସ୍କୁଲ ରୁ ପାଣି ଆଣି ମଧ୍ୟାହ୍ନ ଭୋଜନ ରୋଷେଇ କରା ଯାଉଛି।ଏହି ବିଦ୍ୟାଳୟର ପରିବେଶରେ ବିଭିନ୍ନ ବଗିଚା ରହିଛି।ପାଣିର ଅଭାବ ରୁ ଗଛ ଗୁଡିକ ମରିବାକୁ ବସିଲାଣି।ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ବଗିଚା ରେ ପାଣି ର ଅଭାବ ଯୋଗୁଁ ଧୀରେ ଧୀରେ ବିଭିନ୍ନ ଫୁଲ,ଶୋ ଗଛ,ମରିବାକୁ ବସିଲାଣି। ଏଥି ପାଇଁ ସ୍ଥାନୀୟ ସରପଞ୍ଚ ଙ୍କୁ ,ବିଡ଼ିଓ, ଙ୍କୁ ବହୁ ବାର ସ୍କୁଲ ପକ୍ଷରୁ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁ ନାହାନ୍ତି।ସ୍କୁଲ । ପରିସରରେ ଥିବା ଶୌଚାଳୟ ମଧ୍ୟ ଅଚଳ ଅବସ୍ଥାରେ ପଡି ରହି ଛି।ଷଷ୍ଠ ଶ୍ରେଣୀ ର ଭିତର ଛାତ ଫାଟି ବିପଦ ସଙ୍କୁଳ ଅବସ୍ଥାରେ ରହିଛି।ଶ୍ରେଣୀ ଗୃହ ଅଭାଵ ରୁ ସେହି ବିପଦ ସଙ୍କୁଳ ଶ୍ରେଣୀ ଗୃହରେ ପାଠ ପଢା ଯାଉଛି। ଏହି ସବୁ ସମସ୍ୟା ର ସମାଧାନ ପାଇଁ କେସିଙ୍ଗା ବିଇଓ, ବିଡ଼ିଓ ଙ୍କୁ ଦୃଷ୍ଟି ଦେବା ପାଇଁ ସ୍କୁଲ ପକ୍ଷରୁ ବହୁ ବାର ଅଭିଯୋଗ କରା ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁ ନାହିଁ। ଏ ସଂକ୍ରାନ୍ତରେ କିକିଆ ଗ୍ରାମପଞ୍ଚାୟତ ର ସରପଞ୍ଚ କିଶୋର ପ୍ରଧାନ ଙ୍କୁ ପଚାରିବାରୁ ମୁଁ ତଦନ୍ତ କରି ସୋଲାର ପାଣି ଟାଙ୍କିର ମରାମତି କରିବି ବୋଲି ପ୍ରକାଶ କରିଥିଲେ।କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ଙ୍କୁ ପଚାରିବା ରୁ ମୁଁ ତଦନ୍ତ କରିବି ବୋଲି ପ୍ରକାଶ କରିଥିଲେଫୋଟୋ-କିକିଆ ଗ୍ରାମ ସ୍ଥିତ ବାବୁଜୀ ସରକାରୀ ଉପ୍ରା ବିଦ୍ୟାଳୟ ର ଅଚଳ ପାଣି ଟାଙ୍କି ଓ ବଗିଚା।

କେସିଙ୍ଗା ରୁ ସୁଜୟ ନଙ୍ଗଳତି ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow