ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଆଜି ଭାରତ ବନ୍ଧ ଡାକରା
କଳାହାଣ୍ଡି ଜିଲ୍ଲା କେସିଙ୍ଗା/ଭବାନୀପାଟଣା ୯/୭/(ଷ୍ଟାରନିୟୁଜ ଓଡିଶା)
୭ ଦଫା ଦାବି ନେଇ ୯ ଜୁଲାଇ ୨୦୨୫ରେ 'ଭାରତ ବନ୍ଦ' ଆନ୍ଦୋଳନକୁ ଓହ୍ଲାଇଛି ଶ୍ରମିକ ସଂଗଠନ। ସାରା ଦେଶରେ ବ୍ୟାଙ୍କିଙ୍ଗ, ବୀମା, କୋଇଲା ଖଣି, ରାଜପଥ, ନିର୍ମାଣ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ୨୫ କୋଟିରୁ ଅଧିକ କର୍ମଚାରୀ ଦେଶବ୍ୟାପୀ ସାଧାରଣ ଧର୍ମଘଟ କରିବେ। ସରକାରଙ୍କ ଶ୍ରମିକ ବିରୋଧୀ, ଚାଷୀ ବିରୋଧୀ ଏବଂ ଦେଶ ବିରୋଧୀ ନୀତିର ପ୍ରତିବାଦ କରିବା ପାଇଁ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ଏବଂ ସେମାନଙ୍କର ସହଯୋଗୀ ୟୁନିଟ୍ ମଞ୍ଚ ଦ୍ୱାରା ଏହି ଧର୍ମଘଟ ଡାକରା ଦିଆଯାଇଛି। ଏହି ଧର୍ମଘଟ ଯୋଗୁଁ ବ୍ୟାଙ୍କିଙ୍ଗ, ଡାକ ସେବା, କୋଇଲା ଖଣି, ରାଜ୍ୟ ପରିବହନ, କାରଖାନା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇପାରେ।ରାଜ ରାସ୍ତା କୁ ଓହ୍ଲାଇଲେ ଓଡିଶା ଡ୍ରାଇଭର ମହାସଂଘ
ଆଜିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ଡାକରା ଦେଇଛି ଓଡ଼ିଶା ଡ୍ରାଇଭର ମହାସଂଘ । ୭ ଦଫା ଦାବି ନେଇ ରାଜ୍ୟ ବ୍ୟାପୀ ଡ୍ରାଇଭର ମହାସଂଘ ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛି। ତେବେ ଜରୁରୀକାଳୀନ ସେବାରେ ନିୟୋଜିତ ଡ୍ରାଇଭରମାନେ ଆନ୍ଦୋଳନରେ ସାମିଲ ହେବେ ନାହିଁ ବୋଲି ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି।ଆଜିକୁ ଏକ ବର୍ଷ ବିତି ଯାଇ ଥିଲେ ମଧ୍ୟ ସରକାର ଯେଉଁ ପ୍ରତିଶୃତି ଦେଇ ଥିଲେ ତାହା ଏ ପର୍ଯ୍ୟନ୍ତ କିଛି ବି ପୂରଣ ହୋଇ ନାହିଁ ସେଥିପାଇଁ ଆଜିଠୁ ଅନ୍ନିଦିଷ୍ଟକାଳ ପାଇଁ ଆନ୍ଦୋଳନ ବଲବତ୍ତର ରହିବ ବୋଲି ଡ୍ରାଇଭର ମହାସଂଘ ସୂଚନା ଦେଇଛି
କଳାହାଣ୍ଡି ରୁ ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?
Like
4
Dislike
0
Love
0
Funny
0
Wow
0
Sad
0
Angry
0
Comments (0)