ଭବାନୀପାଟଣା ମୁଖ୍ୟ ଡାକଘର ସମ୍ମୁଖରେ ଧର୍ମଘଟ
ଭବାନୀପାଟଣା: ତା ୯/୭(ଷ୍ଟାରନିୟୁଜ ଓଡିଶା )ଭବାନୀପାଟଣା ମୁଖ୍ୟ ଡାକଘର ସମ୍ମୁଖରେ ଧର୍ମଘଟ । କଳାହାଣ୍ଡି ଡାକ ମଣ୍ଡଳ ଅନ୍ତର୍ଗତ ଅଲ ଇଣ୍ଡିଆ ପୋଷ୍ଟାଲ

ଏମ୍ପ୍ଲୟୀଜୟୁନିୟନ,ତୃତୀୟ ଶ୍ରେଣୀ, ପୋଷ୍ଟମେନ ଏବଂ ଏମଟିଏସ ସଂଘ ତରଫରୁ ସମସ୍ତ କର୍ମଚାରି ମିଳିତ କେନ୍ଦ୍ର ସଂଘର ନିର୍ଦେଶ କ୍ରମେ ସର୍ବଭାରତୀୟ ସ୍ତରରରେ ଦିନିକିଆ ଧର୍ମଘଟର ଆହ୍ୱାନ କ୍ରମେ ସମଗ୍ର କଳାହାଣ୍ଡି ଡାକ ମଣ୍ଡଳରେ ଧର୍ମଘଟ କରିଛନ୍ତି । କଳାହାଣ୍ଡି ଡାକ ମଣ୍ଡଳ ଅନ୍ତର୍ଗତ ଉପ ଡାକଘର ରେ କାର୍ଯ୍ୟରତ ସମସ୍ତ ବିଭାଗୀୟ ପୋଷ୍ଟମେନ ଓ ଏମଟିଏସ କର୍ମଚାରୀ ଭାଗ ନେଇ କାର୍ଯ୍ୟାଳୟ ବନ୍ଦ ରଖୁଛନ୍ତି । ନେକ୍ସନାଲ ଡେଲିଭରି କୋଡ଼ ଓ ଇଣ୍ଟ୍ରିଗେଟେଡ଼ ଡେଲିଭରି କୋଡ଼ କୁ ବନ୍ଦ କରିବା, ଅଷ୍ଟମ ବେତନ ଲାଗୁ କରିବା,ଏନ ପି ଏସ ଓ ୟୁ ପି ଏସ କୁ ବାତିଲ କରି ପୁରୁଣା ପେନସନ ଯୋଜନା ପୁନଃ ଚାଲୁ କରିବା, ଭାରତୀୟ ଡାକ ବିଭାଗକୁ ଘରୋଇକରଣକୁ ଡାକ ବିଭାଗର ଚକ୍ରାନ୍ତରୁ ରକ୍ଷା କରିବା,ଡାକ ସଂଶୋଧନ ଆଇନ ୨୦୨୩ କୁ ରଦ୍ଧ କରିବା, ଶ୍ରମିକ ବିରୋଧୀ ୪ ଟି ଶ୍ରମ କୋଡ଼କୁ ବାତିଲ କରିବା ଆଦି ୭ ଦଫା ଦାବି ନେଇ ଏହି ଧର୍ମଘଟ ଦିଆଯାଇଛି ।ଏହି ଦିନିକିଆ ଧର୍ମଘଟରେ AIPEU ପୋଷ୍ଟମେନ ଓ ଏମ ଟିଏସ କଳାହାଣ୍ଡି ମଣ୍ଡଳ ର ସଭାପତି ଶ୍ରୀ ଯଶୋବନ୍ତ ସାହୁ, ସାଧାରଣ ସମ୍ପାଦକ ଶ୍ରୀ କୈଳାଶ ଚନ୍ଦ୍ର ସେଠି, କୋଷାଧକ୍ଷ ସତ୍ୟ ନାରାୟଣ ମେହେରଙ୍କ ସମେତ କଳାହାଣ୍ଡି ମଣ୍ଡଳ ର ସମସ୍ତ ପୋଷ୍ଟମେନ ଓ ଏମ ଟି ଏସ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ନାରାବାଜୀ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)