କଳାହାଣ୍ଡି ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳନ

Sep 17, 2025 - 20:40
0 19
କଳାହାଣ୍ଡି ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳନ

ଭବାନୀପାଟଣା : ତା: ୧୭/୦୯/୨୫(ଷ୍ଟାର ନିୟୁଜ ଓଡିଶା)ଭାରତୀୟ ମଜଦୁର ସଂଘ ୧୭ ସେପ୍ଟେମ୍ବର ଭଗବାନ  ବିଶ୍ଵକର୍ମା ଜୟନ୍ତୀ କୁ ରାଷ୍ଟ୍ରୀୟ ଶ୍ରମିକ ଦିବସ ରୂପେ ସାରା ଦେଶରେ ପାଳନ କରି ଆସୁଛି।
ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁଅମଳା ଭବନ ନିକଟରୁ ବିରାଟ ପଟୁଆରରେ ପଦଯାତ୍ରା ରେ ବାହାରି ସହର ପରିକ୍ରମା କରି ଅମଳା ଭବନ ଠାରେ ପହଞ୍ଚି ଏକ ସଭାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭଗବାନ ବିଶ୍ଵକର୍ମା , ଭାରତ ମାତା , ସଂଘ ର ପ୍ରତିଷ୍ଠାତା ଦତ୍ତୋପନ୍ତ ଠେଙ୍ଗଡୀ ଜିଙ୍କ ଫଟୋ ଚିତ୍ର ରେ ପୂଷ୍ପ ଦ୍ଵିପ ପ୍ରଜ୍ବଳନ କରି , ଶ୍ରମିକ ଗୀତ ଗାନ କରା଼ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ  ଅତିଥି  ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ  , ଭାରତୀୟ ମଜଦୂର ସଂଘର ରାଜ୍ୟ ସମ୍ପାଦକ ଶ୍ରୀ ବିଶ୍ବ ରଞ୍ଜନ ସାହା , ବଲାଙ୍ଗୀର ଏବଂ ସୋନପୁର ପ୍ରଭାରୀ ଶ୍ରୀ ବିରଞ୍ଚି ନାରାୟଣ ପଣ୍ଡା, ଅଖିଳ ଭାରତୀୟ ମଧ୍ୟାହ୍ନ ଭୋଜନ କର୍ମଚାରୀ ମହାସଂଘର ରାଷ୍ଟ୍ରୀୟ ସମ୍ପାଦିକା ଶ୍ରୀମତୀ ତପସ୍ଵିନୀ ମହାରଣା ଯୋଗ ଦେଇ  ଭାରତୀୟ ବିଚାର ରେ ଭାରତ ଗଠନରେ ଏକ ଅଣ ରାଜନୈତିକ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ହୋଇ ଶ୍ରମିକ ମାନଙ୍କ ସମସ୍ତ ସମସ୍ୟାର ସମାଧାନ କରିବା ସହ ଭାରତୀୟ ବିଚାର ରେ ସମର୍ପିତ ହୋଇ ଶୃଙ୍ଖଳିତ ଭାବେ ନିଜର କର୍ମମୟ ଜୀବନ ମଧ୍ୟରେ ଭାରତୀୟ ବିଚାର ଧାରାରେ ରାଷ୍ଟ୍ର ହିତ ,  ଉଦ୍ୟୈ।ଗ ହିତ ,  ଶ୍ରମିକ ହିତ ଏବଂ ତ୍ୟାଗ ତପସ୍ୟା ଆଉ ବଳିଦାନ କୁ ଦୃଷ୍ଟିରେ ରଖି ଭାରତୀୟ ମଜଦୁର ସଂଘ କୁ ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିବା ରେ ଶ୍ରମିକ ମାନଙ୍କ ଯେଉଁ ଅବଦାନ ରହିଛି ତାକୁ ସମ୍ମାନ ଦେବା ସହିତ , ମାତୃ ଶକ୍ତି ଆଜିର ଦିନରେ ନିଜ ପରିବାର, ନିଜ କର୍ମମୟ ଜୀବନ ମଧ୍ୟରେ ଭାରତୀୟ ମଜଦୁର ସଂଘ କୁ ଆଗକୁ ନେବାରେ ପାରଦର୍ଶିତା ରଖିଥିବାରୁ କର୍ମଚାରୀ ମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହ ସମ୍ମାନ ଜଣାଇ ଥିଲେ। ଜିଲ୍ଲା ସଭାପତି ମହନ ଡୋଲାମଣୀ ସାହୁ ଏବଂ ଜିଲ୍ଲା ସଂପାଦକ ଲୋଚନ ସାହୁଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୂର ସଂଘ ସଂଲଗ୍ନ ବିଭିନ୍ନ ସଂଗଠନ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଭବାନୀଶଙ୍କର ରାଉତ, ରାଧାକାନ୍ତ ବେହେରା  , ବିମଳା ଗୈ।ଡ଼ , ଆନସୁମାନ ଜେନା , ପଙ୍କଜ ମଙ୍ଗରାଜ ପରିଚାଳନା କରିଥିଲେ

କଳାହାଣ୍ଡିରୁ ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User