ଏକ ପେଡ ମା କେ ନାମ
କେସିଙ୍ଗା ତା.୧୭/୯ (ଷ୍ଟାର ନିୟୁଜ ଓଡିଶା )ଆଜି ଦେଶର ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଙ୍କ ୭୫ ତମ ଜନ୍ମଦିନ ଉପଲକ୍ଷେ କେସିଙ୍ଗା ବ୍ଲକ ର କନ୍ତେଶିର ସଦର ମହକୁମା ସ୍ଥିତ ଉଛ ପ୍ରାଥମିକ ବିଦ୍ୟାଳୟ କୁର୍ଲୁପଡା, କନ୍ତେଶିର ଉଛ ପ୍ରାଥମିକ ବିଦ୍ୟାଳୟ, ପଦ୍ମମାବଧ କନ୍ତେଶିର, ଦୁର୍ଗାମନ୍ଦିର ରତନପଡା, A. W. C, କୁସୁମପଡା,ଛ ଟି ସ୍ଥାନ ର ପରିସରରେ କନ୍ତେଶିର ପଞ୍ଚାୟତ ସରପଞ୍ଚ ମମତା ନାଗ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଆକାଶ ଭୋଇ ଏବଂ ନାଏ ବ ସରପଞ୍ଚ ସାହୁ ଙ୍କ ତତ୍ୱବଧାନରେ 1000 ରୁ ଉର୍ଦ୍ଧ ପିଜୁଳି, ଆମ୍ଭ, ଲିମ୍ବ, ଲେମ୍ବୁ ଏବଂ ଅନେକ ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଛି l କୁର୍ଲୁପଡା ଉଛ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିରଞ୍ଚି ମହାପତ୍ର, ମିଶନ ଶକ୍ତି ର MBK, CRP ଅଙ୍ଗନବାଡି କର୍ମଚାରୀ,ଙ୍କ ସହଯୋଗରେ ଏହି କାର୍ଯ୍ୟ କ୍ରମ ସଫଳ ହୋଇଛିl
କେସିଙ୍ଗା ରୁ ବିୟୁରୋ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା
What's Your Reaction?