ଦାଦନ ସମସ୍ୟା ଦାଦନ ର ଦୁଃଖ

କଳାହାଣ୍ଡି ଜିଲ୍ଲା ଗୋମୁଣ୍ଡା : ୧୫/୦୬(ଷ୍ଟାରନିୟୁଜ ଓଡିଶା)କିଛି ଦିନ ପୂର୍ବେ ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ସାନଚେରଗାଁ ର ଗଣେଷ ବାଗ ବୟସ ୫୪ ବର୍ଷ,ହାଇଦ୍ରାବାଦ ଯାଇଥିଲେ । ଗତ ଜୁନ୍ ୬ ତାରିଖରୁ ସେ କୁଆଡେ଼ ଚାଲିଯାଇଥିଲେ ଏଵଂ ୧୨ ତାରିଖରେ ତାଙ୍କର ମୃତ ଦେହ ହାଇଦ୍ରାବାଦ୍ ପୋଲିସ ଠାବ କରିଥିଲା । ମାନ୍ୟବର ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କ ହସ୍ତକ୍ଷେପ ଓ ଜିଲ୍ଲା ପ୍ରଶାସନର ସହାୟତାରେ ଆଜି ତାଙ୍କର ମୃତ ଶରୀର କୁ ଗାଆଁ କୁ ଆଣି ପରିବାରବର୍ଗ କୁ ହସ୍ତାନ୍ତର କରି ଶବ ସତ୍କାର କରାଯାଇଥିଲା । ମୃତକ ଙ୍କ ପରିବାରବର୍ଗ କୁ ସମସ୍ତ ସରକାରୀ ସହାୟତା ଯୋଗାଦେବାକୁ ମାନ୍ୟବର ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି । ସେଥି ମଧ୍ୟରେ ପରିବାର ଲୋକ ଙ୍କର ଆଖିର୍ ଲୁହ ବା ଦୁଃଖ କେବେ ଯିବ l ଦାଦନ ସମସ୍ୟା କଳାହାଣ୍ଡି ରେ ଦିନକୁ ଦିନ ବଢିବାରେ ଲାଗିଛି l କାମ କରିବାକୁ ଆଲଗା ରାଜ୍ୟ ବାହାରକୁ ଯାଉଛନ୍ତି ଓ ଫେରିଲା ବେଳକୁ ଶବ ଫେରୁଛି l କାହିଁକି କଳାହାଣ୍ଡି ରେ କାମ ମିଲୁ ନାହିଁ ଏହା ଏକ ପ୍ରଶ୍ନବାଚୀ l ସରକାର ଏହା ପ୍ରତି ଧ୍ୟାନ ଦେବା ଉଚିତ୍ l ପରିବାର ର ଆର୍ଥିକ ସମସ୍ୟା ଥିବାରୁ ବାଧ୍ୟ ହୋଇ କି ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯାଉଛନ୍ତି l ପ୍ରଶାସନିକ ସ୍ତରରେ ଶ୍ରମିକ ମାନଙ୍କୁ ବିଶେଷ ଧ୍ୟାନ ଦେବେ ବୋଲି ମୋର ଆଶା ବିଶ୍ବାସ l
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ
What's Your Reaction?






